୫
ଏ ଜଗତେ ଜିତ୍ବାଟା
୧ ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି । ୨ ପର୍ମେସରର୍ ପିଲାମନ୍କେ ଆମେ ଆଲାଦ୍ କଲୁନି ବଲି ଏନ୍ତାରି ଜାନିଅଇସି । ପର୍ମେସର୍କେ ଆଲାଦ୍ କରି ଆରି ତାର୍ ଆଦେସ୍ ମିସା ମାନିକରି । ୩ ✡ଜଅନ୍ ୧୪:୧୫ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ । ୪ କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି । ୫ ଏ ଜଗତ୍କେ କେ ଆରାଇପାର୍ସି ? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।
ଜିସୁ କିରିସ୍ଟର୍ ଲାଗି ସାକି
୬ ଜିସୁକିରିସ୍ଟ ପର୍ମେସରର୍ ପ ବଲିକରି, ଡୁବନ୍ ଦେଉ ଜଅନ୍ ତାକେ ପାନିତେଇ ଡୁବନ୍ ଦେଲା । ଆରି ସେ ମଲାବେଲେ ତାର୍ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍କା ପାନିସଙ୍ଗ୍ ଡୁବନ୍ ଅଇଲା, ମାତର୍ ତାର୍ ମରନେ ତାର୍ ବନି ରକଇଅଇଲା । ଏ ସବୁ ବିସଇ ସତ୍ ବଲି ସୁକଲ୍ଆତ୍ମା ଆମ୍କେ ସାକିଦେଲାନି । କାଇକେବଇଲେ ସେ ସତ୍ ଆତ୍ମା । ୭ ତେବର୍ପାଇ ତିନ୍ଟା ସାକିତେଇଅନି ଆମେ ସତ୍ ଜାନ୍ଲୁନି । ୮ ସୁକଲ୍ଆତ୍ମା, ଡୁବନ୍ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍ଟାଜାକ ସାକିତେଇ ରାଜି ଅଇଆଚତ୍ । ୯ ଜେଡେବେଲେ ଲକ୍ମନ୍ ତାକର୍ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍କେ ବିସ୍ବାସ୍ କର୍ବୁ । ମାତର୍ ପର୍ମେସର୍ ଆମ୍କେ ସାକିଦେବାଟା ତାର୍ତେଇଅନି ଅଦିକ୍ ମୁକିଅ । କାଇକେବଇଲେ ସେଟା ପର୍ମେସରର୍ ସାକି । ସେ ତାର୍ ନିଜର୍ ପଅର୍ ବିସଇନେଇ ଆମ୍କେ ସାକିଦେଲାନି । ୧୦ କେ ମିସା ଜିସୁକେ ପର୍ମେସରର୍ ପଅ ବଲି ବିସ୍ବାସ୍ କଲେ, ପର୍ମେସରର୍ ସାକି ତାକର୍ ମନ୍ ବିତ୍ରେ ଆଚେ । ପର୍ମେସର୍ କଇଲା କାତା ଜେ ଜଦି ବିସ୍ବାସ୍ ନ କରେ, ସେ ମିଚ୍ ବଲିକରି କଇଲାନି । କାଇକେବଇଲେ ତାର୍ ନିଜର୍ ପଅର୍ ବିସଇ କଇଲାଟା ସେମନ୍ ବିସ୍ବାସ୍ କରତ୍ ନାଇ । ୧୧ ✡ଜଅନ୍ ୩:୩୬ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । ୧୨ ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
ନ ସାର୍ବା ଜିବନ୍
୧୩ ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ । ୧୪ ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି । ୧୫ ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
୧୬ ଜଦି ତମର୍ ସଙ୍ଗର୍ ବିସ୍ବାସି ବାଇ ପାପ୍କଲାନି ବଲି ଜାନ୍ଲେ, ଆରି ସେ ପାପ୍, ଲକ୍କେ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପ୍ ନଇଲେ, ସେ ଲକ୍କେ ରକିଆ କର ବଲି ତାକେ ଗୁଆରି କର୍ବାର୍ ଆଚେ । ଆରି ପର୍ମେସର୍ ସେ ଲକ୍କେ କେମାକରି ରକିଆ କର୍ସି । ଏଟା ଜେନ୍ତାରି ପାପ୍ ଜନ୍ଟା ମରନର୍ ବାଟେ ଲକ୍ମନ୍କେ ନ ଡାକିନେଏ, ସେନ୍ତାରି ପାପର୍ ପାଇ । ମାତର୍ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପର୍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ । ୧୭ ସବୁ ରକାମର୍ ବୁଲ୍ କାମ୍ ପାପ୍ସେ । ମାତର୍ ସବୁ ରକାମର୍ ପାପ୍ ମରନର୍ ବାଟେ ନ ଡାକିନେଏ ।
୧୮ ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କରାଇସି, ତାକେ କାଇଟା କରିନଏଁ ।
୧୯ ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।
୨୦ ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।
୨୧ ଏ ମର୍ ଆଲାଦର୍ ପିଲାଟକିମନ୍, ମିଚ୍ ପୁତ୍ଲାମନର୍ ଟାନେଅନି ଦୁରିକେ ରୁଆ ।