ଜିଉଦାଙ୍କ ପତ୍ର
ଜିଉଦା ଲେକ୍ଲା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ଏ ଚିଟି ଲେକ୍ଲା ଲକର୍ ନାଉଁ ଇସାବେ ଏ ବଇର୍ ନାଉଁ ଦିଆଅଇଆଚେ । ଜିଉଦା ନିଜେ ଜାକୁବ୍ ଜିସୁର୍ ବାଇ ବଲି ଜାନାଇଅଇଲାନି । ତେବର୍ପାଇ ତାକେ ଜିସୁର୍ ବାଇମନର୍ ବିତ୍ରେଅନି ଗଟେକ୍ ଲକ୍ ବଲି କଇବାଇ ୧ ପୁର୍ନା ନିୟମର୍ ବିସଇ ଉଦାର୍ କରିରଇଲାକେ ଏଟା ଗଟେକ୍ ନିକ ମଣ୍ଡଲିକେ ଲେକା ଅଇରଇଲା ପାରା ମନେ ଆଇସି । ଜିଉଦାର୍ ଚିଟି ସତ୍ରେ ପଡ୍ବା ଲକ୍ମନ୍ ଜିଉଦି ବଲି ଜାନାଇଅଇଲାଇନି । ଜନ୍ ଲକ୍ମନ୍ କି ବାବା ପର୍ମେସରର୍ ଆଲାଦେ କିରିସ୍ଟର୍ ପାଇ ସଙ୍ଗଇଅଇଆଚତ୍ । ଜାଇଟା ଅବେ, ଜିଉଦା ବାଚାଇଅଇରଇବା ସବୁ ଲକ୍ମନ୍କେ ନିଜର୍ ବିସଇରେ ଜାନାଇଲାନି । ଏ ଚିଟି ଜିସୁକିରିସ୍ଟ ଜନମ୍ ଅଇକରି ପାକାପାକି ୬୦ ବିତ୍ରେ ଲେକାଅଇରଇଲା ।
ଜନ୍ ଲକ୍ମନ୍ ଟକାବଣ୍ଡା କର୍ବା ବିସ୍ବାସି ମନର୍ ବାଟେ ଜାଇତେରଇଲାଇ, ସେ ସବୁ ବିସ୍ବାସିମନ୍କେ ଜାଗ୍ରତ୍ କରାଇବାକେ ଲେକାଅଇଆଚେ । ସେ ଦଦାପେଲା ଅଇକରି ପୁର୍ନା ନିୟମର୍ ବିସଇ ଆରି ଗଟିରଇବା ବିସଇ କଇଲାନି । ଏ ଚିଟିତେଇ ମିଚ୍ ସିକାଉମନର୍ ବିରୁଦେ ପିତରର୍ ୨ ୟ ଚିଟିତେଇ ବାବିକରି ଲେକା ଅଇଲାଟା ସଙ୍ଗ୍ ମିସିଆଚେ । ଇତି ଦୁତ୍ ଆରି ସଦମ୍ ଗମ୍ରା ବିସଇ ମିସା ଲେକାଅଇଆଚେ ଜିଉଦା ୧:୪; ୨ ୟ ପିତର୍ ୨:୧
ଏ ବଇ ବିତ୍ରେ ରଇଲାଟା
୧. ଜିଉଦା ପର୍ତୁମ୍ ତାର୍ ଚିଟି ପଡ୍ବା ଲକ୍ମନ୍କେ ନିଜର୍ ବିସଇ ଜାନାଇଆଚେ । ୧:୧-୨
୨. ମିଚ୍ ସିକାଉମନର୍ ବିରଦେ ଜାଗ୍ରତ୍ କରାଇଆଚେ । ୧:୩-୪
୩. ସେ ପୁର୍ନା ନିୟମର୍ ଲକ୍ମନ୍କେ ଆରି ଅଇରଇବା ଗଟ୍ନାକେ ଦେକାଇ କଇବା ବିସଇ । ୧:୫-୧୬
୪. ଜାକୁବ୍ ଜାଗ୍ରତ୍ କରାଇଲାଟା, ସେ ବିସଇ ସେମନର୍ ଦାଇତ୍ କେନ୍ତାର୍ ରଇବାର୍ ଆଚେ ସେ ବିସଇ କଇଲାଆଚେ ୧:୧୭-୨୩
୫. ସାରାସାରି ସେ ପର୍ମେସର୍କେ ଡାକ୍ପୁଟା କରି ସେ ଲେକ୍ବାଟା ସାରାଇଆଚେ । ୧:୨୪-୨୫
୧
୧ ✡ମାତିଉ ୧୩:୫୫; ମାର୍କ ୬:୩ମୁଇ ଜିଉଦା । ଜିସୁ କିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ଜାକୁବର୍ ବାଇ । ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନର୍ପାଇ ମୁଇ ଏ ଚିଟି ଲେକ୍ଲିନି । ବାବା ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ତମ୍କେ ଜିସୁକିରିସ୍ଟ ଦେକାରକା କର୍ବାକେ ସଙ୍ଗଇଆଚେ ।
୨ ପର୍ମେସର୍ ତମ୍କେ ଦୟା ଦେକାଅ, ତାର୍ ସାନ୍ତି ଆରି ଆଲାଦ୍ ତମ୍କେ ଜବର୍ ଅଇତେ ମିଲ ।
ବୁଲ୍ ସିକିଆ ଦେଉମନ୍
୩ ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ପାଇରଇବା ମୁକ୍ତିର୍ ବିସଇ ତମ୍କେ ଲେକ୍ବି ବଲି ମନ୍ କଲିନି ମିସା, ସତ୍ ବିସଇର୍ପାଇ ଟିଆ ଅଇବାକେ ତମ୍କେ ସାର୍ଦା କରାଇବି ବଲି ମନ୍କଲି । ତାର୍ ସୁକଲ୍ ଲକ୍ମନର୍ପାଇ ପର୍ମେସର୍ ଏ ସତ୍ ସିକିଆ ଗଟେକ୍ ବେଲେ ସବୁଲକର୍ପାଇ ଦେଲାଆଚେ । ୪ କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।
୫ ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମିସର୍ ଦେସେଅନି ମୁକ୍ଲାଇକରି ଆନ୍ଲା ବିସଇ ତମ୍କେ ଏତାଇଦେବାକେ ମୁଇ ମନ୍ କଲିନି । ମାତର୍ ପଚେ ଜେତ୍କି ଲକ୍ ବିସ୍ବାସ୍ କରତ୍ନାଇ, ସେମନ୍କେ ସବୁକେ କୁରୁପ୍ନାସ୍ କଲା । ୬ ସେତ୍କିସେ ନଏଁ ସେ ଦୁତ୍ମନ୍କେ ମିସା ଡଣ୍ଡ୍ ଦେଇରଇଲା । ପର୍ମେସର୍ ସେମନ୍କେ ଜେତ୍କି ଅଦିକାର୍ ସର୍ପି ଦେଇରଇଲା, ସେମନ୍ ତାର୍ତେଇଅନି ଅଦିକ୍ ନେଲାଇ । ଆରି ତାକର୍ ଦେଇରଇବା ଜାଗା ଚାଡ୍ଲାଇ । ସେ ସେମନ୍କେ ବିଚାର୍ କର୍ବା ଦିନ୍ ଜାକ, ଗଟେକ୍ ଆନ୍ଦାରର୍ ଜାଗାଇ, କେ ବାଙ୍ଗାଇ ନାପାର୍ଲା ପାରା, ସିକ୍ଲି ସଙ୍ଗ୍ ବାନ୍ଦିଆଚେ । ୭ ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ ।
୮ ସେନ୍ତାରିସେ ଏ ଲକ୍ମନ୍ ନିଜେ ଦର୍ସନ୍ ପାଇକରି ମିସା ପାଦ୍ରା ପାଦ୍ରି କାମ୍ କରି ନିଜର୍ ଗାଗଡ୍ ଅସୁକଲ୍ କଲାଇନି । ମାପ୍ରୁର୍ ଅଦିକାର୍ ସେମନ୍ ଗିନ୍ କରି ସର୍ଗେ ରଇବାଟାମନ୍କେ ନିନ୍ଦା କଲାଇନି ।
୯ ✡ପର୍କାସିତ ୧୨:୭ମୁକିଅ ଦୁତ୍ ମିକାଏଲ୍ ମିସା ମସାର୍ ମଲା ଗାଗଡ୍ ନେଇକରି ତପ୍ବାକେ କାର୍ ଅଦିକାର୍ ଆଚେ ବଲିକରି ସଇତାନର୍ ସଙ୍ଗ୍ ଦଦାପେଲା କର୍ତେରଇଲା । ସେଡ୍କିବେଲେ ପର୍ମେସରର୍ ଜାଗାଇ ରଇ, ସଇତାନ୍କେ ବିଚାର୍ କର୍ବା ଅଦିକାର୍ ନେବାକେ ସେ ସାଆସ୍ କରେନାଇ । ତାର୍ ବାଦୁଲେ ମାପ୍ରୁ ତକେ ଡଣ୍ଡ୍ ଦେଇସି ବଲି କଇଲା । ୧୦ ଏଲେମିସା ଏ ଲକ୍ମନ୍ ନ ବୁଜ୍ବା ବିସଇ ନେଇ ନିନ୍ଦା କାତା କଲାଇନି । ସେମନ୍ ଜେତ୍କି ବିସଇ ବୁଜ୍ଲାଇନି, ସେଟା ସେମନ୍କେ ଅଦିକ୍ ବାବ୍ବାକେ ନ ପଡେ । ଜେନ୍ତାରି, କି ପସୁମନ୍ କାଇ ବିସଇ ନ ବାବତ୍ । ଏ ସମାନ୍ ବିସଇ ଆକା ସେମନ୍କେ କୁରୁପ୍ନାସ୍ କର୍ସି । ୧୧ ସେମନ୍ କେତେକ୍ ଡଣ୍ଡ୍ ପାଇବା ଲକ୍ ସେମନ୍ କଇନର୍ ବାଟ୍ ଦାର୍ଲାଇ ଆଚତ୍ । ବିଲିଆମ୍ ପାପ୍ କଲାପାରା ସାର୍ଦା ସଙ୍ଗ୍ ପାପ୍ କଲାଇଆଚତ୍ । କରା ବିରଦ୍ କଲାପାରା ସେମନ୍ ବିରଦ୍ କରି କୁରୁପ୍ନାସ୍ ଅଇବାଇ । ୧୨ ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ । ୧୩ ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।
୧୪ ଅନକର୍ ବିସଇ ବାବିଦେକା । ସେ ଆଦମର୍ଟାନେ ଅନି ଆଇବା ସାତ୍ ଲମର୍ ନାତିତିତି । ଏନ୍ତାରିଲକ୍ମନର୍ ବିସଇନେଇ ସେ ବବିସତ୍ବକ୍ତା ଏନ୍ତାରି କଇଲା, ଦେକା ମାପ୍ରୁ ତାର୍ ଅଜାର୍ ଅଜାର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇସି । ୧୫ ସେ ସବୁଲକ୍କେ ବିଚାର୍ କର୍ସି । ଆରି ଜେତ୍କି ଲକ୍ ତାକେ ନାମତ୍ନାଇ, ସେମନ୍ ସବୁଲକ୍କେ ଦସି କର୍ସି । ସେମନ୍ କରିରଇବା ସବୁ କାରାପ୍ କାମର୍ ଲାଗି ମିସା ଦସିଅଇବାଇ ।
୧୬ ଏ ଲକ୍ମନ୍ ମୁର୍ମୁରା ଅଇକରି ବିନ୍ ଲକ୍ମନ୍କେ ନିନ୍ଦା କର୍ବାଇ । ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ, ନିଜର୍ ବିସଇନେଇ ବଡ୍ପନ୍ ଅଇବାଇ ଆରି ନିଜର୍ ଲାବ୍ ପାଇବାକେ ବିନ୍ଲକ୍କେ ନିକ କାତା କଇ ସୁତ୍ରାଇବାଇ ।
ଜାଗ୍ରତ୍ ରଇବାକେ ଆଦେସ୍
୧୭ ମାତର୍ ଏ ମର୍ ଆଲାଦର୍ ମଇତର୍ମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ପେରିତ୍ ସିସ୍ମନ୍ କାଇଟା ଅଇସି ବଲି କଇଲାଟା ତମର୍ ମନେ ରଅ । ୧୮ ✡୨ ୟ ପିତର୍ ୩:୩“ସାରାସାରି ଦିନ୍ ମନ୍କେ ମାପ୍ରୁକେ କିଜାଇକରି ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବା ଲକ୍ମନ୍ ରଇବାଇ ।” ସେମନ୍ ତମ୍କେ ଏନ୍ତି କଇରଇଲାଇ । ୧୯ ଏନ୍ତାରି ସେମନ୍ ଲକ୍ମନ୍କେ ବେଗ୍ଲାଇବାଇ, ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ସେମନ୍ ସୁକଲ୍ଆତ୍ମା ପାଅତ୍ନାଇ । ୨୦ ମାତର୍ ତମେ ମର୍ ଆଲାଦର୍ ମଇତର୍ମନ୍, ଆମର୍ ବେସି ସୁକଲ୍ ରଇବା ବିସ୍ବାସେ ନିଜେ ଡାଟ୍ ଅଇତେରୁଆ । ସୁକଲ୍ଆତ୍ମାର୍ ସାଇଜ ନେଇ ପାର୍ତନା କର୍ତେରୁଆ । ୨୧ ମାପ୍ରୁ ଜିସୁକିରିସ୍ଟ ବାଉଡି ଆଇବା ଦିନ୍କେ ଜାଗ୍ତେରୁଆ ଆରି ପର୍ମେସରର୍ ଆଲାଦେ ବଡିଆସା । ସେନ୍ତାର୍ଆଲେ ତମେ ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସା । କାଇକେବଇଲେ ସେ ଆମ୍କେ ଦୟା ଦେକାଇଲା ଆଚେ ।
୨୨ ଦୁଇମନିଆ ଅଇବା ଲକ୍ମନ୍କେ ଦୟା ଦେକାଆ । ୨୩ କେବେ ନ ଲିବ୍ବା ଜଇଟାନେଅନି ଚାଡାଇକରି ସେମନ୍କେ ରକିଆ କରା । ଡରିକରି ପାପ୍କର୍ବା ଲକ୍ମନ୍କେ ଦୟା ଦେକାଆ । ମାତର୍ ତାକର୍ ପାପ୍କାମେ ମୁର୍କି ରଇବା ବସ୍ତର୍ ମିସା ଗିନ୍ କରା ।
୨୪ ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ । ୨୫ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି ସେ ଗଟେକ୍ ସେ ପର୍ମେସର୍, ଜେ କି ଆମ୍କେ ରକିଆ କଲାଆଚେ । ସବୁ ଡାକ୍ପୁଟା, ମଇମା, ବପୁ ଆରି ସାସନ୍ କାଇଟା ନ ଅଇତେ ତାର୍ଟାସେ ରଇଲା, ଏବେ ତାର୍ଟାସେ ଆଚେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ତାର୍ଟାସେ ରଇସି । ଆମେନ୍ !