୭
ସୁଚି ଆରି ଅସୁଚି ବିସଇରେ ସିକିଆ
(ମାତିଉ ୧୫:୧-୯)
୧ ପଚେ ପାରୁସିମନ୍ ଆରି ଜିରୁସାଲାମ୍ ଅନି ଆସିରଇବା କେତେଟା ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ । ୨ ତାର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ସିସ୍ମନ୍ ଜିଉଦିମନର୍ ରିତିନିତି ଇସାବେ ଆତ୍ ନ ଦଇତେ କାଇବାଟା ଦେକ୍ଲାଇ ।
୩ ପାରୁସିମନ୍ ଆରି ସବୁ ଜିଉଦିଲକର୍ ପାର୍ଚିନ୍ମନର୍ ନିୟମ୍ ମାନି ରିିତିନିତି ଇସାବେ ଆତ୍ ନ ଦଇତେ ନ କାଇତେରଇଲାଇ । ୪ ଆରି ଆଟ୍ବାଟ୍ କରିଆସି ରିତିନିତି ଇସାବେ ପାନି ନ ଚିଚି ଅଇତେ ନ କାଇତେ ରଇଲାଇ । ଗିନା, ମୁତା, ପିତଲ୍ ତାଲା ଆରି ସଇବା କଟ୍ କେନ୍ତି ଦଇବାର୍, ସେଟା ସଙ୍ଗ୍ ଅଲ୍ଗା ରିତିନିତି ମିସା ମାନ୍ତେରଇଲାଇ ।
୫ ତେବେ ପାରୁସି ଆରି ସାସ୍ତର୍ ସିକାଉମନ୍ ଜିସୁକେ ପାଚାର୍ଲାଇ, “କାଇକେ ତର୍ ସିସ୍ମନ୍ ପାର୍ଚିନ୍ମନର୍ ରିତିନିତି ନ ମାନି ଆତ୍ ନ ଦଇ କାଇଲାଇନି ?”
୬ ଜିସୁ ସେମନ୍କେ କଇଲା, “ଏରେ କୁଟିଆଲ୍ମନ୍, ତମର୍ ବିସଇନେଇ ଜିସାୟ ବବିସତ୍ବକ୍ତା ନିକସଙ୍ଗ୍ ଜାନାଇଆଚେ, ସେ ଏନ୍ତି କଇଲା ଆଚେ ।”
ପର୍ମେସର୍ କଇଲାନି “ଏ ଜାତି, ମକେ ମୁଏ ସନ୍ମାନ୍ ଦେବାଇ,
ମାତର୍ ତାକର୍ ମନ୍ ମର୍ଟାନେଅନି ଦୁରିକେ ରଇସି ।
୭ ସେମନ୍ ଲକ୍ମନ୍ କଲା ନିୟମ୍
ମାପ୍ରୁର୍ ନିୟମ୍ ବଲି ସିକାଇବାଇ
ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
୮ “ତମେ ପର୍ମେସରର୍ ଆଦେସ୍ ଇନ୍କରି ନର୍ଲକର୍ ରିତିନିତି ଦାରି ବସିଆଚାସ୍ ।” ୯ ଆରି ଜିସୁ ସେମନ୍କେ କଇଲା, ତମେ ଚତୁର୍ ଅଇ ନିଜର୍ ରିିତିନିିତି ମାନ୍ବାକେ ବଲି ପର୍ମେସରର୍ ଆଦେସ୍ ନିଚୁ ବଇଲାସ୍ନି । ୧୦ କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍ ବାବାକେ କି ମାକେ ସାଇପ୍ ଦେଇସି, ସେ ମରନ୍ ଡଣ୍ଡ୍ ପାଇସି ଆକା । ୧୧ ମାତର୍ ତମେ ସିକାଇଲାସ୍ନି କି ଜେବେ ବାବାକେ କି ମାକେ କଇସା, “ଜନ୍ଟା ମୁଇ ତମ୍କେ ଦେବାର୍ ରଇଲା ସେଟା କର୍ବାନ୍ ।” କର୍ବାନ୍ ବଇଲେ ମାପ୍ରୁକେ ଆକା ମାନତ୍ କର୍ବାଟା । ୧୨ ତେବେ ତମେ ତାର୍ ବାବାର୍ କି ମାଆର୍ କାଇ ଉପ୍କାର୍ କର୍ବାଟାକେ ତେବାଇଲାସ୍ନି । ୧୩ ଏନ୍ତାରି ତମେ ନିଜର୍ ଆନିଦାଦିମନର୍ ବେଲେ ଅନି ଆଇବା ରିତିନିତି ମାନିକରି ପର୍ମେସରର୍ ବାକିଅ ଏଡାଇ ଦେଲାସ୍ନି, ଆରି ଏନ୍ତାରି କେତେକ୍ କେତେକ୍ କାମ୍ମନ୍ କଲାସ୍ନି ।
ଗଟେକ୍ ଲକ୍କେ କାଇଟା ଅସୁକଲ୍ କର୍ସି
(ମାତିଉ ୧୫:୧୦-୨୦)
୧୪ ଜିସୁ ଆରି ତରେକ୍ ଲକ୍ମନ୍କେ ଲଗେଡାକି କଇଲା, “ତମେ ସବୁଲକ୍ ମର୍ କାତା ସୁନା ଆରି ବୁଜା । ୧୫ ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି । ୧୬ *କେତକ୍ ପୁର୍ନା ଲେକାଇ ଏ ପଦ୍ ଲେକାଅଏ ନାଇଜଦି ଜାକେ ସୁନ୍ବାର୍ କାନ୍ ଆଚେ, ସେ ସୁନ ।”
୧୭ ଆରି ଜିସୁ ଲକର୍ ମାନ୍ଦା ଚାଡି ଗରେ ପୁର୍ଲାପଚେ ତାର୍ ସିସ୍ମନ୍ ସେ ଉଦାଅରନର୍ ଅରତ୍ କାଇଟା ବଲି ପାଚାର୍ବାର୍ ଦାର୍ଲାଇ । ୧୮ ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ । ୧୯ କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
୨୦ ଆରି ସେ କଇଲା, “ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି । ୨୧ କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ । ୨୨ ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା । ୨୩ ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।”
ଗଟେକ୍ ମାଇଜିର୍ ଡାଟ୍ ବିସ୍ବାସ୍
(ମାତିଉ ୧୫:୨୧-୨୮)
୨୪ ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା । ୨୫ ଜିସୁ ଆଇଲାଆଚେ ବଲି ସୁନ୍ଲା ଦାପ୍ରେ, ଗଟେକ୍ ମାଇଜି ଜାର୍ ସାନ୍ ଟକିକେ ଡୁମା ଦାରିରଇଲା, ତାର୍ ଗଡ୍ତଲେ ଆସି ଅଦର୍ଲା । ୨୬ ସେ ସୁର ଦେସର୍ ପଇନିକିଆ ଜାଗାଇ ଜନମ୍ ଅଇ ଜିଉଦି ଜାତିର୍ ନ ରଇଲା, ତାର୍ ଟକିକେ ଡୁମା ଚାଡାଇବାକେ ସେ ଜିସୁକେ ବାବୁଜିଆ କଲା ।
୨୭ ତେବେ ଜିସୁ ତାକେ କଇଲା, “ଆଗ୍ତୁ ପିଲାମନ୍କେ ପେଟ୍ ପୁରୁନ୍ କାଇବାକେ ଦେସ୍, କାଇକେବଇଲେ ପିଲାମନର୍ କାଦି ନେଇ କୁକୁର୍ମନର୍ ଟାନେ ପାକାଇବାଟା ଟିକ୍ନାଇ ।”
୨୮ ମାତର୍ ମାଇଜି ତାକେ କଇଲା, “ଉଁ ମାପ୍ରୁ, କୁକୁର୍ମନ୍ ମିସା ପିଲାମନର୍ ଅଦ୍ରି ରଇଲା ସକ୍ଡି କାଇବାଇ ।”
୨୯ ସେଡ୍କି ବେଲେ ଜିସୁ ତାକେ କଇଲା, “ଏନ୍ତାରି କଇଲାର୍ପାଇ ଜା, ତର୍ ଟକିତେଇଅନି ଡୁମା ବାରଇଗାଲାବେ ।”
୩୦ ଆରି ସେ ମାଇଜି ଗରେ ଜାଇ, ଟକି କଟେ ସଇରଇବାଟା ଆରି ତାର୍ଟାନେଅନି ଡୁମା ବାରଇଜାଇ ରଇବାଟା ଦେକ୍ଲା ।
ଜିସୁ ଗଟେକ୍ ଗୁଲା ବଇରାକେ ନିକ କଲା
୩୧ ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା । ୩୨ ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କସ୍ଟସଙ୍ଗ୍ କାତା ଅଇବା ବଇରାକେ ଜିସୁର୍ ଲଗେ ଆନି ତାର୍ ଉପ୍ରେ ଆତ୍ ସଙ୍ଗଇବାକେ ବାବୁଜିଆ କଲାଇ । ୩୩ ଜିସୁ ସେ ବଇରାକେ ଲକ୍ମନର୍ ଟାନେଅନି ବେଗ୍ଲାଇ କରି, ଡାକିନେଇ ତାର୍ ଦୁଇଟା କାନେ ଆଙ୍ଗ୍ଟି ପୁରାଇଲା ଆରି ତୁକିକରି ଆତ୍ସଙ୍ଗ୍ ସେ ଲକର୍ ଜିବେ ଲାଗାଇଲା, ୩୪ ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍ପତା !” ବଇଲେ ପୁଟିଅ ।
୩୫ ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
୩୬ ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ । ୩୭ ଆରି ଲକ୍ମନ୍ ଅଦିକ୍ କାବା ଅଇ କଇଲାଇ, “ସେ ସବୁ କାମ୍ ନିମାନ୍ ସଙ୍ଗ୍ କରିଆଚେ, ସେ ବଇରାମନ୍କେ ସୁନ୍ବା ବପୁ ଆରି ଗୁଲାମନ୍କେ କଇବା ବପୁ ମିସା ଦେଇଆଚେ ।”