୬
ଦାନ୍ ବିସଇନେଇ ସିକିଆ
୧ ✡ମାତିଉ ୨୩:୫ଲକ୍ମନ୍କେ ଦେକାଇଅଇବାକେ ସବୁର୍ ମୁଆଟେ ନିକ କାମ୍ କରାନାଇ । ସେଟା କଲେ ସର୍ଗେ ରଇବା ତମର୍ ବାବାର୍ ଟାନେଅନି ପୁରୁସ୍କାର୍ ନ ପାଆସ୍ ।
୨ ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ । ୩ ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ । ୪ ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
ପାର୍ତନା ବିସଇ ନେଇ ସିକିଆ
(ଲୁକ୍ ୧୧:୨-୪)
୫ ✡ଲୁକ୍ ୧୮:୧୦-୧୪ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ । ୬ ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
୭ ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ । ୮ ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି । ୯ ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
ଏ ଆମର୍ ସରଗର୍ ବାବା,
ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
୧୦ ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
୧୧ ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
୧୨ ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ
ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
୧୩ ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ,
ମାତର୍ କାରାପ୍ କାମେଅନି ରକିଆ କରା
ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ,
ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ*ଏ ବାକିଅ ପୁର୍ନା ପାଣ୍ଡୁ ଲିପି ଟାନେ ନାଇ । ଆମେନ୍ !
୧୪ ✡ମାର୍କ ୧୧:୨୫,୨୬“ତମର୍ ବିରଦେ ଦସ୍ କରିରଇବା ବିନ୍ ଲକ୍ମନ୍କେ ଜଦି ତମେ କେମା କର୍ସା, ତମର୍ ସରଗର୍ ବାବା ପର୍ମେସର୍ ମିସା ତମ୍କେ କେମା କର୍ସି । ୧୫ ମାତର୍ ତମେ ଜଦି ବିନ୍ ଲକ୍ମନ୍କେ କେମା ନ କରାସ୍, ସରଗର୍ ବାବା ମିସା ତମେ କରିରଇବା ପାପ୍ଦସ୍ କେମା ନ କରେ ।”
ଉପାସ୍ ରଇବା ବିସଇ ନେଇ ସିକିଆ
୧୬ “ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ । ୧୭ ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ । ୧୮ ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।”
କରିରଇବା କାମ୍
(ଲୁକ୍ ୧୨:୩୩-୩୪)
। ୧୯ ✡ଜାକୁବ ୫:୨,୩“ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ । ୨୦ ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍ ! ୨୧ କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।”
ଗାଗଡର୍ ଉଜଲ୍
(ଲୁକ୍ ୧୧:୩୪-୩୬)
୨୨ “ତମର୍ ଆଁକି ଅଇଲାନି ଗାଗଡର୍ ବତି । ଜେଡେବେଲା ଆଁକି ନିର୍ମଲ୍ ରଇସି, ତେବେ ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ବର୍ତି ଅଇରଇସି । ୨୩ ମାତର୍ ଜେବେ ତମର୍ ଆଁକି ନସିରଇସି, ତେବେ ସବୁ ଗାଗଡ୍ ଆନ୍ଦାର୍ ଅଇସି । ତେବର୍ପାଇ ତମର୍ ମନ୍ ବିତ୍ରର୍ ଉଜଲ୍ ଜେବେ ଆନ୍ଦାର୍ ଅଇସି, ତେବେ ସେ ଆନ୍ଦାର୍ କେଡେକ୍ ବଡ୍ ବିପଦ୍ ।”
ପର୍ମେସର୍ ଆରି ଦନ୍
(ଲୁକ୍ ୧୬:୧୩; ଲୁକ୍ ୧୨:୨୨-୩୧)
୨୪ “କେ ମିସା ଗଟେକ୍ ଲକ୍ ଦୁଇଟା ସାଉକାରର୍ ସେବାକରି ନାପାରେ । ସେ ଗଟେକ୍ ଲକ୍କେ ମାନ୍ସି ଆରି ଗଟେକ୍ ଲକ୍କେ ଗିନ୍ କର୍ସି । ନଇଲେ ଗଟେକ୍ ଲକ୍କେ ବିସ୍ବାସ୍ କର୍ସି ଆରି ଗଟେକ୍ ଲକ୍କେ ବିସ୍ବାସ୍ ନ କରେ । ତମେ ଏକାତର୍ ପର୍ମେସର୍କେ ଆରି ଡାବୁକାସୁକେ ସେବାକରି ନାପାରାସ୍ ।”
୨୫ ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
୨୬ ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ? ୨୭ ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି ? ନାଇ ନାପାରେ ।
୨୮ ବସ୍ତର୍ ପାଇ କାଇକେ ବିକଲ୍ ଅଇଲାସ୍ନି ? ଦେକା, ବନର୍ ପୁଲ୍ମନ୍ କେନ୍ତି ବଡ୍ଲାଇନି, ସେମନ୍ କାମ୍ଦାମ୍ କରତ୍ ନାଇ କି ନିଜର୍ ପାଇ ବସ୍ତର୍ ତିଆର୍ କରତ୍ ନାଇ, ୨୯ ମାତର୍ ମୁଇ ତମ୍କେ କଇଲିନି, ରାଜା ସଲ୍ମନ୍ ତାର୍ ସବୁ ଦନ୍ ସଁପତି ସଙ୍ଗ୍ ମିସା ଏ ପୁଲ୍ ପାରା ସୁନ୍ଦର୍ ବସ୍ତର୍ କେବେ ପିନ୍ଦି ନ ରଇଲା । ୩୦ ଆଜି ପଦାଇ ରଇଲା ଗାଁସ୍ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍ମେସର୍ ଏନ୍ତି ସୁନ୍ଦର୍ ବେସ୍ ଦେଇସି, ତେବେ ଏ ଅଲପ୍ ବିସ୍ବାସିମନ୍, ସେ ବାଇଦରେ ତମ୍କେ ଅଦିକ୍ ନିମାନ୍ ବସ୍ତର୍ ନ ଦେଏ କି ? ଦେଇସିସେ ।
୩୧ ଏଟାର୍ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍ବି ବଲି ଚିନ୍ତା କରାନାଇ । ୩୨ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ କଜିବୁଲ୍ବାଇ । ଆରି ଏ ସବୁ ବିସଇ ଜେ ତମ୍କେ ଲଡା, ସେଟା ତମର୍ ସରଗର୍ ବାବା ଜାନେ । ୩୩ ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି । ୩୪ ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।