ବଂଶାବଳୀର ପ୍ରଥମ ପୁସ୍ତକ
ଲେଖକ
ପ୍ରଥମ ବଂଶାବଳୀ-ପୁସ୍ତକ ଲେଖକଙ୍କ ବିଷୟରେ ସ୍ପଷ୍ଟ ଭାବରେ ପ୍ରକାଶ କରେ ନାହିଁ, କିନ୍ତୁ ଯିହୁଦୀ ପରମ୍ପରା ଅନୁସାରେ ଏଜ୍ରାଙ୍କୁ ପୁସ୍ତକର ଲେଖକ ବୋଲି ବିଶ୍ୱାସ କରାଯାଏ। ପ୍ରଥମ ବଂଶାବଳୀ-ପୁସ୍ତକ ଇସ୍ରାଏଲର ବଂଶର ତାଲିକା ସହ ଆରମ୍ଭ ହୁଏ। ତାʼପରେ, ଏହି ପୁସ୍ତକରେ ଅବିଭକ୍ତ ରାଜ୍ୟ ଅର୍ଥାତ୍‍ ଇସ୍ରାଏଲ ରାଜ୍ୟ ଉପରେ ଦାଉଦଙ୍କର ଶାସନର ବିବରଣ ପ୍ରଦାନ କରାଯାଇଅଛି, ଏବଂ ଏହି ପୁସ୍ତକ ଦାଉଦ ରାଜାଙ୍କ ରାଜତନ୍ତ୍ରର ଅତି ନିକଟତର ବିବରଣୀ ଅଟେ, ଯାହା ପୁରାତନ ନିୟମର ଏକ ଉଚ୍ଚ ଛବି ଅଟେ। ଏହାର ବିସ୍ତୃତ ଦୃଶ୍ୟ ପ୍ରାଚୀନ ଇସ୍ରାଏଲର ରାଜନୈତିକ ଓ ଧାର୍ମିକ ଇତିହାସକୁ ବିସ୍ତାର କରେ।
ସମୟ ଓ ସ୍ଥାନ
ପ୍ରାୟ 450-400 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ପୁସ୍ତକ ଲେଖାଯାଇଅଛି।
ଏହା ସ୍ପଷ୍ଟ ଯେ, ଏହି ପୁସ୍ତକର ସମୟ, ଇସ୍ରାଏଲ ଲୋକମାନେ ବାବିଲରୁ ନିର୍ବାସିତ ହେଲା ପରେ। ପ୍ରଥମ ବଂଶାବଳୀ 3:19-24 ଯିରୁବ୍ବାବିଲ୍‍ଙ୍କ ପରେ ଦାଉଦଙ୍କ ବଂଶଧରକୁ ଷଷ୍ଠ ପିଢ଼ି ପର୍ଯ୍ୟନ୍ତ ସମ୍ପ୍ରସାରିତ କରେ।
ପ୍ରାପକ
ପ୍ରାଚୀନ ଯିହୁଦୀ ଏବଂ ବାଇବଲର ପରବର୍ତ୍ତୀ ପାଠକମାନେ।
ଉଦ୍ଦେଶ୍ୟ
ଯେଉଁ ଲୋକମାନେ ଇସ୍ରାଏଲକୁ ଫେରୁଥିଲେ ସେମାନେ ପରମେଶ୍ୱରଙ୍କୁ କିପରି ପ୍ରଶଂସା କରିବେ ତାହା ସେମାନଙ୍କୁ ଜଣାଇବା ନିମନ୍ତେ ପ୍ରଥମ ବଂଶାବଳୀ-ପୁସ୍ତକ ନିର୍ବାସନ ପରେ ଲେଖାଯାଇଅଛି। ଇତିହାସ ଦକ୍ଷିଣ ରାଜ୍ୟ, ଯିହୁଦା, ଲେବୀ ଓ ବିନ୍ୟାମୀନ୍‍ଙ୍କ ବଂଶଧର ଉପରେ ଆଲୋକପାତ କରେ। ଏହି ବଂଶଧରମାନେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି। ଦାଉଦଙ୍କ ଗୃହ, କିମ୍ବା ଶାସନସବୁ ଦିନ ପାଇଁ ସ୍ଥିରିକୃତ କରିବାକୁ ପରମେଶ୍ୱର ତାହାଙ୍କୁ ଦେଇଥିବା ପ୍ରତିଜ୍ଞାକୁ ସେ ପୂରଣ କଲେ। ସଂସାରର ରାଜାମାନେ ତାହା କରି ପାରିଲେ ନାହିଁ କିନ୍ତୁ ପରମେଶ୍ୱର ଦାଉଦ ଏବଂ ଶଲୋମନଙ୍କ ଦ୍ଵାରା ଆପଣା ମନ୍ଦିର ସ୍ଥାପନ କଲେ, ଯେଉଁଠାରେ ଲୋକେ ତାହାଙ୍କୁ ଉପାସନା କରିବା ନିମନ୍ତେ ଆସି ପାରିବେ। ଶଲୋମନଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ମନ୍ଦିର, ଆକ୍ରମଣକାରୀ ବାବିଲମାନଙ୍କ ଦ୍ଵାରା ଧ୍ୱଂସ କରାଯାଇଥିଲା।
ବିଷୟବସ୍ତୁ
ଇସ୍ରାଏଲର ଆତ୍ମିକ ଇତିହାସ
ରୂପରେଖା
1. ବଂଶାବଳୀ — 1:1-9:44
2. ଶାଉଲଙ୍କ ମୃତ୍ୟୁ — 10:1-14
3. ଦାଉଦଙ୍କ ଅଭିଷେକ ଏବଂ ରାଜତ୍ୱ — 11:1-29:30
1
ଆଦମଙ୍କଠାରୁ ଅବ୍ରହାମ
ଆଦମ, ଶେଥ, ଈନୋଶ; କୟିନାନ, ମହଲଲେଲ, ଯେରଦ; ହନୋକ, ମଥୂଶେଲହ, ଲେମକ; ନୋହ, ଶେମ, ହାମ ଓ ଯେଫତ୍‍।
ଯେଫତ୍‍ର ସନ୍ତାନ ଗୋମର, ମାଗୋଗ୍‍, ମାଦୟ, ଯବନ, ତୁବଲ୍‍, ମେଶକ୍‍ ଓ ତୀରସ୍‍ ଥିଲେ। ପୁଣି, ଗୋମରର ସନ୍ତାନ ଅସ୍କିନସ୍‍, ଦୀଫତ୍‍ ଓ ତୋଗର୍ମା ଥିଲେ। ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍‍ ଥିଲେ।
ହାମର ସନ୍ତାନ କୂଶ, ମିସର, ପୂଟ୍‍ ଓ କିଣାନ ଥିଲେ। ପୁଣି, କୂଶର ସନ୍ତାନ ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଥିଲେ। ରୟମାର ସନ୍ତାନ ଶିବା ଓ ଦଦାନ।
10 ଆଉ, କୂଶ ନିମ୍ରୋଦ୍‍କୁ ଜାତ କଲା; ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା। 11 ମିସର ଲୁଦୀୟ, ଅନାମୀୟ, ଲହାବୀୟ, ନପ୍ତୂହୀୟ, 12 ପଥ୍ରୋଷୀୟ, ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନଙ୍କୁ ଜାତ କଲା।
13 ପୁଣି, କିଣାନ ଆପଣା ପ୍ରଥମଜାତ ସୀଦୋନକୁ, ଏବଂ ହେତ୍‍କୁ ଜାତ କଲା; 14 ପୁଣି, ଯିବୂଷୀୟ, ଇମୋରୀୟ, ଗିର୍ଗାଶୀୟ, 15 ହିବ୍ବୀୟ, ଅର୍କୀୟ, ସିନୀୟ, 16 ଅର୍ବଦୀୟ, ସମାରୀୟ ଓ ହମାତୀୟମାନଙ୍କୁ ଜାତ କଲା।
17 ଶେମର ସନ୍ତାନଗଣ; ଏଲମ୍‍, ଅଶୂର, ଅର୍ଫକ୍ଷଦ, ଲୁଦ୍‍, ଅରାମ, ଊଷ୍‍, ହୂଲ, ଗେଥର ଓ ମେଶକ୍‍। 18 ପୁଣି, ଅର୍ଫକ୍ଷଦ ଶେଲହକୁ ଜାତ କଲା ଓ ଶେଲହ ଏବରକୁ ଜାତ କଲା। 19 ପୁଣି, ଏବରର ଦୁଇ ପୁତ୍ର ଜାତ ହେଲେ; ଏକର ନାମ ପେଲଗ୍‍; କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତାର ନାମ ଯକ୍ତନ୍‍। 20 ପୁଣି, ଯକ୍ତନ୍‍ ଅଲ୍‍ମୋଦଦ, ଶେଲଫ୍‍, ହତ୍‍ସର୍ମାବତ୍‍, ଯେରହ, 21 ହଦୋରାମ, ଊଷଲ, ଦିକ୍ଲା, 22 ଓବଲ, ଅବୀମାୟେଲ୍, ଶିବା, 23 ଓଫୀର, ହବୀଲା ଓ ଯୋବବ୍‍କୁ ଜାତ କଲା। ଏମାନେ ଯକ୍ତନ୍‍ର ସନ୍ତାନ।
24 ଶେମ, ଅର୍ଫକ୍ଷଦ, ଶେଲହ; 25 ଏବର, ପେଲଗ୍‍, ରୀୟୂ; 26 ସରୁଗ, ନାହୋର, ତେରହ 27 ଅବ୍ରାମ‍, ଅର୍ଥାତ୍‍ ଅବ୍ରହାମ। 28 ଅବ୍ରହାମଙ୍କର ପୁତ୍ର ଇସ୍‌ହାକ ଓ ଇଶ୍ମାୟେଲ।
29 ଏମାନଙ୍କର ବଂଶାବଳୀ ଏହି; ଇଶ୍ମାୟେଲର ପ୍ରଥମଜାତ ନବାୟୋତ୍‍; ତହିଁ ଉତ୍ତାରେ କେଦାର, ଅଦ୍‍ବେଲ, ମିବ୍‍ସମ୍‍, ମିଶ୍ମା ଓ ଦୂମା, ମସା; 30 ହଦଦ୍‍ ଓ ତେମା, ଯିଟୁର, ନାଫୀଶ୍‍ ଓ କେଦମା; 31 ଏମାନେ ଇଶ୍ମାୟେଲର ସନ୍ତାନ ଥିଲେ।
32 ଅବ୍ରହାମଙ୍କର ଉପପତ୍ନୀ କଟୂରାର ସନ୍ତାନଗଣ ଏହି; ସେ ସିମ୍ରନ୍‍, ଯକ୍‍ଷନ୍‍, ମଦାନ୍‍, ମିଦୀୟନ, ଯିଶ୍‍ବକ ଓ ଶୂହକୁ ଜାତ କଲା। ଆଉ ଯକ୍‍ଷନ୍‍ର ସନ୍ତାନ ଶିବା ଓ ଦଦାନ। 33 ଆଉ ମିଦୀୟନର ସନ୍ତାନ ଐଫା, ଏଫର, ହନୋକ, ଅବୀଦ ଓ ଇଲଦାୟା, ଏସମସ୍ତେ କଟୂରାର ସନ୍ତାନ।
34 ପୁଣି, ଅବ୍ରହାମ ଇସ୍‌ହାକକୁ ଜାତ କଲେ। ସେହି ଇସ୍‌ହାକର ପୁତ୍ର ଏଷୌ ଓ ଇସ୍ରାଏଲ। 35 ଏଷୌର ସନ୍ତାନ ଇଲୀଫସ୍‍, ରୁୟେଲ ଓ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ। 36 ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍, ସଫୀ ଓ ଗୟିତମ୍‍, କନସ୍‍ ଓ ତିମ୍ନା ଓ ଅମାଲେକ। 37 ରୁୟେଲର ସନ୍ତାନ ନହତ୍‍, ସେରହ, ଶମ୍ମ ଓ ମିସା।
38 ଆଉ ସେୟୀରର ସନ୍ତାନ ଲୋଟନ୍‍, ଶୋବଲ୍‍, ସିବୀୟୋନ୍‍, ଅନା, ଦିଶୋନ୍‍, ଏତ୍ସର ଓ ଦୀଶନ୍‍। 39 ଲୋଟନ୍‍ର ସନ୍ତାନ ହୋରି, ହୋମମ୍‍ ଓ ତିମ୍ନା ଲୋଟନ୍‍ର ଭଗିନୀ ଥିଲା। 40 ଶୋବଲ୍‍ର ସନ୍ତାନ ଅଲୀୟନ୍‍, ମାନହତ୍‍, ଏବଲ୍‍, ଶଫୀ ଓ ଓନମ୍‍। ଆଉ ସିବୀୟୋନ୍‍ର ପୁତ୍ର ଅୟା ଓ ଅନା। 41 ଅନାର ପୁତ୍ର ଦିଶୋନ୍‍। ଆଉ ଦିଶୋନ୍‍ର ପୁତ୍ର ହମ୍ରଣ, ଇଶବନ୍‍, ଯିତ୍ରନ୍‍ ଓ କରାନ୍‍। 42 ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍, ଯାକନ୍‍। ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
43 ଇସ୍ରାଏଲ-ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦୋମ ଦେଶରେ ରାଜତ୍ୱ କରିଥିଲେ; ବିୟୋରର ପୁତ୍ର ବେଲା; ତାଙ୍କର ନଗରର ନାମ ଦିନ୍‍ହାବା ଥିଲା। 44 ଯେତେବେଳେ ବେଲାଙ୍କ ମୃତ୍ୟୁୁ ହେଲା, ଆଉ ବେଲାଙ୍କ ମୃତ୍ୟୁୁ ହୁଅନ୍ତେ ତହୁଁ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ତାଙ୍କର ପଦରେ ରାଜ୍ୟ କଲେ। 45 ଆଉ ଯୋବବ୍‍ ମରନ୍ତେ, ତୈମନ୍‍ ଦେଶୀୟ ହୂଶମ୍‍ ତାଙ୍କର ପଦରେ ରାଜ୍ୟ କଲେ। 46 ପୁଣି, ହୂଶମ୍‍ ମଲା ଉତ୍ତାରେ ବଦଦର ପୁତ୍ର ଯେଉଁ ହଦଦ୍‍ ମୋୟାବ-ପଦାରେ ମିଦୀୟନକୁ ପରାସ୍ତ କରିଥିଲେ, ସେ ତାଙ୍କ ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ଅବୀତ୍‍ ଥିଲା। 47 ଆଉ ହଦଦ୍‍ ମରନ୍ତେ, ମସ୍ରେକା ନିବାସୀ ସମ୍ଳ ତାଙ୍କର ପଦରେ ରାଜ୍ୟ କଲେ। 48 ପୁଣି, ସମ୍ଳ ମରନ୍ତେ, (ଫରାତ୍‍) ନଦୀ ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାଙ୍କର ପଦରେ ରାଜ୍ୟ କଲେ। 49 ପୁଣି, ଶୌଲ ମଲା ଉତ୍ତାରେ ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାଙ୍କର ପଦରେ ରାଜ୍ୟ କଲେ। 50 ଆଉ ବାଲ୍‍ହାନନ୍‍ ମରନ୍ତେ, ହଦଦ୍‍ ତାଙ୍କର ପଦରେ ରାଜ୍ୟ କଲେ; ତାଙ୍କର ନଗରର ନାମ ପାଉ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ, ସେ ମେଷାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। 51 ଏଥିଉତ୍ତାରେ ହଦଦ୍‍ ମଲେ।
ଏମାନେ ଇଦୋମର ରାଜା ଥିଲେ, ଯଥା, ରାଜା ତିମ୍ନା, ରାଜା ଅଲୀୟା* ଅଲୀୟା କିମ୍ବା ଅଳ୍‍ବା, ରାଜା ଯିଥେତ୍‍, 52 ରାଜା ଅହଲୀବାମା, ରାଜା ଏଲା, ରାଜା ପୀନୋନ୍‍; 53 ରାଜା କନସ୍‍, ରାଜା ତୈମନ୍‍, ରାଜା ମିବ୍‍ସର୍‍; 54 ରାଜା ମଗ୍‍ଦୀୟେଲ, ରାଜା ଈରମ୍‍। ଏମାନେ ଇଦୋମର ରାଜା ଥିଲେ।

*1:51 ଅଲୀୟା କିମ୍ବା ଅଳ୍‍ବା