୫
୧ ଜିଉଦିମନର୍ ଜେତ୍କି ବଡ୍ ପୁଜାରିମନ୍ ତାକର୍ ନିଜର୍ ଲକ୍ମନର୍ତେଇଅନି ବାଚାଇଅଇବାଇ । ତାକର୍ବାଟେଅନି ପାପ୍ କେମା କର୍ବା ବଲି ଆରି ସର୍ପିଦେବା ବଲି, ଦେଇକରି ପର୍ମେସର୍କେ ସେବା କର୍ବାଇ । ୨ ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି । ୩ ଆରି ତାକେ ମିସା ବେସି ବୁଲ୍ ରଇଲାକେ ସେ ଅବ୍କା ବିନ୍ ଲକର୍ ପାପର୍ ପାଇ ବଲି ଦେଲେ ନଏଁ, ମାତର୍ ନିଜର୍ ପାପର୍ଲାଗି ମିସା ବଲି ସର୍ପିଦେବାକେ ପଡ୍ସି । ୪ କେ ମିସା ନିଜେ ବାଚିଅଇକରି ବଡ୍ପୁଜାରିର୍ ବେସି ସନ୍ମାନ୍ ପାଇବା ପଦ୍ ପାଇ ନାପାରେ । ମାତର୍ ଗଟେକ୍ ଲକ୍ ପର୍ମେସର୍ ଡାକ୍ଲା ଇସାବେସେ ବଡ୍ ପୁଜାରିର୍ ପଦ୍ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍ ପୁର୍ବେ ଆରଣ୍କେ ବାଚିରଇଲା ।
୫ ସେନ୍ତାରିସେ କିରିସ୍ଟ ବଡ୍ ପୁଜାରିର୍ ସନ୍ମାନ୍ ପାଇବାକେ ନିଜ୍କେ ବଡ୍ କରେ ନାଇ । ମାତର୍ ପର୍ମେସର୍ସେ ତାକେ ବାଚ୍ଲା । ତାର୍ ବାଦୁଲେ ସେ ତାକେ କଇଲା,
“ତୁଇ ମର୍ ପଅ,
ଆଜି ମୁଇ ତର୍ ବାବା ଅଇଲିଆଚି ।”
୬ ଆରି ଗଟେକ୍ ଜାଗାଇ ମିସା ସେ କଇଲା,
“ତୁଇ ପୁଜାରି ପଦ୍ ପାଇକରି
ମଲ୍କିସେଦକର୍ କୁଟୁମ୍ ପାରା
କାଲ୍ କାଲ୍ ଜୁଗ୍ ଜୁଗ୍ ପୁଜାରି ଅଇ ରଇସୁ ।”
୭ ✡ମାତିଉ ୨୬:୩୬-୪୬; ମାର୍କ ୧୪:୩୨-୪୨; ଲୁକ୍ ୨୨:୩୯-୪୬ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା । ୮ ଜିସୁ ପର୍ମେସରର୍ ପଅ ଅଇରଇଲେ ମିସା, ସେ ଦୁକ୍ କସ୍ଟ ପାଇରଇଲାର୍ ଲାଗି, ତାର୍ କାତା ମାନ୍ବାକେ ସିକ୍ଲା । ୯ ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା । ୧୦ ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।
ବିସ୍ବାସ୍ ନ ଆଜାଇବାକେ ଜାଗ୍ରତ୍
୧୧ ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ । ୧୨ ✡୧ମ କରନ୍ତିୟ ୩:୨ତମେ ବିସ୍ବାସ୍ କରି ବେସିଦିନ୍ ଅଇଗାଲା ଆଚେ ।
ଆରି ଏବେ ତମେ ତମର୍ ସଙ୍ଗାରିମନ୍କେ ସିକାଇବାର୍ ରଇଲା । ମାତର୍ ପର୍ମେସରର୍ ପର୍ତୁମ୍ ସିକିଆ ତମ୍କେ ଏବେ ସିକାଇବାକେ ଲକର୍ ଲଡାଆଚେ । ତମେ ଗଟେକ୍ ଦୁଦ୍ କାଇବା ପିଲାର୍ପାରା ଆଚାସ୍ । କାଇକେବଇଲେ ଆଁଟ୍ଟା ମନ୍ କାତ୍ରି ନାପାରାସ୍ । ୧୩ ଜେ ଦୁଦ୍ କାଇବାର୍ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍ମନ୍ ଟିକ୍ ଆରି ବୁଲ୍ ଚଲାଚଲ୍ତି କର୍ବାଟା ଚିନି ନାପାର୍ଲାଇନି । ୧୪ ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।