୪
ଜିଉଦି ବଡ୍ସବାଇ ପିତର୍ ଆରି ଜଅନ୍
୧ ପିତର୍ ଆରି ଜଅନ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍ କେତେଟା ପୁଜାରି ଆରି ଜାଗୁଆଲ୍ମନର୍ ସେନାପତି ଆରି କେତେଟା ସାଦୁକିମନ୍ ଆସି କେଟ୍ଲାଇ । ୨ ସେମନ୍ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍ ସିସ୍ ଦୁଇଲକ୍ ଜିସୁ ମଲାତେଇଅନି ଉଟ୍ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍ମନ୍ ମଲାଟାନେଅନି ଉଟ୍ବାଇବଲି ପର୍ମାନ୍ କର୍ତେ ରଇଲାଇ । ୩ ସେଟାର୍ପାଇ ସେ ଦୁଇଟା ପେରିତ୍ ସିସ୍ମନ୍କେ ଦାରି ବାନ୍ଦ୍ଲାଇ । ଆରି ସେ ଦିନେ ବେସି ଅଲ୍ସମ୍ ଅଇଜାଇରଇଲାକେ ଆର୍କର୍ ଦିନ୍ ଜାକ ବନ୍ଦିଗରେ ରକିରଇଲାଇ । ୪ ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
୫ ତାର୍ ଆର୍କର୍ ଦିନେ ଜିଉଦି ନେତାମନ୍, ଆରି ପାର୍ଚିନ୍ମନ୍ ଆରି ନିୟମ୍ ସିକାଉମନ୍ ଜିରୁସାଲମେ ରୁଣ୍ଡ୍ଲାଇ । ୬ ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ । ୭ ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି ? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି ?”
୮ ସେଟାର୍ପାଇ ପିତର୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇ ସେମନ୍କେ କଇଲା, “ତମେ ଜେ କି ଆମର୍ ସାସନ୍କାରିଆମନ୍ ଆରି ପାର୍ଚିନ୍ମନ୍ ! ୯ ଜଦି ଆଜି ଏ ଚଟାର୍ ପାଇ କରିରଇଲା ନିମାନ୍ କାମର୍ଲାଗି ଆମ୍କେ ପର୍ସନ୍ କଲାସ୍ନି ଆରି ସେ କେନ୍ତାର୍ ନିମାନ୍ ଅଇଲା ବଲି ଜାନ୍ବାକେ ମନ୍ କଲାସ୍ନି, ୧୦ ତେବେ ତମେ ଆରି ଇସ୍ରାଏଲର୍ ସବୁ ଲକ୍ ଜାନ୍ବାର୍ ଦର୍କାର୍ ଜେ, ତମର୍ ମୁଆଟେ ଟିଆଅଇରଇଲା ଏ ଲକ୍ ଅବ୍କା ନାଜ୍ରିତ୍ ଗଡର୍ ଜିସୁକିରିସ୍ଟର୍ ବପୁସଙ୍ଗ୍ ପୁରାପୁରୁନ୍ ନିମାନ୍ ଅଇଲା ଆଚେ । ସେ ଜିସୁକେ ତମେ କୁର୍ସେ ମରାଇଲାସ୍ । ମାତର୍ ପର୍ମେସର୍ ତାକେ ମଲାତେଇଅନି ଆରି ତରେକ୍ ଉଟାଇଲା ଆଚେ ।” ୧୧ ଜିସୁର୍ ବିସଇ ଦରମ୍ ସାସ୍ତରେ ଲେକା ଅଇଲାଆଚେ,
ଗର୍ ତିଆର୍କରୁମନ୍ ଜନ୍ ପାକ୍ନା ନଏଁ ବଲି ପିଙ୍ଗିଦେଇ ରଇଲାଇ,
ସେଟାସେ କନର୍ ମୁକିଅ ପାକ୍ନା ଅଇଲା ।
୧୨ ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି । ୧୩ ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ । ୧୪ ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ । ୧୫ ସେଟାର୍ ପାଇ ସେମନ୍ ସିସ୍ମନ୍କେ ସେ ସବାଇଅନି ବାର୍କରାଇଦେଇକରି ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇବାର୍ ଦାର୍ଲାଇ । ୧୬ ସେମନ୍ କାତା ଅଇଲାଇ, “ଆମେ ଏମନ୍କେ କାଇଟା କରୁ ? ଏମନ୍ କରିରଇବା ଏ କାବା ଅଇଜିବା କାମ୍ ବିସଇ ଜିରୁସାଲମର୍ ସବୁ ଲକ୍ ଜାନିଗାଲାଇ ଆଚତ୍ । ଏ ସତ୍ ଗଟେନାଇ କି ନାଜାନୁ ବଲି କଇ ନାପାରୁ । ୧୭ ମାତର୍ ଏ କାତା ଲକ୍ମନର୍ ବିତ୍ରେ ଆରି ଅଦିକ୍ ଉଡ୍ରା ଅଇ ନ ଜାଅ, ଜିସୁର୍ ବିସଇ ଆରି କେବେ କାର୍ ମୁଆଟେ ନ କଇବାକେ ସେମନ୍କେ ଆମେ ଡାଟ୍ ସଙ୍ଗ୍ ଜାଗ୍ରତ୍ କରାଇଦେଉଁ ।” ୧୮ ସେଟାର୍ ପାଇ ସେମନ୍ ପିତର୍ ଆରି ଜଅନ୍କେ ଆରି ତରେକ୍ ବିତ୍ରେ ଡାକ୍ଲାଇ । ଆରି କେବେମିସା ଜିସୁର୍ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍ରତ୍ କରାଇଦେଲାଇ । ୧୯ ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା । ୨୦ କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।” ୨୧ ମାତର୍ ବଡ୍ସବାର୍ ଲକ୍ ଆରି ଡାଟ୍ସଙ୍ଗ୍ ସେମନ୍କେ ଦମ୍କାଇକରି ଚାଡି ଦେଲାଇ । ସେମନ୍କେ ଡଣ୍ଡ୍ଦେବାଟା କସ୍ଟ ବଲି ସେମନ୍ ଜାନିପାର୍ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍ ଲାଗି ଲକ୍ମନ୍ ପର୍ମେସର୍କେ ଜୁଆର୍ କର୍ତେ ରଇଲାଇ । ୨୨ ଜନ୍ ଲକ୍ କାବା ଅଇଜିବା କାମର୍ଲାଗି ନିମାନ୍ ଅଇରଇଲା, ତାକେ ଚାଲିସ୍ ବରସେଅନି ଅଦିକ୍ ଅଇରଇଲା ।
ନ ଡର୍ବା ପାଇ ପାର୍ତନା
୨୩ ପିତର୍ ଆରି ଜଅନ୍ ମୁକଲ୍ଲା ଦାପ୍ରେ ନିଜର୍ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜାଇଟା କଇରଇଲାଇ, ସେଟା ସେମନ୍କେ ଜାନାଇଲାଇ । ୨୪ ବିସ୍ବାସିମନ୍ ସବୁ କାତା ସୁନ୍ଲା ପଚେ ଗଟେକ୍ ଅଇ ପର୍ମେସର୍କେ ଏ ପାର୍ତନା କଲାଇ, ଏ ମାପ୍ରୁ ! ସରଗ୍, ଦର୍ତନି, ସମ୍ଦୁର୍ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍ କଲାସ୍ ! ୨୫ ତମେ ସୁକଲ୍ ଆତ୍ମାଇଅନି ଆମର୍ ଆନିଦାଦିମନର୍ ଆରି ତମର୍ ଦାଙ୍ଗ୍ଡା ଦାଉଦର୍ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍ । ସେ କଇରଇଲା,
ଜିଉଦି ନଇଲା ଲକ୍ମନ୍ କାଇକେ ରିସା ଅଇଲାଇ ?
ଲକ୍ମନ୍ କାଇକେ ଚୁଚାଇ ସଡ୍ଜଁତର୍ କଲାଇ ?
୨୬ ମାପ୍ରୁର୍ ବିରଦେ ଆରି
ତାକର ମସିଆର୍ ବିରଦେ
ଜଗତର୍ ରାଜାମନ୍ ଆରି ସାସନ୍କାରିଆମନ୍
ଜୁଜ୍ବାକେ ନିଜ୍କେ ତିଆର୍ ଅଇ ରୁଣ୍ଡ୍ଲାଇ ।
୨୭ ✡ଲୁକ୍ ୨୩:୭-୧୧; ମାତିଉ ୨୭:୧,୨; ମାର୍କ ୧୫:୧; ଲୁକ୍ ୨୩:୧; ଜଅନ୍ ୧୮:୨୮,୨୯କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ । ୨୮ ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ । ୨୯ “ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା । ୩୦ ନିମାନ୍ କର୍ବାକେ ତମର୍ ଆତ୍ ଲାମାଆ ଆରି ତମର୍ ସୁକଲ୍ ଦାଙ୍ଗ୍ଡା ଜିସୁର୍ ନାଏଁ ନ ଅଇବା କାମ୍ ଆରି କାବା ଅଇଜିବା କାମ୍ମନ୍ ସାଦନ୍ କରାଆ ।”
୩୧ ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
ବିସ୍ବାସିମନ୍ ନିଜର୍ ନିଜର୍ ସଁମ୍ପତିକେ ବାଗ୍ ମିସ୍ବାଟା
୩୨ ✡ପେରିତ୍ ୨:୪୪,୪୫ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ । ୩୩ ପେରିତ୍ ସିସ୍ମନ୍ ବପୁସଙ୍ଗ୍ ସାକି ଦେବାର୍ ଦାର୍ଲାଇ । ପର୍ମେସର୍ ମାପ୍ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍ମେସର୍ ସବୁ ବିସ୍ବାସିମନ୍କେ ଅଦିକ୍ ଅଦିକ୍ ଜିବନ୍ ଦୁକାଇଲା । ୩୪ ତାକର୍ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍ ନ ରଇଲା । ଜନ୍ ଲକ୍ମନ୍କେ ଗର୍ ଆରି ଜମିରଇଲା, ସେମନ୍ ସେଟା ବିକିକରି ଡାବୁ ଆନି, ୩୫ ପେରିତ୍ମନ୍କେ ସର୍ପିଦେଇରଇଲା । ସେ ଡାବୁ, ପେରିତ୍ ମନ୍ ଅବାବେ ରଇଲା ଲକ୍ମନ୍କେ ବାଟାକରି ଦେଇତେରଇଲାଇ ।
୩୬ ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି ୩୭ ଡାବୁ ପେରିତ୍ ସିସ୍ମନ୍କେ ସର୍ପିଦେଲା ।