୧୫
ସାରାସାରିର୍ ମର୍ଡି
୧ ଏଦେ ଦେକା ! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।
୨ ତାର୍ପଚେ କାଁଚ୍ ପାରା ଡିସ୍ବା ସମ୍ଦୁର୍ ସଙ୍ଗ୍ ଜଇ ମିସାଇଲା ପାରାଟା ଗଟେକ୍ ଦେକ୍ଲି । ପସୁ ଆରି ତାର୍ ମୁର୍ତି ଉପ୍ରେ ଜୁଇଦ୍ କରି ଜିତିରଇବା ଲକ୍ମନ୍କେ ମିସା ମୁଇ ଦେକ୍ଲି । ସେ ପସୁର୍ ନାଉଁ ଗଟେକ୍ ଲମରର୍ ବାଦୁଲେ ରଇଲା । ସେମନ୍ କାଁଚର୍ ସମ୍ଦୁର୍ ପାଲିବାଟେ ଟିଆ ଅଇରଇଲାଇ । ପର୍ମେସର୍ ସେମନ୍କେ ଦେଇରଇବା ବିଣା ତାକର୍ ଆତେ ରଇଲା ।
୩ ସେ ଲକ୍ମନ୍ ମସା ଜେ କି ପର୍ମେସରର୍ ଗତିଦାଙ୍ଗ୍ଡା, ତାର୍ ଗିତ୍ ଆରି ମେଣ୍ଡାପିଲାର୍ ଗିତ୍ ଗାଇତେରଇଲାଇ । ମାପ୍ରୁ ପର୍ମେସର୍ ଜେ କି ସବୁର୍ ଉପ୍ରେ ଆଚେ, ତମେ କର୍ବା କାମ୍ ବେସି ବଡ୍ ଆରି କାବାଅଇଜିବାଟା । ତୁଇ ରାଇଜ୍ମନର୍ ରାଜା । ତର୍ ବାଟ୍ ସତ୍ ଆରି ସମାନ୍ ।
୪ ତମ୍କେ ପର୍ମେସର୍ ବଲି ନ ନାମ୍ବା ଲକ୍ କେ ନ ରଅତ୍ । ତମ୍କେ ଡାକ୍ପୁଟା ନ କର୍ବା ଲକ୍ କେ ନ ରଅତ୍ । କାଇକେବଇଲେ ତମେସେ ସୁକଲ୍ । ସବୁ ରାଇଜର୍ ଲକ୍ମନ୍ ତମ୍କେ ଜୁଆର୍ କର୍ବାକେ, ତମର୍ ମୁଆଟେ ରୁଣ୍ଡ୍ବାଇ । କାଇକେବଇଲେ ତମର୍ ଦରମ୍ କାମ୍ମନ୍ ସବୁ ସେମନ୍ ଦେକ୍ଲାଇ ଆଚତ୍ ।
୫ ତାର୍ପଚେ ସୁକଲ୍ ତମୁ ରଇବା ସରଗର୍ ମନ୍ଦିର୍ ଉଗାଡି ଅଇରଇବାଟା ମୁଇ ଦେକ୍ଲି ।
୬ ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।
୭ ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେ ଗଟେକ୍ ସବୁବେଲର୍ ପର୍ମେସରର୍ ରିସାସଙ୍ଗ୍ ବର୍ତି ଅଇରଇବା ସାତ୍ଟା ସୁନାର୍ ଗିନା, ସେ ସାତ୍ଟା ଦୁତ୍ମନ୍କେ ଦେଲା ।
୮ ପର୍ମେସର୍ ବପୁ ଆରି ତାର୍ ମଇମାର୍ ଲାଗି ମନ୍ଦିର୍ ଦୁଆଁ ସଙ୍ଗ୍ ବର୍ତି ଅଇଲା । ସେ ସାତ୍ଟା ଦୁତ୍ମନ୍ ସାତ୍ଟା ମର୍ଡି ନ ସାରାଇବା ଜାକ, ମନ୍ଦିର୍ ବିତ୍ରେ କେ ପୁରିନାପାର୍ଲାଇ ।