୧୧
ଲାଜାରର୍ ମରନ୍
୧ ✡ଲୁକ୍ ୧୦:୩୮,୩୯ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ । ୨ ✡ଜଅନ୍ ୧୨:୩ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା । ୩ ସେଟାର୍ପାଇ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, “ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।”
୪ ମାତର୍ ଜିସୁ ଏ କାତା ସୁନିକରି କଇଲା, “ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।”
୫ ଜିସୁ, ମାର୍ତା, ତାର୍ ବଇନି ଆରି ଲାଜାର୍କେ ବେସି ଆଲାଦ୍ କର୍ତେରଇଲା । ୬ ସେଟାର୍ପାଇ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା । ୭ ତାର୍ ପଚେ ସେ ସିସ୍ମନ୍କେ କଇଲା, “ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।”
୮ ସିସ୍ମନ୍ ତାକେ କଇଲାଇ, “ଏ ଗୁରୁ, ତମ୍କେତା କେତେ ଦିନ୍ ଆଗେ, ଲକ୍ମନ୍ ପାକ୍ନା ସଙ୍ଗ୍ ମାର୍ବାକେ ଚେସ୍ଟା କର୍ତେରଇଲାଇ, ତମେ ଆରିତରେକ୍ ତେଇ ଜିବାକେ ମନ୍ କଲାସ୍ନି କି ?”
୯ ଜିସୁ କଇଲା “ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି । ୧୦ ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।” ୧୧ ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, “ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।”
୧୨ ତେଇ ସିସ୍ମନ୍ ଜିସୁକେ କଇଲାଇ, “ମାପ୍ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।” ୧୩ ଜିସୁ ଲାଜାରର୍ ମରନ୍ ବିସଇ ନେଇକରି କଇରଇଲା, ମାତର୍ ସିସ୍ମନ୍ ଲାଜାର୍କେ ଗୁନର୍ଲାଗି ସଇଲା ବିସଇ କଇଲାନି ବଲି ବାବ୍ଲାଇ । ୧୪ ସେଟାର୍ପାଇ ଜିସୁ ସେମନ୍କେ ନିକ ସଙ୍ଗ୍ ବୁଜ୍ଲା ପାରା କଇଲା, “ଲାଜାର୍ ମରିଗାଲାଆଚେ । ୧୫ ଆରି ମୁଇ ତେଇ ନ ରଇଲି, ସେଟାର୍ପାଇ ତମର୍ ସଙ୍ଗ୍ ସାର୍ଦା କଲିନି, ଜେନ୍ତାରିକି ତମେ ବିସ୍ବାସ୍ କର୍ସା । ମାତର୍ ଆସା, ଏବେ ଆମେ ତାକେ ଜାଇ ଦେକୁ ।” ୧୬ ତେଇ ତମା ନାଉଁର୍ ଜାକେ କି ବିଦୁମ୍ ବଲି କଇବାଇ, ସେ ତାର୍ ସଙ୍ଗର୍ ସିସ୍ମନ୍କେ କଇଲା, “ଜୁ ଆମେ ମିସା ଗୁରୁର୍ ସଙ୍ଗ୍ ଜାଇ ତାର୍ସଙ୍ଗ୍ ମରୁ ।”
ଜିସୁ ଜିବନ୍ ଆରି ମରନେଅନି ଉଟ୍ବା ଲକ୍
୧୭ ଜିସୁ ବେତ୍ନିଆଇ କେଟିକରି ସୁନ୍ଲା ଜେ ଲାଜାର୍କେ ସମାଦି ଦେଇ ଚାର୍ଦିନ୍ ଅଇରଇଲା । ୧୮ ଜିରୁସାଲାମ୍ ଅନି ବେତ୍ନିଆ ତିନ୍ କିଲମିଟର୍ ତେଇଅନି ଉନାର୍ ବାଟ୍ । ୧୯ ଆରି ଜିଉଦିମନର୍ ତେଇଅନି କେତେକ୍ କେତେକ୍ ଲକ୍ମନ୍ ମାର୍ତା ଆରି ମରିୟମ୍ ଲଗେ ତାର୍ ମରିଜାଇରଇବା ବାଇର୍ ବିସଇ ସାଁତାଇବାକେ ଆସିରଇଲାଇ ।
୨୦ ଜିସୁ ଆଇଲାନି ବଲି ସୁନ୍ଲା ଦାପ୍ରେ ମାର୍ତା ତାକେ ବେଟ୍ଅଇବାର୍ ଗାଲା । ମାତର୍ ମରିୟମ୍ ଗରେସେ ବସିରଇଲା । ୨୧ ମାର୍ତା ଜିସୁକେ କଇଲା, “ମାପ୍ରୁ ତମେ ଜଦି ଇତି ରଇତାସ୍ ବଇଲେ, ମର୍ ବାଇ ନ ମର୍ତା । ୨୨ ମାତର୍, ମୁଇ ଜାନି ଆଚି । ଏବେ ମିସା ତମେ ପର୍ମେସର୍କେ ଜାଇଟା ମାଙ୍ଗ୍ଲେ, ସେଟା ଦେଇସି ।”
୨୩ ଜିସୁ ତାକେ କଇଲା, “ତର୍ ବାଇ ଆରି ଜିବନ୍ ଅଇ ଉଟ୍ସି ।”
୨୪ ମାର୍ତା ଜିସୁକେ କଇଲା, “ସେ ସାରାସାରି ଦିନେ ଆରିତରେକ୍ ଉଟ୍ବା ବେଲାଇ ଉଟ୍ସି, ଏଟା ମୁଇ ଜାନି ।”
୨୫ ଜିସୁ ତାକେ କଇଲା, “ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି । ୨୬ ଆରି ଜେ ଜଦି ବଁଚି ରଇକରି ବିସ୍ବାସ୍ କର୍ସି, ସେ କେବେ ମିସା ନ ମରେ । ଏ କାତା ବିସ୍ବାସ୍ କଲାସ୍ନି କି ?”
୨୭ ମାର୍ତା ଜିସୁକେ କଇଲା, “ଉଁ ମାପ୍ରୁ, ମୁଇ ବିସ୍ବାସ୍ କଲିନି । ତମେ ସେ ପର୍ମେସରର୍ ପ । ଜନ୍ ମସିଅ ଏ ଜଗତେ ଆଇବାର୍ ରଇଲା, ତମେ ସେ ଆକା ।”
ଜିସୁ କାନ୍ଦ୍ଲା
୨୮ ଏ ସବୁ କାତା କଇସାର୍ଲାପଚେ ମାର୍ତା ଜାଇକରି ନିଜର୍ ବଇନିକେ କେ ନ ସୁନ୍ଲାପାରା ଡାକି କଇଲା, “ଆଉ ଗୁରୁ ଆସିଆଚେ ଆରି ତକେ ଡାକ୍ଲାନି ।” ୨୯ ମରିୟମ୍ ଏ କାତା ସୁନିକରି ଦାନ୍ଦା ପାନ୍ଦା ଅଇ ଜିସୁକେ ବେଟ୍ ଅଇବାର୍ ଗାଲା । ୩୦ ଜିସୁ ସେଡ୍କିବେଲା ଗାଉଁ ବିତ୍ରେ ଆସି ନ ରଇଲା, ମାତର୍ ମାର୍ତା ତାକେ ଜନ୍ ଜାଗାଇ ବେଟ୍ ଅଇରଇଲା, ତେଇସେ ରଇଲା । ୩୧ ମରିୟମ୍ ଉଟିକରି ଦାନ୍ଦା ପାନ୍ଦା ଅଇ ବାଇରେ ସାଁତାଇବାକେ ଆସିରଇଲା ଲକ୍ମନ୍ ଦେକ୍ଲାଇ, ସେମନ୍ ମିସା ତାର୍ ପଚେ ପଚେ ଗାଲାଇ । ସେମନ୍ ବାବ୍ଲାଇ, ସେ କବର୍ ଲଗେ କାନ୍ଦ୍ବାର୍ ଗାଲାନି ।
୩୨ ତେଇ ଜିସୁ ଜନ୍ ଜାଗାଇରଇଲା, ମରିୟମ୍ ସେ ଜାଗାଇ କେଟ୍ଲା ଆରି ଜିସୁକେ ଦେକିକରି ତାର୍ ପାଦେ ଡାଣ୍ଡାସନ୍ ପଡି କଇଲା, “ମାପ୍ରୁ ତମେ ଜଦି ଇତି ରଇତାସ୍ଆଲେ ମର୍ ବାଇ ନ ମର୍ତା ।”
୩୩ ମରିୟମ୍ ତାକେ ଆରି ତାର୍ ସଙ୍ଗ୍ ରଇବା ଲକ୍ମନ୍ କାନ୍ଦ୍ତେରଇବାଟା ଦେକି ଜିସୁ ଆତ୍ମାଇ ବେସି ମନ୍ଦୁକ୍ ଅଇଗାଲା । ୩୪ ସେ ପାଚାର୍ଲା, “ତାକେ କନ୍ତି କବର୍ ଦେଇଆଚାସ୍ ?”
ସେମନ୍ ତାକେ କଇଲାଇ, “ମାପ୍ରୁ ଆସିଦେକା ।”
୩୫ ଜିସୁ କାନ୍ଦ୍ଲା । ୩୬ ତେଇ ଜିଉଦି ଲକ୍ମନ୍ କଇଲାଇ, “ଦେକା, ସେ ଲାଜାର୍କେ କେନ୍ତି ଆଲାଦ୍ କର୍ତେରଇଲା ।”
୩୭ ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍ କଇଲାଇ, “ଏ ଲକ୍ ଜନ୍ କାଣାକେ ଆଁକି ଡିସାଇରଇଲା, ସେ ମନ୍କଲେ କାଇ ଏ ଲାଜାରର୍ ମରନ୍ ମିସା ତେବାଇ ନାପାର୍ତା କି ?”
ଜିସୁ ଲାଜାର୍କେ ମଲାତେଇ ଅନି ଉଟାଇଲା
୩୮ ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା । ୩୯ ଜିସୁ ତିଆର୍ଲା, “ଏ ପାକ୍ନା ଗୁଚାଇଦିଆସ୍ ।” ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, “ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।”
୪୦ ଜିସୁ ମାର୍ତାକେ କଇଲା, “ତୁଇ ଜଦି ବିସ୍ବାସ୍ କର୍ସୁ ବଇଲେ ପର୍ମେସରର୍ ମଇମା ଦେକ୍ସୁ ବଲି ମୁଇ ତକେ କଇ ନ ରଇଲି କି ?” ୪୧ ତେଇ ସେମନ୍ ପାକ୍ନା ଗୁଚାଇଲାଇ । ଜିସୁ ସରଗ୍ବାଟେ ମୁ କରି କଇଲା, “ବାବା ତମେ ମର୍ ପାର୍ତନା ସୁନ୍ଲାସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି । ୪୨ ତମେ ଜେଡେବେଲେ ମିସା ମର୍ ପାର୍ତନା ସୁନ୍ସା, ଏଟା ମୁଇ ଜାନି, ମାତର୍ ଜନ୍ ଲକ୍ମନ୍ ଏ ଚାରିବେଡ୍ତି ଟିଆଅଇ ଆଚତ୍, ସେମନ୍ ଜେନ୍ତିକି ତମେଆକା ମକେ ପାଟାଇଆଚାସ୍ ବଲି ବିସ୍ବାସ୍ କର୍ବାଇ, ଏଟାର୍ ପାଇ ମୁଇ ଏନ୍ତିବଲି କଇଲି ।” ୪୩ ଏନ୍ତି କଇ ସାରାଇ ଜିସୁ ଆକ୍ମାରି ଡାକ୍ଲା, “ଲାଜାର୍ ତୁଇ ବାରଇ ଆଉ ।” ୪୪ ଡାକ୍ଲା ଦାପ୍ରେ ମଲା ଲାଜାର୍ ବାରଇ ଆଇଲା । ତାର୍ ଆତେ ଗଡେ ମଡା ଲୁଗା ବାନ୍ଦାଅଇରଇଲା । ମୁଏ ମିସା ଗର୍ଣ୍ଡା ଗୁଡିଆଇ ଅଇରଇଲା । ଜିସୁ ସେମନ୍କେ କଇଲା “ତାକେ ବାନ୍ଦ୍ଲାଟା କୁସ୍ଲାଇ କରି, ଜିବାକେ ଦିଆସ୍ ।”
ଜିସୁର୍ ବିରୁଦେ କୁଟ୍ ପାଁଚ୍ବାଟା
(ମାତିଉ ୨୬:୧-୫; ମାର୍କ ୧୪:୧-୨; ଲୁକ୍ ୨୨:୧,୨)
୪୫ ଜିଉଦି ଲକ୍ମନର୍ ବିତ୍ରେଅନି, ବେସି ଲକ୍ ମରିୟମର୍ ଲଗେ ଆସିରଇଲାଇ, ଆରି ଜିସୁର୍ ଏ କାମ୍ ଦେକି, ତାକେ ବିସ୍ବାସ୍ କଲାଇ । ୪୬ ଆରି ସେମନର୍ ବିତ୍ରେଅନି କେତେଲକ୍ ପାରୁସିମନର୍ ଲଗେ ଜାଇକରି ଜିସୁ କରି ରଇବା କାମ୍ ଲକ୍ମନ୍କେ ଜାନାଇଲାଇ । ୪୭ ପଚେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଗଟେକ୍ ବଡ୍ ପଁଚାଦି ଡାକାଇ କଇଲାଇ, “ଆମେ କାଇଟା କରୁ ? ଦେକା ଏ ଲକ୍ ତା କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କଲାନି । ୪୮ ଆମେ ଜଦି ଆକେ ଏନ୍ତାରି ଚାଡିଦେଉଁ ବଇଲେ ସବୁଲକ୍ ତାର୍ଟାନେ ବିସ୍ବାସ୍ କର୍ବାଇ ଆରି ରମିୟ ଅଦିକାରି ଆସିକରି ଆମର୍ ଏ ମନ୍ଦିର୍ ଆରି ଆମର୍ ବିସ୍ବାସ୍ କର୍ବା ଦରମ୍ ସବୁ କୁରୁପ୍ନାସ୍ କରିପାକାଇସି ।”
୪୯ ମାତର୍ ସେମନର୍ ବିତ୍ରେଅନି ଗଟେକ୍ କୟାପା ନାଉଁର୍, ସେ ବରସର୍ ପାଇ ବାଚିରଇବା ବଡ୍ ପୁଜାରି, କଇଲା “ତମେ କେତେ ବକୁଆ ଲକ୍ମନ୍ ! ୫୦ ତମେ କାଇ ବୁଜି ନାପାର୍ଲାସ୍ନି ? ଗୁଲାଇ ଜାତି ନାସ୍ ଅଇବା ବାଦୁଲେ ଗଟେକ୍ ଲକ୍ ମର୍ବାଟା ନିକ ।” ୫୧ କୟାପା ସତଇସେ ତାର୍ ନିଜର୍ଟାନେ ଅନି ଏନ୍ତି କଇ ନ ରଇଲା, ମାତର୍ ସେ ବରସର୍ ବଡ୍ ପୁଜାରି ଅଇରଇଲାର୍ ଲାଗି ପଚର୍ ଗଟ୍ନା ସବୁ ବବିସତ୍କାତା ତାର୍ ମୁଏଁ ଅନି ବାରଇରଇଲା । ସେ ଜାନିଦେଇ ରଇଲା ଜେ, ୫୨ ଚିନ୍ ଚତର୍ ଅଇଜାଇରଇବା ପର୍ମେସରର୍ ଲକ୍ମନ୍କେ ଟୁଲିଆଇ, ଗଟେକ୍ କୁଟୁମ୍ କରାଇବାକେ ଜିସୁ ମର୍ବାକେ ଗାଲାନି । ୫୩ ତେବର୍ପାଇ ସେ ଦିନେଅନି ଜିଉଦିନେତାମନ୍ ଜିସୁକେ ମରାଇବାକେ ପାଁଚ୍ନା କଲାଇ । ୫୪ ତେବେ ଜିସୁ ଜିଉଦି ଲକ୍ମନର୍ ବିତ୍ରେ ସବୁଲକ୍ ଜାନ୍ଲା ପାରା ବୁଲାଚାଲା ନ କର୍ତେ ରଇଲା । ସେ ଜାଗାଇଅନି ବାରଇଜାଇକରି, ମରୁବାଲି ବୁଏଁ ରଇବା କିନରା ଜାଗାଇ ରଇଲା ଏପ୍ରଇମ୍ ନାଉଁର୍ ଗଟେକ୍ ଗଡେ ଜାଇ ସିସ୍ମନର୍ ସଙ୍ଗ୍ ତେଇ ରଇଲା । ୫୫ ଜିଉଦିମନର୍ ନିସ୍ତାର୍ ପରବ୍ କେଟିଆଇଲା । ସେ ପରବ୍ ଅଇବା ଆଗ୍ତୁ ନିଜେ ନିଜେ ସୁକଲ୍ ଅଇବାକେ ଗୁଲାଇ ରାଇଜର୍ ଲକ୍ମନ୍ ନିସ୍ତାର୍ ପରବ୍ ଆଗ୍ତୁ ଜିରୁସାଲାମ୍ ଜିବାକେ ବାଟ୍ଦାର୍ଲାଇ । ୫୬ ସେମନ୍ ଜିସୁକେ କଜ୍ଲାଇ ଆରି ମନ୍ଦିର୍ ଟିଆଅଇଲାବେଲେ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ସେ ପରବ୍ଟାନେ ନ ଆସେବଲି କାଇ ତମେ ବାବ୍ଲାସ୍ନି କି ?” ୫୭ ମୁକିଅ ପୁଜାରି ଆରି ପାରୁସି ଲକ୍ମନ୍ ଜିସୁକେ ଦାର୍ବାକେ ସେ କନ୍ତି ଆଚେ ଜାନିରଇବାଇ ବଲି, ସେଟା ଆଦେସ୍ ଦେଇରଇଲାଇ ।