୧୧
ଦୁଇଟା ସାକି
୧ ତାର୍ପଚେ ମକେ ନାପ୍ବା ଡାଙ୍ଗ୍ ପାରା ଡିସ୍ବା ଡାଙ୍ଗ୍ ଗଟେକ୍ ଦିଆଅଇଲା । “ଜାଆ ଆରି ପର୍ମେସରର୍ ମନ୍ଦିର୍ ଆରି ବେଦି ନାପ୍ । ମନ୍ଦିରେ ପାର୍ତନା କର୍ବା ଲକ୍ମନ୍କେ ଏଜିକରି ଆଉ ।”
୨ ମାତର୍ ମନ୍ଦିର୍ ବାଇରେ ରଇବା ଡାଣ୍ଡ୍ ନାପ୍ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍ମନ୍କେ ଦିଆଅଇଲା ଆଚେ । ସେମନ୍ ସୁକଲ୍ ନଅରେ ରଇ ୪୨ ମାସ୍ ଜାକ ସେ ନଅର୍କେ ଅସୁକଲ୍ କରିଦେବାଇ ।
୩ ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ ।
୪ ସେ ଦୁଇଟା ସାକିମନ୍ ଜଗତର୍ ମାପ୍ରୁର୍ ମୁଆଟେ ଟିଆଅଇବା ଜିତ୍ ଗଚ୍ ଆରି ଦୁଇଟା ବତି ଅଇଆଚତ୍ ।
୫ କେ ଜଦି ସେମନର୍ ଅନିଆଇ ଦେକି ମାର୍ବାକେ ଚେସ୍ଟା କର୍ବାଇ, ତାକର୍ ଟଣ୍ଡେଅନି ଜଇ ବାର୍କରାଇ ତାକର୍ ବିରଦିମନ୍କେ ବିନାସ୍ କର୍ବାଇ । ଏନ୍ତାରି ଜେ ସେମନ୍କେ ମାର୍ବାକେ ଚେସ୍ଟା କର୍ବାଇ, ସେମନ୍ ମରିଜିବାଇ ।
୬ ସେମନ୍ ପର୍ମେସରର୍ କବର୍ ଜାନାଇବାବେଲେ ଜେନ୍ତାରି କି ବର୍ସା ନଅ ବଲି ବାଦଲ୍କେ ଡାବିକରି ସଙ୍ଗଇବାକେ ତାକର୍ ଅଦିକାର୍ଆଚେ । ପାଜ୍ରା ପାନିମନ୍କେ ବନି କର୍ବାକେ ମିସା ତାକର୍ ଅଦିକାର୍ ରଇସି । ଜେଡେବେଲେ ମନ୍କଲେ, ସେଡେବେଲେ ଜନ୍ ରକାମ୍ ମର୍ଡି ଦର୍ତନି ଉପ୍ରେ କେତେତର୍ ମିସା କରି ବାଦାଦେବାକେ, ସେମନର୍ ଅଦିକାର୍ ଆଚେ ।
୭ ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି ।
୮ ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ ।
୯ ତିନ୍ ଦିନ୍ ଆରି ଅଦା ଦିନର୍ପାଇ ସବୁ ରାଇଜର୍, ସବୁ ଦେସର୍, ସବୁ ବଁସର୍, ସବୁ ଜାତିର୍ ଆରି ସବୁ ବାସାର୍ ଲକ୍ ଦେକ୍ବାଇ । ସେ ମଲା ମଡାମନ୍କେ ତପ୍ବାକେ ସେମନ୍ ରାଜି ନଅତ୍ ।
୧୦ ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ ।
୧୧ ତିନ୍ଦିନ୍ ଆରି ଅଦା ଦିନ୍ ପଚେ ଜିବନ୍ ଦେବା ଗଟେକ୍ ପୁଣ୍ଡା ପର୍ମେସର୍ ଟାନେଅନି ଆସି ତାକର୍ ବିତ୍ରେ ପୁର୍ଲା । ଆରି ଏଦେ ଦେକା ! ସେମନ୍ ଉଟ୍ଲାଇ । ସେମନ୍କେ ଦେକ୍ଲା ଲକ୍ମନ୍ ବେସି ଡରିଗାଲାଇ ।
୧୨ ତାର୍ପଚେ ସର୍ଗେ ଅନି ଗଟେକ୍ ଜବର୍ ସବଦ୍ ବବିସତ୍ବକ୍ତାମନ୍କେ କଇଲା, “ଉପ୍ରେ ଆସା ।” ଆରି ତାକର୍ ବିରଦିମନ୍ ଦେକ୍ବାବେଲେ ସେମନ୍ ଗଟେକ୍ ବାଦଲ୍ ଉପ୍ରେ ବସି ସର୍ଗେ ଗାଲାଇ ।
୧୩ ସେଡ୍କିବେଲେ, ଏଦେ ଦେକା ! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ ।
୧୪ ବେସି ଡର୍ ଅଇବା ଦୁଇ ଲମର୍ ଦୁକ୍କସ୍ଟ ସାରିଗାଲା । ମାତର୍ ଏବେ ଦେକା ପଚର୍ଟା ଦାପ୍ରେ ଆଇସି ।
ସାତ୍ଟା ମଇରି
୧୫ ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି ।
୧୬ ତାର୍ପଚେ ପର୍ମେସରର୍ ମୁଆଟେ ବସ୍ବା ଜାଗାଇ ବସିରଇବା ୨୪ ଟା ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ ।
୧୭ ସେମନ୍ ଏନ୍ତାରି କଇଲାଇ “ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଉପ୍ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍ ବଡ୍ ବପୁ ସଙ୍ଗ୍ ତୁଇ ସାସନ୍ କର୍ବାକେ ଆରାମ୍ କଲୁସ୍ । ଆରାମ୍ କଲାର୍ପାଇ ଆମେ ତକେ ଜୁଆର୍ କଲୁନି ।
୧୮ ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।
୧୯ ସର୍ଗେ ରଇବା ପର୍ମେସରର୍ ମନ୍ଦିର୍ ଉଗାଡି ଅଇଲା ଆରି ତେଇ ରାଜିନାମାର୍ ପେଡି ଡିସ୍ଲା । ତାର୍ପଚେ ବିଜ୍ଲି ଜଟକ୍ଲା, ଗଡ୍ଗଡି ମାର୍ଲା ଦର୍ତନି ଚୁଲ୍ବୁଲ୍ଲା ଆରି ବେସି କାରାପାକ୍ନା ମିସା ମାର୍ଲା ।