୨
ମରନ୍ଟାନେ ଅନି ଜିବନ୍
୧ ✡କଲସିଅ ୨:୧୩ ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ । ୨ ସେବେଲେ ଜଗତର୍ ସତ୍ ନଇଲା ବାଟେ ଇଣ୍ଡ୍ତେରଇଲାସ୍ ଆରି ଆକାସର୍, ଗାଗଡ୍ ଦାରି ନ ରଇବା, ସାସନ୍କାରିଆର୍ ତଲେ ରଇଲାସ୍ । ସେ ସାସନ୍କାରିଆ ଏବେ ପର୍ମେସରର୍ ଆଦେସ୍ ନ ମାନ୍ବା ଲକ୍ମନ୍କେ ସାସନ୍ କଲାନି । ୩ ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
୪ ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା, ୫ ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ । ୬ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଆମ୍କେ ଉଟାଇଲା ଆଚେ, ଆରି ତାର୍ ସଙ୍ଗ୍ ଗଟେକ୍ ଅଇବାର୍ ଲାଗି, ସରଗ୍ ଉପ୍ରେ ସାସନ୍ କର୍ବାପାଇ ବଲିକରି, ତାର୍ ସଙ୍ଗ୍ ବସାଇଲା ଆଚେ । ୭ ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି । ୮ କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି,। ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ । ୯ ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ । ୧୦ ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
କିରିସ୍ଟର୍ଟାନେ ଗଟେକ୍
୧୧ ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ । ୧୨ ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ । ୧୩ ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ । ୧୪ କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ । ୧୫ ✡କଲସିଅ ୨:୧୪ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ । ୧୬ ✡କଲସିଅ ୧:୨୦ସେ କୁର୍ସେ ମଲାର୍ପାଇ ବଲି ତାକର୍ ତାକର୍ ବିତ୍ରେ ସତ୍ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍ ଗାଗଡ୍ ପାରା କଲାଆଚେ । ଆରି ସେମନ୍କେ ପର୍ମେସରର୍ ଲଗେ ବାଉଡାଇ ଆନ୍ଲାଆଚେ । ୧୭ ସେଟାର୍ ପାଇ କିରିସ୍ଟ ଆଇଲା ଆରି ପର୍ମେସର୍ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍ମନ୍କେ ଆରି ତାର୍ ଲଗର୍ ଜିଉଦିମନ୍କେ ସୁବ୍କବର୍ ସୁନାଇଲା । ୧୮ କିରିସ୍ଟର୍ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍ ଗଟେକ୍ ଆତ୍ମାଇ, ବାବାର୍ ମୁଆଟେ ଆସି ପାର୍ଲୁ ।
୧୯ ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ । ୨୦ ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ । ୨୧ ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ । ୨୨ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।