୧୭
ଡାକ୍ପୁଟା ବେସିଆ
୧ ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ ।
୨ ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
୩ ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା ! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା ।
୪ ସେ ମାଇଜି ରଙ୍ଗ୍ ଆରି ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍ ଆତେ ସୁନାର୍ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍ମନ୍ ଆରି କାରାପ୍ କାମ୍ମନ୍ ସେ ଗିନାଇ ବର୍ତିଅଇରଇଲା ।
୫ ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍ !” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
୬ ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
୭ ଦୁତ୍ ମକେ ପାଚାର୍ଲା, “କାଇକେ ତୁଇ କାବା ଅଇଗାଲୁସ୍ ? ଏ ମାଇଜିର୍ ଆରି ତାକେ ଦାରିରଇବା ପସୁର୍ କେ ନାଜାନି ରଇବା ଅରତ୍ ମୁଇ ତକେ କଇଦେବି ।” ସେ ପସୁକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା ।
୮ ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି ।
୯ “ଗଟେକ୍ ଗିଆନ୍ ରଇବା ଆରି ଚିନ୍ତା କର୍ବା ଲକ୍ସେ ଏଟା ବୁଜିପାର୍ସି । ସେ ସାତ୍ଟା ମୁଣ୍ଡର୍ ଅରତ୍ ଅଇଲାନି, ସେ ମାଇଜି ବସ୍ବା ସାତ୍ଟା କୁପ୍ଲି । ସେଟା ଅଇଲାନି ସାତ୍ଟା ରାଜାମନ୍ ମିସା ।
୧୦ ସେ ସାତ୍ଟା ରାଜାମନର୍ ବିତ୍ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍ ଏବେ ମିସା ସାସନ୍ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍ପାଇ ସାସନ୍ କର୍ବାର୍ଆଚେ ।
୧୧ ଆରି ଜନ୍ ପସୁ ଜେ କି ଆଗ୍ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍ ଲମର୍ ରାଜା । ସାତ୍ଟା ରାଜାମନର୍ ବିତ୍ରେଅନି ସେ ଗଟେକ୍ । ଆରି ସେ ମିସା ବୁଡିଜାଇସି ।”
୧୨ ଜନ୍ ଦସ୍ଟା ସିଙ୍ଗ୍ ତୁଇ ଦେକିରଇଲୁସ୍, ସେଟା ଅଇଲାନି ଦସ୍ଟା ରାଜା । ସେମନ୍ ଏବେଜାକ ରାଇଜେ ସାସନ୍ କରତ୍ ନାଇତା । ମାତର୍ ପସୁସଙ୍ଗ୍ ରାଜା ଇସାବେ ଗଟେକ୍ ଗଁଟା ସାସନ୍ କର୍ବାକେ ଅଦିକାର୍ ଦିଆଅଇସି ।
୧୩ ଏ ସବୁ ଦସ୍ଟା ରାଜାମନ୍କେ ଗଟେକ୍ ଆକା ଆଦେସ୍ ଆଚେ । ତାକର୍ ସବୁ ବପୁ ଆରି ଅଦିକାର୍ ପସୁକେ ଦେବାଇ ।
୧୪ ସେମନ୍ ମେଣ୍ଡାପିଲାର୍ ବିରୁଦେ ଜୁଇଦ୍ କର୍ବାଇ । ମାତର୍ ମେଣ୍ଡାପିଲା ସେମନ୍କେ ଆରାଇସି । କାଇକେବଇଲେ ସେ ସବୁ ମାପ୍ରୁମନର୍ ଟାନେଅନି ଉଚେ ରଇବା ମାପ୍ରୁ । ଆରି ରାଜା ମନର୍ଟାନେ ଅନି ଉପ୍ରେ ରଇବା ରାଜା । ତାର୍ ଜେତ୍କି ସିସ୍ମନ୍କେ ସେ ଡାକିକରି ବାଚ୍ଲାଆଚେ, ଆରି ତାକେ ସତ୍ ସଙ୍ଗ୍ ନାମ୍ବାଇ, ସେମନର୍ ସଙ୍ଗ୍ ସେ ଜୁଇଦ୍ କର୍ସି ।
୧୫ ଦୁତ୍ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍ ପାନି ଉପ୍ରେ ବେସିଆ ବସିରଇବାଟା ଦେକ୍ଲୁସ୍, ସେଟା ଅଇଲାନି ଏ ଜଗତର୍ ରାଇଜ୍ମନ୍, ଲକ୍ମନ୍, ଜାତିମନ୍ ଆରି ବାସାମନ୍ ।
୧୬ ତୁଇ ଦେକିରଇବା ଦସ୍ଟା ସିଙ୍ଗ୍ ଆରି ସେ ପସୁ, ବେସିଆକେ ଗିନ୍ କର୍ବାଇ । ତାର୍ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍ଣ୍ଡା କର୍ବାଇ । ତାର୍ ମାଉଁସ୍ କାଇକରି ତାକେ ଜଇଟାନେ ପଡାଇଦେବାଇ ।
୧୭ କାଇକେବଇଲେ ପର୍ମେସର୍ ତାର୍ ଜଜ୍ନା ପୁରାପୁରନ୍ କର୍ବାକେ ସେମନର୍ ମନ୍କେ ଏ କାତାଦେଇ ପାଟାଇଆଚେ । ସେମନ୍ ଗଟେକ୍ ଅଇ କାମ୍ କର୍ବାଇ । ପର୍ମେସରର୍ ବାକିଅ ସିଦ୍ ଅଇବାଜାକ ତାର୍ ରାଇଜର୍ ସାସନ୍ କର୍ବା ବପୁ, ପସୁକେ ଦେଲାଆଚେ ।
୧୮ ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।