୧୩
ପାର୍ତନା ଗର୍ ବାଙ୍ଗାଇବା ବିସଇନେଇ ଜିସୁ କଇଲା କାତା 
 
(ମାତିଉ ୨୪:୧-୨; ଲୁକ୍ ୨୧:୫-୬)  
୧ ଜିସୁ, ଜିଉଦିମନର୍ ପାର୍ତନା ଗରେଅନି ବାରଇକରି ଜିବାବେଲେ ତାର୍ ଗଟେକ୍ ସିସ୍ ତାକେ କଇଲା, “ଏ ଗୁରୁ ଏଦେ ଦେକା ! ବଡ୍ ବଡ୍ ପାକ୍ନାଇ ମନ୍ଦିର୍ କେତେକ୍ ସୁନ୍ଦର୍ ଅଇ ତିଆର୍ ଅଇଲାଆଚେ !”   
୨ ଜିସୁ ତାକେ କଇଲା, “ତୁଇ ଏ ବଡ୍ ବଡ୍ ପାକ୍ନାଇ ତିଆର୍ ଅଇଲା ପର୍ମେସରର୍ ଗର୍ ଦେକ୍ଲୁସ୍ନି ? ଏ ସବୁ ଗର୍ ନସ୍ଟ ଅଇଜାଇସି । ସବୁ ପାକ୍ନାମନ୍ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍ ପାକ୍ନା ଆରି ଗଟେକ୍ ପାକ୍ନାର୍ ଉପ୍ରେ ନ ରଏ ।”   
ଜିସୁ ସାରାସାରି ଦିନେ ଗଟ୍ବା ବିସଇ କଇଲା 
 
(ମାତିଉ ୨୪:୩-୧୪; ଲୁକ୍ ୨୧:୭-୧୯)  
୩ ତାର୍ପଚେ ଜିସୁ ପର୍ମେସରର୍ ଗରର୍ ମୁଆଟେ ରଇଲା ଜିତ୍ ନାଉଁର୍ ଗଚ୍ମନ୍ ରଇବା ଡଙ୍ଗ୍ରେ ବସିରଇଲା । ସେବେଲା ପିତର୍, ଜାକୁବ୍, ଜଅନ୍ ଆରି ଆନ୍ଦ୍ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍ଲାଇ ।  
୪ “ଏ ସବୁ ଗଟ୍ନା କେବେ ଅଇସି ଆରି ସବୁ ଅଇବା ଚିନ୍ମନ୍ କାଇଟା, ଆମ୍କେ କଇଦେ ।” ବଲି କଇଲାଇ ।   
୫ ଜିସୁ ସେମନ୍କେ କଇଲା, “ତମେ ଜାଗ୍ରତ୍ ଅଇକରି ରୁଆ, ତମ୍କେ କେ ମିସା ନ ନାଡାଅତ୍ ।  
୬ କାଇକେବଇଲେ ବେସି ଲକ୍ମନ୍ ମର୍ ନାଉଁ ଦାରି, ସେମନ୍ କିରିସ୍ଟ ବଲି ବେସି ଲକ୍ମନ୍କେ ବୁଲ୍କାଇବାଇ ।  
୭ ମାତର୍ ଜେଡେବେଲେ ତମେ ଜୁଇଦର୍ ବିସଇ ନଇଲେ ଜୁଇଦ୍ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍ମନ୍ କଇବାଟା ସୁନ୍ଲେ, କିଲ୍ବିଲ୍ ନ ଉଆ । ଏ ସବୁ ଗଟ୍ନା ଅଇସି, ମାତର୍ ସେଦାପ୍ରେ ଆକା ଜୁଗ୍ ସେସ୍ ନଏଁ ।  
୮ କାଇକେବଇଲେ, ଗଟେକ୍ ଦେସର୍ ଲକ୍ମନ୍ ଆରି ଗଟେକ୍ ଦେସର୍ ଲକ୍ମନର୍ ବିରଦେ ଜୁଇଦ୍ କର୍ବାଇ । ଗଟେକ୍ ରାଇଜ୍ ଆରିଗଟେକ୍ ରାଇଜର୍ ବିରଦେ ଉଟ୍ବାଇ । ବେସି ଜାଗାଇ ଦର୍ତନି ଚୁଲ୍ବୁଲ୍ସି, ଆରି ବେସି ଜାଗାଇ ମର୍ଡି ଅଇସି । ଏସବୁ ଗଟ୍ନା ଗଟେକ୍ ପିଲା ଜନମ୍ ଅଇବା ଆଗ୍ତୁ ଆଇବା ଦୁକାସୁକା ପାରା ଅଇସି ।”   
୯ “ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା ।  
୧୦ ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।  
୧୧ ସେମନ୍ ତମ୍କେ ବନ୍ଦିକରି ବିଚାର୍ କର୍ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍ ଆଚେ, ସେ କାତା ପର୍ମେସର୍ ତମ୍କେ ସମାନ୍ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍ ମାତର୍ ସୁକଲ୍ଆତ୍ମା ତମର୍ଟାନେଅନି କାତା କଇସି ।  
୧୨ ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ ।  
୧୩ ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।”   
ଜିସୁ ନାସ୍ କର୍ବା ଅସୁକଲ୍ ବିସଇ କଇଲା 
 
(ମାତିଉ ୨୪:୧୫-୨୮; ଲୁକ୍ ୨୧:୨୦-୨୪)  
୧୪ “ମାତର୍ ତମେ ଜେଡେବେଲା କେ ମନ୍ ନ କର୍ବାଟା ଆରି ନାସ୍ ଅଇବା ଦିନ୍ସୁ ଜନ୍ଟାକି ସୁକଲ୍ ଜାଗାଇ ସଙ୍ଗଇବାର୍ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍ଲେ, ତମେ ସେ ଜାଗାଇଅନି ପାଲାଇବାର୍ ଆଚେ । ଏ ବିସଇ ପଡ୍ବା ଲକ୍ମନ୍, ତମେ ଏ କାତା ବୁଜା । ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।  
୧୫  ଜଦି କେ ଗରର୍ ଚାଉନି ଉପ୍ରେ ରଇସିବଇଲେ, ସେ ଗର୍ ବିତ୍ରେ ତାର୍ କାଇମିସା ଦିନ୍ସୁ ଆନ୍ବି ବଲିକରି ନ ଜାଅ ।  
୧୬ ଜଦି କେ ଚାସ୍ ରଇବା ପଦାଇ ରଇସି, ସେ ତାର୍ ଚାଦର୍ ଆନ୍ବାକେ ଗରେ ବାଉଡି ନ ଜାଅ ।  
୧୭ ଗାଗ୍ଡେ ରଇଲା ମାଇଜିମନର୍ପାଇ ଆରି ଦୁଦ୍ କୁଆଇବା ମାଇଜିମନର୍ ପାଇ ସେବେଲେ ପାଲାଇବାକେ ବେସି କସ୍ଟ ଅଇସି ।  
୧୮ ଏ ସବୁ ଗଟ୍ନା ସିତ୍ ଦିନେ ନ ଅଇବାକେ ପାର୍ତନା କରା ।  
୧୯ କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।  
୨୦ ଜଦି ପର୍ମେସର୍ ଅପର୍ବଲ୍ ଦୁକର୍ ଦିନ୍ମନ୍ ଉନା ନ କରି ରଇଲେ, ତେବେ ଦୁନିଆର୍ କେ ମିସା ରକିଆ ନ ପାଇକରି ମରି ଜିବାର୍ ଅଇତା । ମାତର୍ ସେ ଜନ୍ ଲକ୍ମନ୍କେ ବାଚିଆଚେ ସେ ଲକ୍ମନର୍ପାଇ ସେ ଦୁକର୍ ଦିନ୍ମନ୍ ଉନା କଲାଆଚେ ।”   
୨୧ ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍ବାସ୍ କରା ନାଇ ।  
୨୨ ସେଦିନ୍ମନ୍କେ ମୁଇଆକା କିରିସ୍ଟ । ବଲିକରି ମିଚ୍ କଇବା ବବିସତ୍ କଇବାଲକ୍, ବିନ୍ ବିନ୍ ରକାମର୍ ଚିନ୍ ଆରି କାବା ଅଇଜିବା କାମ୍ମନ୍ ଦେକାଇବାଇ । ପର୍ମେସର୍ ବାଚ୍ଲା ଲକ୍ମନ୍ ତମ୍କେ ମିସା ନାଡାଇବାକେ ଚେସ୍ଟା କର୍ବାଇ ।  
୨୩ ସେଦିନ୍ମନ୍କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍ରତ୍ ଅଇ ରୁଆ । ସେଟାର୍ପାଇ, ଦେକା ସେ ବେଲା ନ ଆଇବା ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।   
ଜିସୁ ଆରି ତରେକ୍ ଆଇବା ବିସଇ 
 
(ମାତିଉ ୨୪:୨୯-୩୧; ଲୁକ୍ ୨୧:୨୫-୨୮)  
୨୪ ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ  
ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।   
୨୫ ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।   
୨୬ “ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ ।  
୨୭ ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।”   
ଡୁମ୍ରି ଗଚର୍ ସିକିଆ 
 
(ମାତିଉ ୨୪:୩୨-୩୫; ଲୁକ୍ ୨୧:୨୯-୩୩)  
୨୮ “ଏବେ ଡୁମ୍ରି ଗଚର୍ ଉଦାଅରନ୍ ଅନି ଏ ବିସଇ ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କରି, କାଁଚାପତ୍ରିଆ ଡିସ୍ଲେ, କାରାଦିନ୍ କେଟ୍ଲା ବଲିକରି ତମ୍କେ କେ ନ କଇଲେମିସା ଜାନାସ୍ ।  
୨୯ ସେନ୍ତିସେ ତମେ ଏ ସବୁ ଗଟ୍ନା ଦେକ୍ବାବେଲେ, ମୁଇ ଆଇବା ଦିନ୍ କେଟ୍ଲା, ବଲିକରି ଜାନ୍ସା ।  
୩୦ ମୁଇ ତମ୍କେ ସତ୍କାତା କଇଲିନି, ଏ ଗଟ୍ନା ନ ଅଇବାଜାକ, ଏବେ ରଇଲା ଲକ୍ମନ୍ ନ ମରତ୍ ।  
୩୧ ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”   
ଜିସୁ ଆଇବା କବର୍ କେ ନାଜାନତ୍ 
 
(ମାତିଉ ୨୪:୩୬-୪୪)  
୩୨ “ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।  
୩୩ ସେ ଦିନ୍ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍ । ସେଟାର୍ପାଇ ତମେ ଜାଗ୍ରତ୍ ଅଇ ତିଆର୍ଅଇ ରୁଆ ।  
୩୪ ମୁଇ ଆଇବା ଦିନ୍, ଏନ୍ତି ଗଟେକ୍ ଲକ୍ ତାର୍ ଗର୍ ଚାଡି ବିନ୍ ଦେସେ ଜିବା ବିସଇ ସମାନ୍ କରିଅଇସି । ସେ ନିଜର୍ ଗତିଦାଙ୍ଗ୍ଡାମନ୍କେ ଡାକିକରି ସେମନ୍ କାଇ କାଇ କାମ୍ କର୍ବାର୍ଆଚେ, ସେ ସବୁ ବିସଇ ସେମନ୍କେ କଇଲା । ବାଟ୍ ଡିଆଗଡି ଜାଗ୍ବା ଗତିଦାଙ୍ଗ୍ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।  
୩୫ ତମେମିସା ଜାଗୁଆଲର୍ ପାରା ଜାଗ୍ରତ୍ ଅଇ ରୁଆ । କାଇକେବଇଲେ ସାଉକାର୍ ସଞ୍ଜ୍ବେଲା, କି ମଜାରାତି, କି କୁକ୍ଡାଡାକେ କି ସାକ୍ଲିଆ ଆଇସି ସେଟା ତମେ ନାଜାନାସ୍ ।  
୩୬ ଜଦି ସେ ଅଟାତ୍ ଆସିକରି ଦେକ୍ଲାବେଲେ, ତମେ ଇସ୍ରାଇଲର୍ ଲକ୍ମନର୍ ପାରା ରଇବାଟା ସେ ଦେକ୍ବାର୍ନାଇ ।  
୩୭ ମୁଇ ତମ୍କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍କେ କଇଲିନି । ମୁଇ ଆଇବା ଦିନ୍ପାଇ ତିଆର୍ ଅଇକରି ସବୁବେଲା ଜାଗ୍ରତ୍ ଅଇକରି ରୁଆ ।”