୨
ପରମେସରର୍ ସତ୍ ଦରମର୍ ବିଚାର୍
୧ ✡ମାତିଉ ୭:୧; ଲୁକ୍ ୬:୩୭ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି । ୨ ଆମେ ଜାନୁ, ପରମେସର୍ ଏନ୍ତି କର୍ତେ ରଇବା ଲକ୍ମନ୍କେ ଟିକ୍ ସଙ୍ଗ୍ ବିଚାର୍ କର୍ସି । ୩ ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି ? ୪ ସେନ୍ତି ବଇଲେ ତା, ତମେ ପରମେସରର୍ ବେସି ଜିବନ୍ ଦୁକାଇଲାଟା, ଉଦାର୍ କର୍ବାଟା ଆରି ମୁରଚ୍ବାଟାକେ ନାମାସ୍ ନାଇ । ତମେ ସତଇସେ ଜାନିଆଚାସ୍ ଜେ, ତମର୍ ମନେ କାରାପ୍ କାମ୍ ଅଇଲାଟା ମାନିଅଇବାକେ ପରମେସର୍ ଏଡେକ୍ ଦୟା କଲାଆଚେ । ୫ ମାତର୍ ତମେ ବଡ୍ପନିଆ ଆରି ମନ୍ ଜିଦିଆ । ସେଟାର୍ ପାଇ ସାରାସାରି ବିଚାର୍ନା ଦିନେ ପରମେସର୍ ଟିକ୍ ସଙ୍ଗ୍ ତାର୍ ବିଚାର୍ନା ଦେକାଇସି । ସେ ରିସାର୍ ଦିନେ ନିଜର୍ ପାଇ ରିସା ଟୁଲିଆଇଲାସ୍ନି । ୬ କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି । ୭ ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । ୮ ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି । ୯ ଜନ୍ ଲକ୍ମନ୍ କାରାପ୍ କାମେ ବୁଡି ଆଚତ୍, ସେମନର୍ ପାଇ କସ୍ଟ ଆରି ଦୁକର୍ ଦିନ୍ ଆଇଲାନି । ସବୁକେ ଆଗ୍ତୁ ଜିଉଦିକେ ଆରି ତାର୍ ପଚେ ଜିଉଦି ନଇଲା ଲକ୍ମନର୍ ପାଇ । ୧୦ ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି । ୧୧ କାଇକେ ବଇଲେ ପରମେସର୍ ଗଟେକ୍ ତୁଲାଇସେ ସବୁର୍ ବିଚାର୍ କର୍ସି ।
୧୨ ଜିଉଦି ନଇଲା ଲକ୍ମନ୍, ମସା ଲେକ୍ଲା ନିୟମ୍ ପାଅତ୍ ନାଇ । ନିୟମ୍ ନ ପାଇ ପାପ୍ କଲାଇ, ସେମନ୍ ନିୟମ୍ ନ ଅଇତେ କୁରୁପ୍ନାସ୍ ଅଇବାଇ । ଆରି ଗଟେକ୍ବାଟେ ଜିଉଦିମନ୍ ନିୟମ୍ ଜାନିକରି ମିସା, ପାପ୍ କଲାଇ, ସେମନ୍ ସେ ନିୟମ୍ ଇସାବେ ଡଣ୍ଡ୍ ପାଇବାଇ । ୧୩ କାଇକେବଇଲେ ଲକ୍ମନ୍ ଉଜେ ନିୟମ୍ ସୁନ୍ଲେସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ନାପାରତ୍, ମାତର୍ ନିୟମ୍ ନାମ୍ଲେସେ ଅଇପାରତ୍ । ୧୪ ଜିଉଦିନଇଲା ଲକ୍ମନର୍ ନିୟମ୍ ନାଇ, ମାତର୍ ସେମନ୍ ଅବିଆସ୍ କରି ନିୟମର୍ ବିଦିମନ୍ ନାମ୍ବାଇ, ସେଟାସେ ସେମନର୍ ନିୟମ୍ ପାରା । ୧୫ ସେମନର୍ କାମ୍ଦାମ୍ଟାନେଅନି ଟିକ୍ ସଙ୍ଗ୍ ଜାନାପଡ୍ଲାନି ଜେ, ନିୟମର୍ ବିଦିବିଦାନ୍ ସେମନର୍ ମନେ ଲେକାଅଇଲା ଆଚେ । ଏ କାତା ସତ୍, ସେମନର୍ ବିବେକ୍ ଟିକ୍ ବଲି କଇବା ଚଲାଚଲ୍ତିଅନି ଜାନାପଡ୍ଲା । ଜେନ୍ତାରିକି ସତ୍ କାମ୍ କଲାବେଲେ ତାକର୍ ବିବେକ୍, ଉଁ ବଲି କଇସି, ଆରି କାରାପ୍ କାମ୍ କଲାବେଲେ ବିବେକ୍ ସେମନ୍କେ ଦସି କରାଇସି । ୧୬ ଜନ୍ ଦିନେ ପରମେସର୍ ଜିସୁକିରିସ୍ଟର୍ ଟାନେଅନି ମୁନୁସର୍ ବିତ୍ରେ ଲୁଚ୍ଲା ବିସଇମନ୍ ବିଚାର୍ କର୍ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍କବର୍ ଇସାବେ ଏ ସବୁ ଗଟ୍ସି ।
ଜିଉଦି ଲକ୍ମନ୍ ଆରି ନିୟମ୍
୧୭ ତମେମନ୍ ତେବେ ? ନିଜ୍କେ ଜିଉଦି ବଲାଇଅଇଲାସ୍ନି, ନିୟମ୍କେ ଆସାକରି ଆରି ପରମେସର୍ ସଙ୍ଗ୍ ମିସାବିଡା କର୍ବାଟା ନେଇ ବଡ୍ପନ୍ ଅଇଲାସ୍ନି, ୧୮ ପରମେସର୍ ତମର୍ଟାନେଅନି କାଇଟା ମନ୍ କଲାନି ସେଟା ତମେ ଜାନିଆଚାସ୍ । ଆରି ନିୟମେଅନି ସତ୍ ଆରି ସତ୍ ନ ଅଇବା ଗିଆନ୍ ପାଇଆଚାସ୍, ୧୯ ସତଇସେ ଜାନିଆଚାସ୍ ଜେ, ତମେ କାଣାକେ ବାଟ୍ଦେକାଇବା ଲକ୍, ଆନ୍ଦାରେ ରଇବା ଲକ୍ମନର୍ ପାଇ ଉଜଲ୍ ପାରା । ୨୦ ବକୁଆମନ୍କେ ନିମାନ୍ କାତା କଇବା ଲକ୍, ଗିଆନ୍ ନ ରଇବା ଲକ୍ମନର୍ ଗୁରୁ । ତମେ ବିସ୍ବାସ୍ କଲାସ୍ନି ଜେ, ନିୟମ୍ ଜାନିକରି ପୁରାପୁରୁନ୍ ସତ୍ ଆରି ଗିଆନ୍ ପାଇଆଚାସ୍ ବଲି । ୨୧ ତମେ ବିନ୍ଲକ୍ମନ୍କେ ସିକାଇଲାସ୍ନି, ମାତର୍ କାଇକେ ନିଜେ ସିକାସ୍ ନାଇ ? ଚରାଇବାର୍ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍ନି କି ? ୨୨ ପାଦ୍ରା କାମ୍ କରାନାଇ ବଲି କଇ, ନିଜେ ପାଦ୍ରା କାମ୍ କଲାସ୍ନି କି ? ପୁତ୍ଲା ପୁଜାକେ ଗିନ୍ କରି ଦେଉଲର୍ ଦିନ୍ସୁ ଚର୍ଲାସ୍ନି କି ? ୨୩ ପରମେସରର୍ ନିୟମ୍ ମିଲାଇଆଚୁ ବଲି ବଡ୍ପନ୍ ଦେକାଇଲାସ୍ନି, ମାତର୍ ସେଟାକେ ଏଡିଦେଇକରି ତାକେ ଲାଜ୍ କରାଇଲାସ୍ନି କି ? ୨୪ ସାସ୍ତରେ ଲେକାଅଇଲା ଆଚେ, “ତମର୍ଲାଗି ଜିଉଦି ନଇଲା ଲକ୍ମନର୍ ବିତ୍ରେ ପରମେସର୍ ନିନ୍ଦା ପାଇଲାନି ।”
୨୫ ଜଦି ତମେ ନିୟମ୍ ମାନ୍ଲେ, ତମର୍ ସୁନତ୍ ଅଇବାଟା ଟିକ୍ ଆଚେ । ଜଦି ନିୟମ୍ ନ ମାନ୍ଲେ ସୁନତ୍ ନ ଅଇଲା ଲକ୍ମନର୍ ସଙ୍ଗ୍ ସମାନ୍ । ୨୬ ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ? ୨୭ ସେଟାର୍ ପାଇ ଗାଗ୍ଡେ ସୁନତ୍ ନ ଅଇରଇଲା ଜିଉଦି ନ ଅଇଲା ଲକ୍ମନ୍, ନିୟମ୍ ମାନିକରି ତମର୍ ବିଚାର୍ କର୍ବାଇ, କାଇକେ ବଇଲେ ତମେ ଗାଗ୍ଡେ ସୁନତ୍ ଅଇ ନିୟମ୍ ପାଇରଇଲେ ମିସା, ସେଟା ନାମାସ୍ ନାଇ । ୨୮ ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ । ୨୯ ଜେ ମନ୍ ବିତ୍ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍ ମନ୍ ବିତ୍ରର୍ ବିସଇ । ସେଟା ସୁକଲ୍ ଆତ୍ମାର୍ କାମ୍ । ଲେକ୍ଲା ନିୟମ୍ ସେଟା କରିନାପାରେ । ଏନ୍ତାରି ଲକ୍ ଲକ୍ମନର୍ଟାନେଅନି ଡାକ୍ପୁଟା ନ ପାଏ, ମାତର୍ ପରମେସର୍ଅନି ପାଇସି ।