୩
ମଣ୍ଡଲିର୍ ନେତାମନ୍
୧ ଏ କାତା ସତ୍ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍ ପାଇବାକେ ମନ୍ କଲାନି, ତେବେ ସେ ନିମାନ୍ କାମ୍ କର୍ବାକେ ମନ୍ କଲାନି । ୨ ✡ତିତସ୍ ୧:୬-୯ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ, ୩ ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ । ୪ ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ । ୫ ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି ? ୬ ସେ ନୁଆ ନୁଆ ବିସ୍ବାସ୍ କର୍ବା ଲକ୍ ନ ରଇବାର୍ ଆଚେ । ନଇଲେ ସେ ବଡ୍ପନିଆ ଅଇକରି ସଇତାନ୍ ଜେନ୍ତାରି ଡଣ୍ଡ୍ ପାଇଲା, ସେ ମିସା ସେନ୍ତାର୍ ଡଣ୍ଡ୍ ପାଇସି । ୭ ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।
ମଣ୍ଡ୍ଲିର୍ ସେବା କରୁମନ୍
୮ ସେନ୍ତାରିସେ ମଣ୍ଡଲିର୍ ସେବା କରୁମନ୍ ମୁକିଅର୍ ପାରା ସବୁ ଲକର୍ଟାନେଅନି ସନ୍ମାନ୍ ପାଇବା ଲକ୍ ରଇବାର୍ ଆଚେ । ସେମନ୍ ସତ୍ ବାବେ ଚଲାଚଲ୍ତି କର୍ବାର୍ ଆଚେ । ମଦୁଆ ଲକ୍ ଅଇ ରଇବାର୍ ନାଇ । ଡାବୁକାସୁର୍ ପାଇ ଆସା ନ ରଇବାର୍ ଆଚେ । ୯ ପର୍ମେସର୍ ଜନ୍ ସତ୍ କବର୍ ସେମନ୍କେ ଜାନାଇଆଚେ, ସେଟା ସେମନ୍ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାର୍ ଆଚେ । ଆରି ସେମନ୍ ପାପେ ରଉନାଇ ବଲି ତାକର୍ ବିବେକ୍ ସାକିଦେବାର୍ ଆଚେ । ୧୦ ମଣ୍ଡଲିର୍ ସେବାକରୁ ଅଇବା ଆଗ୍ତୁ ବିନ୍ ଲକ୍ମନ୍ ସେମନ୍କେ ପରିକା କରି ଦେକତ୍ । କାଇ ଦସ୍ ନ ରଇଲେ ସେମନ୍ ସେବା କର୍ବାକେ ଦାଇତ୍ ନେଅତ୍ । ୧୧ ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ । ୧୨ ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ । ୧୩ ସେବାକାରିଆମନ୍ ଆବଡ୍ ଅଇ ନିକ କାମ୍ କଲେ, ଲକ୍ମନର୍ ଟାନେଅନି ଅଦିକ୍ ସନ୍ମାନ୍ ମିଲ୍ସି । ସେନ୍ତାରି ଲକ୍ କିରିସ୍ଟ ଜିସୁର୍ ବିସଇ ବିନ୍ ଲକ୍ମନ୍କେ ଡାଟ୍ ସଙ୍ଗ୍ କଇପାର୍ବାଇ ।
ବିସ୍ବାସର୍ ସତ୍
୧୪ ମୁଇ ଏପିସେ ଆସି ଦାପ୍ରେ ତମ୍କେ ଦେକ୍ବି ବଲି ମନ୍ କଲିନି । ଅଇଲେ ମିସା ଏ ଚିଟିଟାନେ ତମ୍କେ ମୁଇ ତିଆର୍ଲିନି । ୧୫ କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।
୧୬ ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ ।
“ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା ।
ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ ।
ଦୁତ୍ମନ୍ ତାକେ ଦେକ୍ଲାଇ ।
ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ ।
ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ ।
ପର୍ମେସର୍ ତାକେ ସର୍ଗେ ନେଲା ।”