୨୭
ପାଉଲ୍ ରମ୍ ଦେସେ ଗାଡ୍ ଗାଡ୍ ଜିବାଟା
୧ ଆମେ ଜେଡେବେଲେ ପାନି ଜାଜେ ବସି ଇଟାଲି ଜିବାକେ ଟିକ୍ କଲାଇ, ସେଡ୍କିବେଲେ କେତେଟା ବନ୍ଦି ଅଇଲା ଲକ୍କେ ଆରି ପାଉଲ୍କେ ରମିୟ ସନିଅମନର୍ ସେନାପତି ଜୁଲିୟସ୍କେ ସର୍ପି ଅଇଲାଇ । ୨ ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା । ୩ ଆର୍କର୍ ଦିନେ ଆମେ ସିଦନେ କେଟ୍ଲୁ । ଜୁଲିୟସ୍ ପାଉଲ୍କେ ବେସି ଦୟା ଦେକାଇତେରଇଲା । ପାଉଲର୍ ସଙ୍ଗାରିମନର୍ ଟାନେଅନି ତାର୍ ଦର୍କାର୍ ଅଇବା ଜିନିସ୍ମନ୍ ଟୁଲିଆଇବାକେ ତାକର୍ସଙ୍ଗ୍ ଜାଇ ମିସତ୍ ବଲି ପାଉଲ୍କେ ଆଦେସ୍ ଦେଲା । ୪ ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ । ୫ ସିଲିସିଆ ଆରି ପପୁଲିଆ ନାଉଁର୍ ଦୁଇଟା ଜାଗା ଜିତିକରି ଲୁକିଆ ବଲି ମୁରା ନଅର୍ ଜାଗାଇ ଆଇଲୁ । ୬ ତେଇ ସେନାପତି ଆଲେକ୍ଜାଣ୍ଡ୍ରିଆର୍ ଗଟେକ୍ ପାନି ଜାଜ୍ ଇଟାଲି ଜାଇତେରଇଲାଜେ ଆମ୍କେ ଦେକି, ସେ ଜାଜେ ବସାଇଲା ।
୭ ପଚେ ଆମ୍କେ ବେସିଦିନ୍ ଲାଗିଗାଲା ଦିରେ ଦିରେ ଜାଇ କରି କେଡେକ୍ କସ୍ଟେ କିଦ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇ କେଟ୍ଲା ପଚେ ବେସି ପବନ୍ ଆଇଲାଜେ ଆମେ ଆରି ଆଗ୍କେ ଜାଇ ନାପାର୍ଲୁ । ତେବେ ସାଲନି ବଲି ଗଟେକ୍ ଜାଗାର୍ ମୁଆଟ୍ ବାଟେ ଜାଇ କିରିତର୍ ପାଲି ପାଲି ଗାଲୁ । ୮ ଆରି ପାଲି ପାଲି ଆସି ବଡେ କସ୍ଟେ ସୁନ୍ଦର୍ ବନ୍ଦ୍ ବଲି ଗଟେକ୍ ପାନିଜାଜ୍ମନ୍ ଲାଗ୍ବାଟାନେ ଆସି କେଟ୍ଲୁ । ସେଟା ଲାସିଆ ସଅର୍ ଲଗେ ରଇଲା ।
୯ ସେ ଜାଗାଇ ଆମେ ବେସିଦିନ୍ ରଇଲୁ । ଜିଉଦିମନର୍ ଉପାସ୍ ମାନିଅଇବା ପରବ୍ ସାରି ଜାଇରଇଲା । ତେବେ ଗାଡ୍ ଗାଡ୍ ଜିବାଟା ବିପଦ୍ ରଇଲା । ସେଟାର୍ପାଇ ପାଉଲ୍ ସେମନ୍କେ ଜାଗ୍ରତ୍ କରାଇ କଇଲା, ୧୦ “ମଇତର୍ମନ୍ ଆମେ ଏ ଗାଡ୍ ଗାଡ୍ ଗାଲେ ସରି ଜାଆଜ୍ ଆରି ଜିନିସ୍ପତର୍ ଆକା କେତି ନ ଅଏ, କେଡେବେଲେ ଜାଜେ ଜିବା ଲକ୍ମନର୍ ମିସା ଦସା କେଟ୍ସି ।” ୧୧ ମାତର୍ ସେନାପତି ପାଉଲର୍ କାତା ବିସ୍ବାସ୍ ନ କରି, ଜାଜ୍ ଚାଲାଉ, ଜାଜ୍ ସାଉକାରର୍ କାତା ବିସ୍ବାସ୍ କଲା । ୧୨ ସେ ଗାଡେ ସିତ୍ମାସେ ରଇବାଟା ବେସି କସ୍ଟ ରଇଲା । ତେବେ କେନ୍ତି କରି ମିସା କସ୍ଟେ ମସ୍ଟେ ପେନିକସ୍ ବଲି ଗଟେକ୍ ଜାଗାଇ କେଟି, ଦର୍କାର୍ ପଡ୍ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍ମନ୍ କର୍ତେରଇଲାଇ । ପିନିକସ୍ ଅଇଲାନି କିରିତେ ଦକିଣ୍, ପଚିମ୍ ଆରି ଉତର୍ ପୁରୁବ୍ ଦିଗେ ରଇବା ଗଟେକ୍ ଜାଗାର୍ ନାଉଁ ।
ସମ୍ଦୁରେ ପାନିପବନ୍ ଆଇବାଟା
୧୩ ଜେଡେବେଲେ ଦକିନ୍ ଦିଗ୍ବାଟେଅନି ଅଲପ୍ ଅଲପ୍ ପବନ୍ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍ମନ୍ ଏଟା ଗଟେକ୍ ସୁବ୍କବର୍ ବଲି ବାବ୍ଲାଇ । ଜାଜ୍ ଅଟ୍କାଇବା ପାର୍ଦା ଟେକିଦେକ୍ଲାଇ ଆରି କିରିତ୍ ଗାଡ୍ ପାଲି ପାଲି ଜାଜ୍ ଚାଲାଇ ଚାଲାଇ ନେବାର୍ ଦାର୍ଲାଇ । ୧୪ ମାତର୍ ଚନେକ୍ ଗାଲା ପଚେ କିରତ୍ବାଟେଅନି ଉତର୍ ପୁରବ୍ ବଲି କଇବା ପବନ୍ ଆଇଲା । ୧୫ ସେ ପବନ୍ ଅପର୍ବଲ୍ ଆସି ଜାଜେ ପିଟିଅଇଲା । ପବନ୍ ଆଇବା ମୁଆଟ୍ବାଟେ ଜାଜ୍ ନେବାକେ ଚେସ୍ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍ ଜାଜ୍କେ ପାନି ଟାନେ ଉପ୍କାଇକରି ନେଅ ବଲି ଚାଡିଦେଲୁ । ୧୬ ଆରି କାଉଦ୍ ବଲି ଗୁଲାଇ ବାଟେ ପାନି ରଇକରି ମଜାଇ ସୁକ୍ଲା ବୁଇଁ ରଇବା ଜାଗାର୍ ଦକିଣ୍ ଦିଗ୍ବାଟେ ଗାଲାବେଲେ ଅଲପ୍ ପବନ୍ଟାନେ ଅନି ରକିଆ ପାଇଲୁ । ତେଇ ଆମେ କସ୍ଟେମସ୍ଟେ ଜାଆଜର୍ ସାନ୍ଡଙ୍ଗା କାଇ ବିପଦ୍ ନଇତେ ସଙ୍ଗଇପାର୍ଲୁ । ୧୭ ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ । ୧୮ ଚନେକ୍ ମିସା ନ ତେବି ଅପର୍ବଲ୍ ପବନ୍ ଆଇବାର୍ ଦାର୍ଲା ଜେ, ତାର୍ ଆର୍କର୍ ଦିନେ ସେମନ୍ ଜାଜେଅନି ଜିନିସ୍ ପତର୍ ପାନିତେଇ ପିଙ୍ଗ୍ବାର୍ ଦାର୍ଲାଇ । ୧୯ ତାର୍ ଆର୍କର୍ ଦିନେ ସେମନ୍ ଜାଜର୍ ପାଇ ଦର୍କାର୍ ଅଇବା କେତେଟା ଜିନିସ୍ ବେଟି ପିଙ୍ଗି ଦେଲାଇ । ୨୦ ବେସି ଦିନ୍ ଅଇଗାଲା ଆମେ ବେଲର୍ ମୁକ୍ ନାଇ କି ତାରାର୍ ମୁକ୍ ଦେକୁନାଇ ସେନ୍ତି ରଇଗାଲୁ । ପବନ୍ ଚନେକ୍ ମିସା ତେବେ ନାଇ, ଅଦିକ୍ ଅଦିକ୍ ଆଇତେସେ ରଇଲା । ସାରାସାରି ଆମେ ବଁଚ୍ବାର୍ ଆସା ଚାଡି ଦେଇରଇଲୁ ।
୨୧ ଏତେକ୍ ଦିନ୍ ଅଇଲା ସବୁ ଲକ୍ଜାକ ନ କାଇ ନ ପିଇ ରଇଲା ପଚେ ପାଉଲ୍, ଜାଜେ ଜିବା ଲକ୍ମନର୍ ମଜାଇ ଟିଆଅଇ କଇଲା, ମଇତର୍ମନ୍ ତମେ ମର୍ କାତା ଦାରି କିରତେଅନି ଜାଜ୍ ନ ଆନି ରଇଲେ ଆମ୍କେ ଏ ଦସା ନ ଆଇତା । ୨୨ ମାତର୍ ଏବେ ତମ୍କେ ଗୁଆରି କରି କଇଲିନି, ନ ଡରି, ବରସ୍ ଅଇରୁଆ । ତମର୍ ବିତ୍ରେଅନି କେ ମିସା ନ ମରାସ୍ । ଜାଜ୍ସେ ନସ୍ଟ ଅଇସି । ୨୩ କାଇକେବଇଲେ ମୁଇ ଜାର୍ ଲକ୍ ଅଇଲିଆଚି, ଆରି ଜନ୍ ପର୍ମେସର୍କେ ପାର୍ତନା କଲିନି, କାଲି ରାତି ତାର୍ ଗଟେକ୍ ସରଗର୍ ଦୁତ୍ ମକେ ଆସି କଇଲା, ୨୪ ପାଉଲ୍ ତୁଇ ଡର୍ ନାଇ । ବାଇଦରେ ସମ୍ରାଟର୍ ମୁଆଟେ ତୁଇ ଟିଆ ଅଇସୁଆକା । ପର୍ମେସର୍ ତକେ ଜିବନ୍ ଦୁକାଇଲାଆଚେ । ଜେ କି, ତକେ ଆରି ତର୍ ସଙ୍ଗ୍ ଜାଇତେ ରଇବା ସବୁ ଲକ୍ମନ୍କେ ବଁଚାଇସି । ୨୫ ତେବେ ବାଇମନ୍ ତମେ ନ ଡରି ବରସ୍ ଅଇରୁଆ । କାଇକେ ବଇଲେ ମୁଇ ପରମେସର୍କେ ବିସ୍ବାସ୍ କଲିନି, ମକେ ଜେନ୍ତି କଇଲାଆଚେ ଟିକ୍ ସେନ୍ତାରିସେ ଅଇସି । ୨୬ ମାତର୍ ଆମେ ଆଗ୍କେ ଗାଲେ ଗଟେକ୍ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍ଲା ଜାଗାଇ ପବନ୍ କେଟାଇସି ।
୨୭ ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ । ୨୮ ତେବେ ସେମନ୍ ଗଟେକ୍ ବଜ୍ ଜିନିସ୍ ଡର୍ସଙ୍ଗ୍ ବାନ୍ଦିକରି ନାପିକରି ଜାନ୍ଲାଇ ଜେ, ତେଇ ସଏ କଡେ ପୁଟ୍ ପାନି ଡେଙ୍ଗ୍ ରଇଲା । ଆରି କଣ୍ଡେକ୍ ଦୁର୍ ଆଇଲାଇକେ ନବେ ପୁଟ୍ ପାନି ନାପ୍ଲାଇ । ୨୯ ପାନି ଜାଜ୍ କନ୍ଆଲେ ଡଙ୍ଗ୍ରର୍ ପାକ୍ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍ ପଚ୍ବାଟେ ଚାର୍ଟା ଜାଜ୍ ଅଟ୍କାଇବାଟା ପାକାଇଲାଇ । ଆରି ଦାପ୍ରେ ସାକାଲ୍ ପାଅ ବଲି ପାର୍ତନା କଲାଇ । ୩୦ ତାର୍ ପଚେ ଜାଜ୍ ଚାଲାଉମନ୍ ଜାଜେଅନି ଲୁଚି ପାଲାଇବାକେ ଚେସ୍ଟା କଲାଇ । ସାନ୍ ଡଙ୍ଗା ବାନ୍ଦିରଇବା ଡର୍ ବେଟି ଡଙ୍ଗା ସମ୍ଦୁରେ ଉତ୍ରାଇଲାଇ । ସେମନ୍ ଆରି କେତେଟା ଜାଜ୍ ଅଟ୍କାଇବାଟା ମୁଆଟ୍ବାଟେ ପାକାଇବୁ ବଲି ନାଡାଇଲାଇ । ୩୧ ମାତର୍ ପାଉଲ୍, ସେନାପତି ଆରି ସନିଅମନ୍କେ କଇଲା, “ଜଦି ଜାଜ୍ ଚାଲାଉମନ୍ ଜାଜେ ନ ରଇଲେ ତମେ ମରିଜାଇସା ।” ୩୨ ସେଟାର୍ପାଇ ସନିଅମନ୍ ଡଙ୍ଗାର୍ ଡର୍ କାଟି ଦେଲାଇ ଆରି ପାନି ଉପ୍ରେ ବଁଲି ଜାଅ ବଲି ଚାଡି ଦେଲାଇ ।
୩୩ ପାଉଲ୍ କୁକ୍ଡାଡାକେ ସବୁ ଲକ୍କେ କାଆ ବଲି ବାବୁଜିଆ କଲା । ସେ କଇଲା, ଆଜିକେ ଚଉଦ ଦିନ୍ ଅଇଗାଲା କାଆସ୍ ନାଇ, ପିଆସ୍ ନାଇ, ବୁକେସେ ଆଚାସ୍ । ୩୪ ତେବେ ମୁଇ ତମ୍କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍ ଆଲେ କାଇବାର୍ ଆଚେଆକା । ଡରା ନାଇ ! ତମ୍କେ କାଇଟା ନ ଅଏ । ୩୫ ପାଉଲ୍ ଏନ୍ତାରି କଇକରି ରୁଟି ଦାର୍ଲା ଆରି ସବୁ ଲକର୍ ମୁଆଟେ ପର୍ମେସର୍କେ ଦନିଅବାଦ୍ ଦେଇ ରୁଟି ଚିଡାଇ କାଇବାର୍ ଦାର୍ଲା । ୩୬ ତେଇ ସେମନ୍ ସବୁ ଲକ୍ ସାଆସ୍ ଅଇକରି ଆରି ନିଜେ ନିଜେ କାଇବାର୍ ଦାର୍ଲାଇ । ୩୭ ଆମେ ସେ ଜାଜେ ସବୁ ଲକ୍ ମିସି ଦୁଇସ ସତୁରି ଚଅ ଲକ୍ ରଇଲୁ । ୩୮ ସବୁ ଲକ୍ ପେଟ୍ ପୁର୍ତେ କାଇ ସାର୍ଲା ପଚେ ଜାଜ୍ ଉସାସ୍ ଅ ବଲି ଜାଜେ ରଇଲା ସବୁ କାଦିକଣ୍ଡା ସମ୍ଦୁରେ ପିଙ୍ଗି ଦେଲାଇ ।
ଜାଜ୍ ଡୁକାଇ ଅଇଲା
୩୯ ସାକାଲ୍ ପାଇଲାକେ କଣ୍ଡିର୍ କନ୍ ଜାଗାଇ ଆସି କେଟ୍ଲୁଆଚୁ ବଲି ଜାଜ୍ ଚାଲାଉମନ୍ ଜାନି ନାପାର୍ଲାଇ । ମାତର୍ ସେମନ୍ ଦେକ୍ଲାଇ, ଜେ ସେଟା ଗଟେକ୍ ସମ୍ଦୁର୍ ଆରି ଗାଡ୍ ମିସ୍ଲା ବାଲିପଟା ଜାଗା । ଜଦି ପାର୍ଲେ ତେଇ ଜାଜ୍ ଲାଗାଉଁ ବଲି ଚେସ୍ଟା କଲାଇ । ୪୦ ସେଟାର୍ପାଇ ଜାଜ୍ ଅଟ୍କାଇବାକେ ବାନ୍ଦି ରଇବା ଡର୍ ସବୁ କାଟି ଦେଇ, ସେଟା ସବୁ ସମ୍ଦୁରେ ତପି ଅଇବାକେ ଚାଡି ଦେଲାଇ । ଆରି ଜାଜ୍ ସଲ୍କାଇବାକେ ବାନ୍ଦି ରଇବା ଡର୍ କୁସ୍ଲାଇଦେଇ ମୁଆଟେ ବାନ୍ଦି ଅଇରଇବା ଡେରାକେ ଟେକି ଦେଲାଇ । ସେନ୍ତା କଲାକେ ଜାଜ୍ ପବ୍ନେ ଟେଲାଇ ଟେଲାଇ ଅଇକରି କଣ୍ଡିବାଟେ ଜିବାର୍ ଦାର୍ଲା । ୪୧ ଗାଡ୍ ଆରି ସମ୍ଦୁର୍ ମିସ୍ଲା ସାଙ୍ଗାମର୍ ବାଲିପାଟାଇ, ଜାଜ୍ ଡୁକାଇ ଅଇ ମୁଆଁଟ୍ ବାଟର୍ଟା ତଲେ ତପିଅଇ ଅଟ୍କି ଦେଲା । ଅପର୍ବଲ୍ ଲଉଡି ଆସି ଜାଜର୍ ପଚ୍ବାଟେ ଡୁକାଇ ଅଇଲାକେ ପଚ୍ ବାଟର୍ଟା ମିସା ବାଙ୍ଗି କଣ୍ଡ୍ କଣ୍ଡ୍ ଅଇଗାଲା ।
୪୨ ସନିଅମନ୍ ବନ୍ଦି ଲକ୍ମନ୍କେ ପଅଁରି ପଅଁରି ଉଟିଜିବାଇ ବଲି ବାବି କରି ମାରିମରାଇବାକେ ବାବ୍ଲାଇ । ୪୩ ମାତର୍ ସେନାପତି ପାଉଲର୍ ଜିବନ୍ ବଁଚାଇବି ବଲି ବାବ୍ତେ ରଇଲା । ତେବେ ସେ ସନିଅମନ୍କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍କି ପଅଁରି ପାର୍ବା ସବୁ ଲକ୍ମନ୍କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍ ଦେଲା । ୪୪ ଆରି ବାକି ଲକ୍ମନ୍କେ ଜାଜର୍ ବାଙ୍ଗ୍ଲା ପାଟା ଆରି କାଇ କାଇଟାମନ୍ ଦାରି ପଅଁରି କରି ବାରୁଆ । ବଲି କଇଲା । ଏନ୍ତାରି ଅଇ ସବୁଲକ୍ କାଇଟା ନ ଅଇତେ କଣ୍ଡି ଆସି ବାରଇଲାଇ । ସାରାସାରି ଆମେ ସବୁଲକ୍ କଣ୍ଡି କେଟ୍ଲୁ ।