୧୧
୧ ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
ଉପାସନା କଲାବେଲେ ଅଡ୍ନା
୨ ତମେ ସବୁ ବିସଇଟାନେ ମକେ ଏତାଇଲାସ୍ନି ଆରି ମୁଇ ତମ୍କେ ଜନ୍ ସବୁ ବିଦିବିଦାନ୍ ସିକାଇଆଚି, ସେ ସବୁ ମାନ୍ଲାସ୍ନି, ସେଟାର୍ ପାଇ ମୁଇ ତମ୍କେ ଦନିଅବାଦ୍ ଦେଲିନି ।
୩ କିରିସ୍ଟ ସବୁ ମୁନୁସ୍ ପିଲାମନର୍ ନେତା, ଆରି ମୁନୁସ୍ ମାଇଜିର୍ ନେତା, ଆରି ପର୍ମେସର୍ କିରିସ୍ଟର୍ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍ କଲିନି ।
୪ ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍ସା, ତେଇ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାନି କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡ୍ ଡାବ୍ବାର୍ ନାଇ । ସେନ୍ତାର୍ କଲେ ସେ କିରିସ୍ଟକେ ଲାଜ୍ କରାଇସି ।
୫ ସେନ୍ତାରିସେ ଗଟେକ୍ ମାଇଜି ପାର୍ତନା କଲାନି, କି ପର୍ମେସରର୍ କାତା ଜାନାଇଲାନି, ସେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ । ସେନ୍ତାର୍ ନ କଲେ ସେ ମୁନୁସ୍କେ ଲାଜ୍ କରାଇସି । ସେ ଗଟେକ୍ ମୁଣ୍ଡ୍ରି ମାଇଜିର୍ ପାରା ରଇସି ।
୬ କାଇକେବଇଲେ ସେ ମାଇଜି ଜଦି ଅଡ୍ନା ନ ପାକାଏ, ତାର୍ ଚେଣ୍ଡି କାଟିଦେବାଟା ନିକ । ଗଟେକ୍ ମାଇଜି ଜଦି ତାର୍ ଚେଣ୍ଡି କାଟ୍ସି କି ମୁଣ୍ଡ୍ କୁରାଇସି, ସେଟା ତାର୍ ପାଇ ଲାଜର୍ ବିସଇ, ସେଟାର୍ପାଇ ସେ ମୁଣ୍ଡେ ଅଡ୍ନା ପାକାଇବାର୍ ଆଚେ ।
୭ ମାତର୍ ଗଟେକ୍ ମୁନୁସ୍ ପିଲା ପାର୍ତନା କଲାବେଲେ ତାର୍ ମୁଣ୍ଡେ ଅଡ୍ନା ପାକାଇବାର୍ ଦର୍କାର୍ ନାଇ । କାଇକେ ବଇଲେ ସେ ପର୍ମେସରର୍ ଚାଇଁ ଆରି ତାର୍ ଡାକ୍ପୁଟା ଦେକାଇସି । ଆରି ମାଇଜି ମୁନୁସର୍ ଡାକ୍ପୁଟା ଦେକାଇସି ।
୮ କାଇକେବଇଲେ ମୁନୁସ୍ ମାଇଜିର୍ ତେଇଅନି ତିଆର୍ ଅଏନାଇ, ମାତର୍ ମାଇଜି ମୁନୁସର୍ତେଇ ଅନି ତିଆର୍ ଅଇଆଚେ ।
୯ ମନସ୍ ମାଇଜିର୍ ପାଇ ତିଆର୍ ଅଏନାଇ । ମାତର୍ ମାଇଜି ମୁନୁସର୍ ପାଇ ତିଆର୍ ଅଇଲାଆଚେ ।
୧୦ ସେଟାର୍ ପାଇ ମାଇଜିମନ୍ ମୁଣ୍ଡେ ଅଡ୍ନା ପାକାଇବାଟା ନିକ, ଜେନ୍ତିକି ସରଗର୍ ଦୁତ୍ମନ୍ ମିସା ସେ ତାର୍ ମୁନୁସର୍ ଅଦିକାରେ ଆଚେ ବଲି ଜାନ୍ବାଇ ।
୧୧ ମାତର୍ ଆମେ ବିସ୍ବାସିମନର୍ପାଇ ମାଇଜି ନଇତେ ମୁନୁସ୍ ରଇ ନାପାରେ କି ମୁନୁସ୍ ନଇତେ ମାଇଜି ରଇ ନାପାରେ ।
୧୨ ମାଇଜି ମୁନୁସର୍ ଗାଗ୍ଡେ ଅନି ଜାତ୍ ଅଇଲେମିସା, ମୁନୁସ୍ ମିସା ମାଇଜି ଜନମ୍ ଦେଲାକେ ଜାତ୍ ଅଇଆଚେ । ମାତର୍ ସବୁ ବିସଇ ପର୍ମେସର୍ ଟାନେଅନି ଜାତ୍ ଅଇଆଚେ ।
୧୩ କନ୍ଟା ନିକ ବଲି ତମେ ନିଜେ ନିଜେ ବିଚାର୍ କରା । ଜଦି ଗଟେକ୍ ମାଇଜି ମଣ୍ଡଲିତେଇ ସବୁର୍ ମୁଆଟେ ମୁଣ୍ଡେ ଅଡ୍ନା ନ ପାକାଇ ପାର୍ତନା କଲେ ସେଟା ସୁନ୍ଦର୍ କି ? ନାଇ ସୁନ୍ଦର୍ ନାଇ ।
୧୪ ସେନ୍ତାରିସେ ଜଗତର୍ ଜାନ୍ବା ବିସଇ ନେଇକରି ମୁନୁସ୍ ପିଲା ଜଦି ମାଇଜିମନର୍ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍ କାତା ।
୧୫ ମାତର୍ ମାଇଜିଟକି ଚେଣ୍ଡି ବଡାଇଲେ ତାର୍ପାଇ ସୁନ୍ଦର୍ ବିସଇ । କାଇକେବଇଲେ ପର୍ମେସର୍ ତାର୍ ଡେଙ୍ଗ୍ ଚେଣ୍ଡି ତାର୍ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
୧୬ ଜଦି ଏ ବିସଇନେଇ କେ ମିସା ମର୍ ଆଦେସ୍ ମାନ୍ବାକେ ମନ୍ ନ କରେ, ଆମେ କି ପର୍ମେସରର୍ ବିନ୍ ମଣ୍ଡଲିମନ୍କେ ମିସା ଏଟା ଚାଡି ଆରି କାଇ ଅବିଆସ୍ ନାଇ ।
ମାପ୍ରୁର୍ ବଜି
୧୭ ଆରି ଗଟେକ୍ ବିସଇ ମୁଇ କଇବାର୍ ଆଚେ । ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ଗଟେକ୍ କର୍ବା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍ଲାର୍ ଲାଗି ତମର୍ ବିସ୍ବାସ୍ ଡାଟ୍ ଅଏନାଇ, ମାତର୍ ଦୁର୍ବଲ୍ ପାରା ଅଇଗାଲାନି ।
୧୮ ମୁଇ ସୁନିଆଚି ଜେ, ତମେ ଉପାସନା କର୍ବାକେ ରୁଣ୍ଡ୍ଲାବେଲେ ବାଗ୍ ବାଗ୍ ଅଇକରି ଗଟେକ୍ ବାଟର୍ ଲକ୍ ଆରି ଗଟେକ୍ ବାଟର୍ ଲକ୍କେ ବିରଦ୍ କଲାସ୍ନି ଆରି ଏଟା ସତ୍ ବଲି ମୁଇ ଜାନି ।
୧୯ ତମର୍ ବିତ୍ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍ ଅଇଲା ଲକ୍ମନ୍ ବାରଇବାଇ ।
୨୦ ଜେଡେବେଲେ ତମେ ମାପ୍ରୁର୍ କାଦି କାଇବାକେ ଗଟେକ୍ ଜାଗାଇ ଜମ୍ଲାସ୍ନି, ସେଟା ସତଇସେ ମାପ୍ରୁର୍ କାଦି ନଏଁ,
୨୧ କାଇକେ ବଇଲେ, ତମର୍ ବାଇମନର୍ପାଇ କାଇଟା ଚାଡାସ୍ ନାଇ । ଏଟାର୍ପାଇ କେତେଲକ୍ ବୁକେ ଉଟିଗାଲାଇନି । ଆରି କେତେଲକ୍ ମାତ୍ଲାସ୍ନି ।
୨୨ ତମେ କାଇବାକେ କାଇ ନିଜର୍ ଗର୍ ନାଇ କି ? ତମର୍ ଲାଗି ତମର୍ ଗରିବ୍ ବାଇମନ୍ ଲାଜ୍ ଅଇଗାଲାଇନି । ଆରି ବାକି ବିସ୍ବାସିମନ୍କେ ଇଜତ୍ ଜିକାଇଲାସ୍ନି । ଏ ବିସଇ ଆରି ମୁଇ ତମ୍କେ କାଇଟା ବଲି କଇବି ? ଏନ୍ତାରି ଅ ବଲି କଇବି କି ? ନାଇ, ନ କଇ ।
୨୩ କାଇକେବଇଲେ ମାପ୍ରୁର୍ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍କେ ସିକାଇଆଚି । ଜନ୍ ରାତି ଆମର୍ ମାପ୍ରୁ ଜିସୁ ବିସ୍ବାସେ ବିସ୍ ଦେଲାପାରା ଅଇଲା, ସେ ରୁଟିନେଇ, ପର୍ମେସର୍କେ ଦନିଅବାଦ୍ ଦେଲା ।
୨୪ ଏଟା ତମର୍ ପାଇ ବଲିଅଇରଇବା ମର୍ ଗାଗଡ୍, ମକେ ଏତାଇବାକେ ଏନ୍ତାର୍ କରା ।
୨୫ ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍ମେସରର୍ ନୁଆ ରାଜିନାମା, ଜନ୍ଟା କି ମର୍ ନିଜର୍ ବନି ଦେଲାକେ, ଟିକ୍ ଅଇଲା ।”
୨୬ ଆମର୍ ମାପ୍ରୁ ଜିସୁ ବାଅଡ୍ବାଜାକ, ଜେତ୍କିତର୍ ରୁଟି କାଇସା କି ଏ ମୁତାଇ ଅନି ଡୁକ୍ସା, ତମେ ମାପ୍ରୁର୍ ମରନ୍ ବିସଇର୍ କବର୍ ଜାନାଇସା ।
୨୭ ଏଟାର୍ ଅରତ୍ ଅଇଲାନି, ଜେ ଜଦି ମାପ୍ରୁକେ ସନ୍ମାନ୍ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍ସି, ସେ ମାପ୍ରୁର୍ ଗାଗଡ୍ ଆରି ବନିର୍ ବିରୁଦେ ପାପ୍ କଲାନି ।
୨୮ ସେଟାର୍ପାଇ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
୨୯ କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍ରୁର୍ ଗାଗଡ୍ ଆରି ମୁତାଇଅନି ଡୁକ୍ଲାବେଲେ ସତ୍ବିସଇ ନ ବୁଜତ୍, ସେମନ୍ ନିଜେ ନିଜର୍ ଉପ୍ରେ ପର୍ମେସରର୍ ଡଣ୍ଡ୍ ଡାକି ଆନ୍ଲାଇନି ।
୩୦ ସେଟାର୍ପାଇ ତମର୍ ବିତ୍ରେ ବେସି ଲକ୍ ଦୁର୍ବଲ୍ ଆଚାସ୍ ଆରି ବିନ୍ ବିନ୍ ଜର୍ ଦାରାଇ ଅଇଆଚାସ୍ ଆରି ମଲାସ୍ନି ମିସା ।
୩୧ ମାତର୍ ଆମେ ଜଦି ନିଜ୍କେ ପରିକା କର୍ତା ଆଲେ, ପର୍ମେସରର୍ ଡଣ୍ଡ୍ ଆମର୍ ଉପ୍ରେ ନ ଆଇତା ।
୩୨ ମାତର୍ ଜଗତର୍ ଲକ୍ମନର୍ ପଚର୍ ଡଣ୍ଡ୍ଲଗେ ଅନି ଆମ୍କେ ରକିଆ କର୍ବାକେ ପର୍ମେସର୍ ଆମ୍କେ ବିଚାର୍ କରି ଦେଇସି ।
୩୩ ତେବେ ଏ ମର୍ ବାଇବଇନିମନ୍, ତମେ ଆମର୍ ମାପ୍ରୁର୍ କାଦି କାଇବାକେ ରୁଣ୍ଡ୍ଲା ବେଲେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଜାଗା ।
୩୪ ଜଦି କେ ବୁକେ ଆଚେ, ସେ ନିଜର୍ ଗରେ କାଇକରି ଆଇବାର୍ ଆଚେ । ଜେନ୍ତିକି ତମେ ରୁଣ୍ଡ୍ଲାବେଲେ ପର୍ମେସରର୍ ଡଣ୍ଡ୍ ତମର୍ ଉପ୍ରେ ନ ଆସେ । ଆରି ରଇଲା ବିନ୍ ବିନ୍ ବିସଇମନ୍ ମୁଇ ଆଇଲେ, ପଚେ ବୁଜାଇ ଦେବି ।