୯
ସାଉଲ୍ ମନ୍ ବାଦ୍ଲାଇଲା
୧ ସେ ସବୁ ଗଟ୍ବା ବେଲେ, ସାଉଲ୍ ମାପ୍ରୁର୍ ସିସ୍ମନ୍କେ ମରାଇଦେବି ବଲି ଦମ୍କାଇତେ ରଇଲା । ସେ ବଡ୍ ପୁଜାରିର୍ ଲଗେ ଗାଲା । ୨ ଜାଇକରି ଦାମାସ୍କାସେ ଜିଉଦିମନର୍ ପାର୍ତନା ଗରେ ଦେବାକେ ଅଦିକାରର୍ ଚିଟି ମାଙ୍ଗ୍ଲା । ଦାମାସ୍କାସେ ଜନ୍ ମାଇଜି ଆରି ମୁନୁସ୍ମନ୍ ମାପ୍ରୁର୍ ବାଟେ ଆଇଲାଇ ଆଚତ୍, ସେମନ୍କେ ବନ୍ଦିକରି ଡଣ୍ଡ୍ ଦେବାକେ, ଜିରୁସାଲମର୍ ଜିଉଦି ନେତାମନର୍ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍ବାକେ ସାଉଲ୍କେ ଏ ଚିଟି ଅଦିକାର୍ ଦେଲା ।
୩ ସାଉଲ୍ ଦାମାସ୍କସ୍ ନଅର୍ ଲଗାଲଗି ଅଇବା ବେଲେ, ଅଟାତ୍ ବାଦ୍ଲେଅନି ଗଟେକ୍ ଉଜଲ୍ ସାଉଲର୍ ଚାରିବେଡ୍ତି ଜଗ୍ଜଗି ଗାଲା । ୪ ତେଇ ସେ ତଲେ ଅଦ୍ରି ଗାଲା ଆରି ଗଟେକ୍ କଇବା କାତା ସୁନ୍ଲା “ଏ ସାଉଲ୍ ତୁଇ ମକେ କାଇକେ ସାଦ୍ଲୁସ୍ନି ?”
୫ ସେ କଇଲା, “ତମେ କେ ମାପ୍ରୁ ?”
“ତୁଇ ଜାକେ ସାଦ୍ଲୁସ୍ନି, ସେ ଜିସୁ ମୁଇ । ୬ ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
୭ ସାଉଲର୍ ସଙ୍ଗ୍ ଜିବା ଲକ୍ମନ୍ କାବାଅଇଜାଇ ତେବିଦେଲାଇ, ତାକର୍ ଟଣ୍ଡେଅନି ପଦେକ୍ କାତା ବାରଏ ନାଇ । କଇବା ସବଦ୍ ସେମନ୍ ସୁନ୍ଲାଇ, ମାତର୍ କାକେ ଦେକି ନାପାର୍ଲାଇ । ୮ ସାଉଲ୍ ଉଟି ଆଁକି ଦେକ୍ଲା ମାତର୍ ତାକେ କାଇଟା ଡିସେ ନାଇ । ତେବେ ତାର୍ ସଙ୍ଗର୍ ଲକ୍ମନ୍ ଆତେ ଦାରି ଦାମାସ୍କସ୍ ଡାକିନେଲାଇ । ୯ ତିନ୍ଦିନ୍ ଜାକ ସେ କାଇଟା ଦେକି ନାପାର୍ଲା ଆରି ତିନ୍ଦିନ୍ ଜାକ କାଏ ନାଇ କି ପିଏ ନାଇ ।
୧୦ ଦାମାସ୍କସେ ଅନନିୟ ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା, ସେ ମାପ୍ରରୁ ଦର୍ସନ୍ ପାଇଲା, ମାପ୍ରୁ ତାକେ କଇଲା, “ଅନନିୟ !”
ସେ କଇଲା, “ମୁଇ ଇତି ଆଚି ମାପ୍ରୁ, କୁଆ ।”
୧୧ ମାପ୍ରୁ କଇଲା, “ତିଆର୍ ଅ । ସଲକ୍ ନାଉଁର୍ ବାଟ୍ଦାରି ଜିଉଦାର୍ ଗରେ ଜା । ତେଇ ତାର୍ସସେଅନି ଆସି ରଇବା ସାଉଲ୍ ନାଉଁର୍ ଗଟେକ୍ ଲକ୍କେ କଜ୍ । ସେ ପାର୍ତନା କଲାନି । ୧୨ ସେ ଦର୍ସନ୍ ଦେକ୍ଲାବେଲେ ଅନନିୟ ବଲି ଗଟେକ୍ ଲକ୍ ତାର୍ ଗରେ ପୁର୍ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍ ଦେକିପାର୍ସି ତାର୍ ଉପ୍ରେ ଆତ୍ ସଙ୍ଗ ।”
୧୩ ମାତର୍ ଅନନିୟ କଇଲା, “ମାପ୍ରୁ ଏ ଲକ୍ ଜିରୁସାଲାମେ ତମର୍ ଲକ୍ମନ୍କେ ଜେତ୍କି ପାପ୍ କାମ୍ କଲା ଆଚେ, ସେ ବିସଇ କେତେ କେତେ ଲକ୍ ମକେ ଜାନାଇ ଆଚତ୍ । ୧୪ ଆରି ସେ ଲକ୍ ମୁକିଅ ପୁଜାରିମନର୍ ଟାନେଅନି ଅଦିକାର୍ କାଗଜ୍ ନେଇକରି ଦାମାସ୍କାସେ, ତମ୍କେ ପାର୍ତନା କର୍ବା ଲକ୍ମନ୍କେ ଦାରି ନେବାକେ ଆସିଆଚେ ।”
୧୫ ମାପ୍ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍ମନ୍, ତାକର୍ ରାଜାମନ୍ ଆରି ଇସ୍ରାଏଲର୍ ଲକ୍ମନ୍କେ, ମର୍ ନାଉଁ ଜାନାଇବାକେ ଆରି ମର୍ ସେବା କର୍ବାକେ ମୁଇ ତାକେ ବାଚ୍ଲି ଆଚି । ୧୬ ସେ ମର୍ ପାଇ ଜେତ୍କି ସବୁ କସ୍ଟ ମୁରଚ୍ବାର୍ ଆଚେ, ମୁଇ ନିଜେ ତାକେ ଜାନାଇବି ।”
୧୭ ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।” ୧୮ ଅନନିୟ ଏ କାତା କଇଲା ଦାପ୍ରେ ଏଦେ ଦେକା ! ସାଉଲର୍ ଆଁକିଅନି ମାଚ୍ କସ୍ଲି ପାରାଟା କୁସ୍ଲି ଅଦର୍ଲା । ସେ ଆରି ତରେକ୍ ଦେକି ପାର୍ଲା । ସେ ଉଟ୍ଲା ଆରି ଅନନିୟ ତାକେ ଡୁବନ୍ କଲା । ୧୯ ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍ ଜିସୁକେ ବିସ୍ବାସ୍ କର୍ବା ଲକ୍ମନର୍ ସଙ୍ଗ୍ ଦାମାସ୍କସେ କେତେ ଦିନ୍ ରଇଲା ।
ଦାମାସ୍କସେ ସାଉଲର୍ ମାପ୍ରୁର୍ କାତା ଜାନାଇବାଟା
୨୦ ସେ ସିଦା ପାର୍ତନା କର୍ବା ଗର୍ମନ୍କେ ଜାଇ ଜିସୁସେ ପର୍ମେସରର୍ ପଅ ବଲି ଜାନାଇବାର୍ ଦାର୍ଲା ।
୨୧ ଜନ୍ ଲକ୍ମନ୍ ତାର୍ କାତା ସୁନ୍ଲାଇ, କାବାଅଇଜାଇକରି ପାଚାର୍ଲାଇ, “ଜିରୁସାଲମେ ଜିସୁକେ ବିସ୍ବାସ୍ କରି ପାର୍ତନା କର୍ବା ଲକ୍ମନ୍କେ ଜନ୍ଲକ୍ ମରାଇତେ ରଇଲା, ଏ କାଇ ସେ ଲକ୍ ନଏଁ କି ? ସେମନ୍କେ ମୁକିଅ ପୁଜାରିମନର୍ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି ?”
୨୨ ମାତର୍ ସାଉଲ୍ ଦରମ୍ ସାସ୍ତରେ ଅନି, ଜିସୁ ଆକା ମସିଅ ବଲି ସତ୍ ଦେକାଇଲା । ଏ ବିସଇଟାନେ ତାର୍ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍କସେ ବାସାଅଇ ରଇବା ଜିଉଦିମନ୍ ତାର୍ କଇବା କାତାର୍ ଗଟେକ୍ ମିସା ଉତର୍ ଦେଇନାପାର୍ଲାଇ ।
୨୩ ✡୨ୟ କରନ୍ତିୟ ୧୧:୩୨,୩୩କେତେଦିନ୍ ଗାଲା ପଚେ ଜିଉଦିମନ୍ ଗଟେକ୍ ଅଇକରି ସାଉଲ୍କେ ମରାଇବାକେ ପାଚ୍ନା କଲାଇ । ୨୪ ମାତର୍ ସାଉଲ୍ ସେମନର୍ କୁଟ୍ କାତା ଜାନ୍ଲା । ସାଉଲ୍କେ ମରାଇବାକେ ସେମନ୍ ଦିନ୍ ରାତି ନଅରର୍ ସବୁ ଦୁଆର୍ମନ୍କେ ଜାଗ୍ଲାଇ । ୨୫ ମାତର୍ ଦିନେକ୍, ରାତିବେଲେ ସାଉଲର୍ ସିସ୍ମନ୍ ତାକେ ଡାଲାଇ ସାଜାଡି ନଅରର୍ ଚାରିବେଟ୍ତି ରଇବା ପାଚୁରିର୍ କାଣା ବାଟେ ତଲେ ଉତ୍ରାଇଦେଲାଇ ।
ଜିରୁସାଲାମେ ସାଉଲ୍
୨୬ ସାଉଲ୍ ଜିରୁସାଲାମେ ଜାଇ ସିସ୍ମନର୍ ସଙ୍ଗ୍ ମିସ୍ବାକେ ଚେସ୍ଟା କଲା । ମାତର୍ ସେମନ୍ ସାଉଲ୍କେ ଗଟେକ୍ ସିସ୍ ବଲି ମୁଲ୍କେ ବିସ୍ବାସ୍ କରତ୍ ନାଇ । ସବୁ ଲକ୍ ତାକେ ଡର୍ତେ ରଇଲାଇ । ୨୭ ମାତର୍ ପଚେ, ବର୍ନବା ତାକେ ପେରିତ୍ ସିସ୍ମନର୍ ଲଗେ ନେଲା । ଦାମାସ୍କସର୍ ବାଟେ କେନ୍ତି ସାଉଲ୍ ମାପ୍ରୁର୍ ଦର୍ସନ୍ ପାଇରଇଲା, ଆରି ମାପ୍ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍କେ ବୁଜାଇକରି କଇଲା । ଦାମାସ୍କସେ ସାଉଲ୍ ନ ଡର୍ତେ କେନ୍ତାରି ଜିସୁର୍ ନାଉଁ ଦାରି ତାର୍ ବାକିଅ ଜାନାଇରଇଲା, ସେମନ୍କେ ଟିକି ନିକି ବୁଜାଇ କରି କଇଲା । ୨୮ ଆରି ସାଉଲ୍, ପେରିତ୍ ସିସ୍ମନର୍ ସଙ୍ଗ୍ ରଇଲା ଆରି ଜିରୁସାଲମର୍ ଗୁଲାଇବାଟେ ଜାଇ, ନ ଡର୍ତେ ମାପ୍ରୁର୍ ବାକିଅ ଜାନାଇଲା । ୨୯ ସାଉଲ୍ ଏ ସବୁ ବିସଇ ଗିରିକ୍ ବାସା କଇବା ଜିଉଦିମନର୍ ସଙ୍ଗ୍ ଦଦାପେଲା ଅଇଲା । ମାତର୍ ସେମନ୍ ସାଉଲ୍କେ ମରାଇବାକେ ଚେସ୍ଟା କଲାଇ । ୩୦ ବିସ୍ବାସି ବାଇମନ୍ ଏ କାତା ଜାନିକରି ସାଉଲ୍କେ କାଇସରିଆ ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍ସିସ୍ ବଲି ବିନ୍ ଗଟେକ୍ ଜାଗାଇ ପାଟାଇ ଦେଲାଇ ।
୩୧ ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
ଲୁଦା ଆରି ଜପ୍ପା ଜାଗାଇ ପିତର୍
୩୨ ପିତର୍ ବିନ୍ ବିନ୍ ଜାଗାଇ ବୁଲି ବୁଲି ତରେକ୍ ଲୁଦାଇ ବାସାଅଇରଇବା, ମାପ୍ରୁର୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ଗାଲା । ୩୩ ତେଇ ଏନିୟ ନାଉଁର୍ ଗଟେକ୍ ଲକ୍କେ ସେ ବେଟ୍ ଅଇଲା, ଏନିୟକେ ଚେରେଙ୍ଗ୍ ବାତ୍ ଦାରି ଆଟ୍ ବରସ୍ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍ତେ ରଇଲା । ୩୪ ପିତର୍ ତାକେ କଇଲା, “ଏନିୟ ଜିସୁ ମାପ୍ରୁ ତକେ ନିକ କରିଆଚେ । ଉଟ୍ ଆରି ତର୍ ଅଚ୍ନା ସାଜାଡ୍ ।” ୩୫ କଇଲା ଦାପ୍ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍ମନ୍ ମାପ୍ରୁର୍ ବାଟେ ଆଇବାକେ ମନ୍ କଲାଇ ।
୩୬ ଜପାଇ, ଟାବିତା ନାଉଁର୍ ଗଟେକ୍ ବିସ୍ବାସି ମାଇଜି ବାସା ଅଇରଇଲା । ତାର୍ ଗିରିକ୍ ନାଉଁ, ଦାର୍କାସ୍ । ତାର୍ ଅରତ୍ କଟ୍ରା । ସେ ସବୁବେଲା ସତ୍ କାମ୍ କରି, ରଗି ଦୁକିମନର୍ ସେବା କର୍ତେ ରଇଲା । ସେବେଲେ ସେ ରଗ୍ବେମାର୍ ଅଇ ମରିଗାଲା । ୩୭ ତାର୍ ଲକ୍ବାକ୍ମନ୍ ଟାବିତାର୍ ମଲାମଡ୍ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍ ଗୁଡିଆଇ ଉପର୍ ତାଲାର୍ ବାକ୍ରାଇ ସୁଆଇଦେଲାଇ । ୩୮ ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍ବାସିମନ୍ ଦୁଇ ଲକ୍କେ ପିତରର୍ ଲଗେ କଇ ପାଟାଇଲାଇ । “ଅଲସମ୍ ନ କରି, ଦାପେ ଆମର୍ ଲଗେ ଚନେକ୍ ଆସା ।” ୩୯ ପିତର୍ ତିଆର୍ ଅଇକରି ସେମନର୍ ସଙ୍ଗ୍ ଗାଲା । ତେଇ ସେ କେଟ୍ଲା ଦାପ୍ରେ ଲକ୍ମନ୍ ତାକେ ଉପର୍ ତାଲାର୍ ବାକ୍ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍ ଚାରିବେଡ୍ତି ଅଇକରି କାନ୍ଦି କାନ୍ଦି ଦାର୍କାସ୍ ଜିବନ୍ ରଇଲାବେଲେ ସିଲାଇ ରଇବା ବସ୍ତର୍ ଆରି ଲୁଗାମନ୍ ସବୁ ପିତର୍କେ ଦେକାଇଲାଇ । ୪୦ ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, “ଟାବିତା ଉଟ୍ !” ଏଦେ ଦେକା ! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା । ୪୧ ପିତର୍ ଆତ୍ ଲାମାଇ ତାକେ ଉଟାଇଲା । ତାର୍ ପଚେ ତେଇ ରୁଣ୍ଡି ରଇଲା ସବୁ ବିସ୍ବାସି ଆରି ରାଣ୍ଡି ମାଇଜିମନ୍କେ ଡାକି ଦର୍କାସ୍କେ ସର୍ପିଦେଲା । ୪୨ ଏ କବର୍ ଜପାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ଆରି କେତେ କେତେ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ । ୪୩ ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।