କଲସିଅ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପତ୍ର
କଲସିଅ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇର୍ ବିସଇ ପଦେକ୍ ଜାନ୍ବାଟା
କଲସିଅତେଇ ଲେକିରଇବା ଚିଟି ଅଇଲାନି ପାଉଲ୍ ଲେକିରଇବାଟା୧:୧ । ଦେକ୍ବାକେ ଗାଲେ ଜିସୁକିରିସ୍ଟ ଜନମ୍ଅଇକରି ୬୦ କିରିସ୍ଟାଦ ପାକାପାକି ଲେକାଅଇଆଚେ । ରମ୍ ରାଇଜେ ବନ୍ଦି ରଇଲା ବେଲେ ସେ ଏ ଚିଟି ଲେକିରଇଲା । କଲସିଅ ବଇ ସଙ୍ଗ୍ ଏପିସିୟ ଆରି ପିଲିପିୟ ବଇମନ୍କେ ମିସା ବନ୍ଦି ଗରର୍ ବଇ ବଲି କଇବାଇ । କାଇକେବଇଲେ ପାଉଲ୍ ବନ୍ଦିଗରେ ରଇବା ବେଲେ ଏ ବଇ ଲେକିରଇଲା । ସେ କଲସିଅ ସଅରେ ରଇବା ମଣ୍ଡଲିମନ୍କେ ଏ ବଇ ଲେକିରଇଲା । ପାଉଲ୍ ଏ ମଣ୍ଡଲି ଆରାମ୍ ନ କରିରଇଲା, ଜନ୍ଟା ସେ ୨:୧ ତେଇ ଜାନାଇଆଚେ, ମାତର୍ ବେସି ଲକ୍ ତେଇ ତାର୍ ଦାଇତେ ରଇବା କାତା ମନେପାକାଇଲାଇନି । ଏପାପରସ୍ ଏ ମଣ୍ଡଲି ତିଆର୍କରିରଇଲା । ସେଟାର୍ପାଇ ସେ କଲସିଅର୍ ଗଟେକ୍ ଲକ୍ ରଇଲା ।
ପାଉଲ୍ କଲସିଅ ମଣ୍ଡଲିଟାନେ ଅଇତେରଇବା କେତେଟା ମିଚ୍ ସିକିଆର୍ପାଇ ବାବ୍ତେରଇଲା । ସେ ଚିଟିଟାନେ ଏ ବିସଇ ଲେକ୍ବାକେ ବେସି ଦିନ୍ ବିତାଇରଇଲା । ଅଇଲେ ଅଇରଇପାରେ କେତେଟା ଜିଉଦି ବିସ୍ବାସିମନ୍ ଜନ୍ଲକ୍ମନ୍ କି ବିନ୍ କେତେଟା ବିସ୍ବାସିମନ୍କେ ପୁର୍ନା ନିୟମର୍ ଜିଉଦି ରିତିନିତି ନିକସଙ୍ଗ୍ ମାନ୍ବାକେ ବାଦିଅ କର୍ତେରଇଲାଇ । ସେମନ୍ ସୁନତ୍ ବିଦିର୍ ନିୟମ୍ ମାନ୍ବାକେ ବାଦିଅ କର୍ବାକେ ଚେସ୍ଟା କର୍ତେରଇଲାଇ । ପାଉଲ୍ ଲଡାକେ ନ ଆଇବା ବିସ୍ବାସିମନର୍ ବିସଇ ନିକ ସଙ୍ଗ୍ ଲେକିଆଚେ । କେ ଅଇଲେ ମିସା ଗଟେକ୍ ଲକ୍ କିରିସ୍ଟକେ ଚାଡି ପର୍ମେସରର୍ ମୁଆଟେ ତାର୍ ଅଇ ନାପାରେ ୧:୧୫-୨୦ । ମାତର୍ ଏ ନର୍ ଲକ୍ମନର୍ ଦଦାପେଲାର୍ଲାଗି ତିଆର୍ଅଇରଇବା ସିକିଆ କାଇ କାମ୍କେ ନ ଦେଏ ୨:୮ ।
ଏ ବଇ ବିତ୍ରେ ରଇବାଟା
୧. କଲସିଅ ମଣ୍ଡଲିକେ ପାଉଲ୍ ଜୁଆର୍ ଜାନାଇବାଟା । ୧:୧-୨
୨. କିରିସ୍ଟର୍ କେବେ କେ କରି ନ ରଇବା କାମ୍ ଆରି ମିଚ୍ ସିକିଆ ବିସଇ ନେଇକରି ପାଉଲ୍ ଉତର୍ ଦେବାଟା । ୧:୩–୩:୪
୩. ପାଉଲ୍ ଗଟେକ୍ ନିମାନ୍ ବିସ୍ବାସି ଅଇ ଜିଉନା କାଉନା କର୍ବାକେ କଇଲାଆଚେ । ୩:୫–୪:୬
୪. ପାଉଲ୍ ଏ ଚିଟି ବିନ୍ ବିନ୍ ମଣ୍ଡଲିତେଇ ମିସା ପଡ୍ବାକେ କଇକରି, ଆରି ଜୁଆର୍ବେଟ୍ ଜାନାଇ ସରାଇଲାନି । ୪:୭-୧୮
୧
୧ ଏ ଚିଟି ମୁଇ ପାଉଲ୍ ଆରି ବିସ୍ବାସର୍ ଲାଗି ଆମର୍ ବାଇଅଇରଇବା ତିମତି ମିସି ଲେକ୍ଲୁନି । ପର୍ମେସର୍ ମକେ ବାଚ୍ଲାର୍ପାଇ ମୁଇ ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି ।
୨ କଲସି ନଅରେ ରଇବା ପର୍ମେସରର୍ ଲକ୍ମନ୍ ତମ୍କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍ ବିସ୍ବାସ୍ ରଇବା ବାଇବଇନିମନ୍ ଆରି କିରିସ୍ଟର୍ ସଙ୍ଗ୍ ମିସିଆଚାସ୍ ।
ଆମର୍ ବାବା ପର୍ମେସର୍ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଦନିଅବାଦ୍ ଦେବା ପାର୍ତନା
୩ ଆମେ ତମର୍ପାଇ ପାର୍ତନା କଲାବେଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଲୁନି । ୪ କାଇକେବଇଲେ ମାପ୍ରୁ ଜିସୁକିରିସ୍ଟର୍ ତେଇ ରଇବା ତମର୍ ବିସ୍ବାସ୍ ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ଆମେ ସୁନିଆଚୁ । ୫ ତମେ ପର୍ତୁମ୍ ସୁବ୍ କବରର୍ ବିସଇ ସୁନ୍ଲାବେଲେ, ସୁବ୍କବରେ ରଇବା ଆସାକର୍ବା ବିସଇ ଜାନିରଇଲାସ୍ । ତେବର୍ପାଇ ତମେ ବିସ୍ବାସ୍ କରି ପର୍ମେସରର୍ ଲକ୍ମନ୍କେ ଆଲାଦ୍ କର୍ତେ ରଇଲାସ୍ । ତମର୍ପାଇ ସର୍ଗେ ତିଆର୍ ଅଇରଇବା ପୁରୁସ୍କାର୍ ଆସାକରି ଏନ୍ତାରି କଲାସ୍ । ୬ ଗୁଲାଇ ଜଗତର୍ କେତେକ୍ କେତେକ୍ ଲକ୍ମନ୍ ଏ ସୁବ୍କବର୍ ବିସ୍ବାସ୍କରି ତାକର୍ ମନ୍ ବାଦ୍ଲାଇଲାଇନି । ତମେ ସୁବ୍କବର୍ ସୁନ୍ଲା ପର୍ତୁମ୍ ଦିନେଅନି ତମର୍ ବିତ୍ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍ମେସର୍ ଜିବନ୍ ଦୁକାଇଲା ସତ୍ ବିସଇ ତମେ ପୁରାପୁରୁନ୍ ଜାନିରଇଲାସ୍ । ୭ ✡କଲସିଅ ୪:୧୨; ପିଲିମନ୍ ୧:୨୩ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲା ବିସଇ ଆମର୍ ଆଲାଦର୍ ଗତିଦାଙ୍ଗ୍ଡା ଏପାପରାସ୍ ତମ୍କେ ସିକାଇରଇଲା । ଆମର୍ ବାଦୁଲେ ସେ ବିସ୍ବାସ୍ ରଇକରି କିରିସ୍ଟକେ ସେବାକଲାନି । ୮ ପର୍ମେସର୍ ଲକ୍ମନ୍କେ ଆଲାଦ୍ କର୍ବାକେ ତମ୍କେ ସୁକଲ୍ଆତ୍ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍ ଆମ୍କେ ଜାନାଇଆଚେ ।
୯ ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି । ୧୦ ତେବର୍ପାଇ ତମେ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତିକରି ସେ ମନ୍କଲାପାରା ଜିଉନାକାଉନା କର୍ସା । ବିନ୍ ଲକ୍ମନ୍କେ ସାଇଜ କରିଲାଗିରଇସା ଆରି ପର୍ମେସରର୍ ବିସଇ ଜାନ୍ବାକେ ଅଦିକ୍ ଅଦିକ୍ ବଡିଆଇସା । ୧୧ ତାର୍ ବଡ୍ ବପୁସଙ୍ଗ୍ ନିଜେ ବପୁଅଇ ତମେ ସାର୍ଦାସଙ୍ଗ୍ ମୁର୍ଚିକରି ରଇପାର୍ସା । ୧୨ ବାବା ପର୍ମେସର୍ ଉଜଲର୍ ରାଇଜେ ତାର୍ ଲକ୍ମନର୍ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍ବାକେ ସେ ତମ୍କେ ବାଚ୍ଲା ଆଚେ । ସେଟାର୍ପାଇ ସାର୍ଦା ସଙ୍ଗ୍ ତାକେ ଦନିଅବାଦ୍ ଦେଇସା । ୧୩ ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ । ୧୪ ✡ଏପିସିୟ ୧:୭ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
କିରିସ୍ଟ ଆରି ତାର୍ କାମ୍
୧୫ କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ । ୧୬ କାଇକେବଇଲେ ପର୍ମେସର୍ ତାର୍ଟାନେଅନି ସବୁ ବିସଇ ତିଆର୍କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍ଗେ ରଇବାଟା ସବୁଜାକ, ଡିସ୍ବାଟା ଆରି ନ ଡିସ୍ବାଟା, ବପୁରଇ ସାସନ୍ କର୍ବା ଦୁତ୍ମନ୍ ଆରି ଆତ୍ମା ରଇବାଟାମନ୍ । କିରିସ୍ଟର୍ତେଇଅନି ସବୁ ବିସଇ ତିଆର୍ କରିରଇଲା ଆରି ତାର୍ଲାଗିସେ ସବୁ ବଁଚିଆଚତ୍ । ୧୭ କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି । ୧୮ ✡ଏପିସିୟ ୧:୨୨,୨୩ମଣ୍ଡଲି ଅଇଲାନି ତାର୍ ଗାଗଡ୍ ଆରି ସେ ମଣ୍ଡଲିର୍ ମୁଣ୍ଡ୍ । ମୁଣ୍ଡ୍ ଗାଗଡ୍କେ ସାସନ୍ କଲାପାରା, ସେ ମଣ୍ଡଲିକେ ସାସନ୍ କଲାନି । ତାକେସେ ପର୍ମେସର୍ ମରନେଅନି ପର୍ତୁମ୍ ଉଟାଇରଇଲା । ଜେନ୍ତିକି କିରିସ୍ଟ ସବୁର୍ ଉପ୍ରେ ସାସନ୍ କର୍ସି । ୧୯ କାଇକେବଇଲେ ପର୍ମେସର୍ ତାର୍ ପଅକେ ତାର୍ ପୁରାପୁରୁନ୍ ଗୁନ୍ଚଲନ୍ସଙ୍ଗ୍ ରଅ ବଲି ଟିକ୍ କରିରଇଲା । ୨୦ ✡ଏପିସିୟ ୨:୧୬ଆରି କିରିସ୍ଟର୍ଟାନେଅନି ସେ ତିଆର୍ କରିରଇବା ସବୁଜାକ, ତାର୍ଟାନେ ବାଉଡାଇ ଆନ୍ବି ବଲି ଟିକ୍ କରିରଇଲା । ଦର୍ତନିଟାନେ ରଇବାଟା ଅ କି ସର୍ଗେ ରଇବାଟା ଅ । ତାର୍ ପଅ କୁରୁସ୍କାଟେ ମରି ବନି ଜରାଇଲାର୍ପାଇ ସବୁ ବିସଇ ତାର୍ଟାନେ ସାନ୍ତିଅଇ ରଇସି ।
୨୧ ଗଟେକ୍ ବେଲାଇ ତମେ ପର୍ମେସରର୍ ଟାନେଅନି ବେଗ୍ଲି ରଇଲାସ୍ । ତମେ କରିରଇବା ଆରି ମନେ ବାବିରଇବା କାରାପ୍ ବିସଇର୍ ଲାଗି ତାର୍ ସତ୍ରୁ ଅଇରଇଲାସ୍ । ୨୨ ମାତର୍ ଏବେ କିରିସ୍ଟ ନର୍ ରୁପ୍ ନେଇ ମଲାର୍ ପାଇ ସେ ତମ୍କେ ତାର୍ ମୁଆଟେ ସାନ୍ତି ସଙ୍ଗ୍ ଆଇବାକେ ଟିକ୍ କଲାଆଚେ । ତମେ ତାର୍ ମୁଆଟେ ଟିଆଅଇଲାବେଲେ ତମ୍କେ ପୁରାପୁରୁନ୍ ସୁକଲ୍ ଇସାବେ କାଇ ପାପ୍ ନ କରି, କାଇ ନିନ୍ଦା ନ ରଇଲା ଲକର୍ପାରା ସେ ଦେକ୍ସି । ୨୩ ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
ମଣ୍ଡଲିତେଇ ପାଉଲର୍ କାମ୍
୨୪ ଏବେ ମୁଇ ସାର୍ଦାଅଇଆଚି । କାଇକେବଇଲେ ଜେତ୍କି ଦୁକ୍କସ୍ଟ ମୁଇ ମୁର୍ଚିକରିଆଚି, ସେଟା ତମର୍ ନିକପାଇ । ତାର୍ ବାଦୁଲେ ରଇକରି ଜେତ୍କି ଦୁକ୍କସ୍ଟ ମକେ ମୁରଚ୍ବାକେ କିରିସ୍ଟ ମନ୍ କଲାନି, ସେଟା ସବୁ ସାର୍ଦାସଙ୍ଗ୍ କଲିନି । ତାର୍ ଗାଗଡ୍ ପାରା ରଇବା ତାର୍ ମଣ୍ଡଲିର୍ ନିକପାଇ ମୁଇ ସେଟା କଲିନି । ୨୫ ପର୍ମେସର୍ ମକେ ମଣ୍ଡଲିର୍ ଗତିଦାଙ୍ଗ୍ଡା କରିଆଚେ । ତମ୍କେ ସାଇଜ କର୍ବାକେ ସେ ମକେ ବାଚିଆଚେ । ତାର୍ କବର୍ ତମ୍କେ ପୁରାପୁରୁନ୍ ଜାନାଇବାଟା ଅଇଲାନି ମର୍ କାମ୍ । ୨୬ ପୁର୍ବେ ବଁଚିରଇବା ସବୁଲକର୍ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍ ଏବେ ସେଟା ତାର୍ ଲକ୍ମନ୍କେ ସେ ଜାନାଇଆଚେ । ୨୭ ଜିଉଦି ନ ଅଇଲା ଲକ୍ମନର୍ ପାଇ ସେ ଟିକ୍ କରିରଇବା ମଇମାସଙ୍ଗର୍ ଜଜ୍ନା ତାର୍ ଲକ୍ମନ୍କେ ଜାନାଇବାକେ ପର୍ମେସର୍ ଟିକ୍କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍ମନର୍ଟାନେମିସା କିରିସ୍ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍ ମଇମା ତମେମିସା ପାଇସା ବଲି ଜାନିରୁଆ । ୨୮ କିରିସ୍ଟର୍ ବିସଇ ରଇବା ଏ କବର୍ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍ରତ୍ କରାଇ, ସେ ଆମ୍କେ ଦେଇରଇବା ଗିଆନ୍ ସଙ୍ଗ୍ ସିକାଇଲୁନି । ଜେନ୍ତାରିକି ସେମନ୍ ତାର୍ ମୁଆଟେ ଟିଆଅଇଲାବେଲେ କିରିସ୍ଟର୍ସଙ୍ଗ୍ ମିସିରଇଲା ସବୁଲକ୍ ପୁରାପୁରୁନ୍ ସିଦ୍ ଅଇରଇବାଇ । ୨୯ ଏ କାମ୍ ମୁଇ ପୁରାପୁରୁନ୍ କର୍ବାକେ ମକେ କିରିସ୍ଟ ଦେଇରଇବା ବଡ୍ ବପୁସଙ୍ଗ୍ ଆବଡ୍ ଅଇ କଲିନି ।