୧୫
ଜିସୁ ସତ୍ ଅଙ୍ଗୁର୍ ମାଲ୍
୧ “ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି ।
୨ ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।
୩ ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ ।
୪ ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।”
୫ “ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ ।
୬ ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
୭ ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।
୮ ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।
୯ ମର୍ ବାବା ଜେନ୍ତି ମକେ ଆଲାଦ୍ କଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଆଲାଦ୍ କଲିନି । ମର୍ ଆଲାଦେ ତବିର୍ ଅଇରୁଆ ।
୧୦ ମୁଇ ଜେନ୍ତି ମର୍ ବାବାର୍ ଆଦେସ୍ ମାନିକରି ତବିର୍ ଅଇଆଚି । ସେନ୍ତି ତମେ ମର୍ ଆଦେସ୍ ମାନ୍ସା ବଇଲେ ମର୍ ଆଲାଦେ ତବିର୍ ଅଇକରି ରଇସା ।”
୧୧ “ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।
୧୨ ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
୧୩ ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
୧୪ ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ ।
୧୫ ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।
୧୬ ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
୧୭ ତମର୍ ତମର୍ ବିତ୍ରେ ଆଲାଦ୍ କରା । ଏଟା ଅଇଲାନି ମର୍ ଆଦେସ୍ ।”
ଜଗତର୍ ଗିନ୍
୧୮ “ଜାନିରୁଆ, ତମ୍କେ ଜଦି ଏ ଦୁନିଆ ଗିନ୍ କର୍ସି, ତେବେ ତମ୍କେ ଗିନ୍ କର୍ବା ଆଗ୍ତୁସେ ମକେ ଗିନ୍ କଲାଆଚେ ।
୧୯ ତମେ ଜଦି ଏ ଦୁନିଆର୍ ଲକ୍ମନ୍ ଅଇରଇତାସ୍ ଆଲେ ଏ ଦୁନିଆ ତମ୍କେ ନିଜର୍ ବାବି ଆଲାଦ୍ କର୍ତା, ମାତର୍ ମୁଇ ତମ୍କେ ବାଚି ଦୁନିଆଇଅନି ବେଗ୍ଲାଇ ଦେଇଆଚି । ସେଟାର୍ ପାଇ ଏ ଦୁନିଆ ତମ୍କେ ଗିନ୍କର୍ସି ।
୨୦ ମୁଇ ଜନ୍ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ବଡ୍ ନଏଁ ବଲି ମୁଇ ତମ୍କେ କଇରଇଲି । ସେମନ୍ ମକେ ସାଦି ଆଚତ୍ ଆରି ତମ୍କେ ମିସା ସାଦ୍ବାଇ । ଜଦି ସେମନ୍ ମର୍ ସିକିଆ ମାନିଆଚତ୍ ବଇଲେ ତମର୍ କାତା ମିସା ମାନ୍ବାଇ ।
୨୧ ମାତର୍ ତମେ ମର୍ ଲକ୍ ଅଇରଇବାର୍ ଲାଗି ସେମନ୍ ତମ୍କେ ଏନ୍ତାରି କର୍ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍ ନାଜାନତ୍ ।
୨୨ ଜଦି ମୁଇ ଆସି ଏ ସବୁ ବିସଇ ସେମନ୍କେ ବୁଜାଇ ନ ରଇତି ବଇଲେ, ସେମନ୍ ଦସି ନ ଅଇତାଇ, ମାତର୍ ଏ ପାପର୍ ଚଲାଚଲ୍ତି ପାଇ କାଇ ଚାଲାକି ଦେକାଇ ନାପାରତ୍ ।
୨୩ ଜେ ମକେ ଗିନ୍ କର୍ସି, ସେ ମର୍ ବାବା ପର୍ମେସର୍କେ ମିସା ଗିନ୍ କର୍ସି ।
୨୪ ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।
୨୫ ମାତର୍ ଏସବୁ ଗଟ୍ବାର୍ ରଇଲା । କାଇକେବଇଲେ ସେଟାର୍ ଲାଗି ସେମନର୍ ସାସ୍ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍ ଅଇଲା । କାଇ ଦସ୍ ନ ରଇତେ ସେମନ୍ ମକେ ଗିନ୍ କଲାଇ ।
୨୬ ସତଇସେ ସାଇଜକାରିଆ ଆତ୍ମା ଆଇସି । ସେ ବାବାର୍ତେଇ ଅନି ଆସି, ପର୍ମେସରର୍ ସବୁ ବିସଇର୍ ସତ୍ ଦେକାଇଦେଇସି । ମୁଇ ତାକେ ବାବାର୍ତେଇଅନି, ତମର୍ ଲଗେ ପାଟାଇବି । ଆରି ସେ ମର୍ ବିସଇ ତମ୍କେ କଇସି ।
୨୭ ଆରି ତମେ ମିସା ମର୍ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍ ସଙ୍ଗ୍ ଆଚାସ୍ ।”