୫
ଉଜଲର୍ ଜିବନ୍
୧ ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।
୨ ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
୩ ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
୪ ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।
୫ ତମେ ଜାନ୍ବାର୍ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍ କର୍ବା ଲକ୍, କି ସୁକଲ୍ ନ ଅଇଲା ଲକ୍, କି ଲବ୍ରା ଲକ୍ ପରମେସରର୍ ଆରି କିରିସ୍ଟର୍ ରାଇଜେ ରଇବା କାଇ ବିସଇ ମିଲାଇବାକେ ଅଦିକାର୍ ପାଇ ନାପାରତ୍ । ଗଟେକ୍ ଲବ୍ରା, ପୁତ୍ଲା ପୁଜା କର୍ବା ଲକର୍ ସଙ୍ଗ୍ ସମାନ୍ ।
୬ ବିନ୍ ଲକର୍ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବଇଲେ, ଏନ୍ତାରି କରି ତାକେ ନ ନାମ୍ବା ଲକ୍ମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
୭ ତେବର୍ପାଇ ସେନ୍ତାରି ଲକ୍ମନର୍ ସଙ୍ଗ୍ ମିସା ନାଇ ।
୮ କାଇକେବଇଲେ ଆଗ୍ତୁ ତମେ ଆନ୍ଦାରେ ରଇଲାସ୍ । ମାତର୍ ଏବେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଉଜଲେ ପୁରି ଆଚାସ୍ । ତେବର୍ପାଇ ଉଜଲେ ରଇବା ଲକ୍ମନର୍ପାରା ଚଲାଚଲ୍ତି କରା ।
୯ କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।
୧୦ ପର୍ମେସର୍କେ ସାର୍ଦା କରାଇବା ବିସଇ କଜିକରି ମିଲାଆ ।
୧୧ ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ ।
୧୨ ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।
୧୩ ଏନ୍ତାରି କାମ୍ ନ ଲୁଚାଇ ବାର୍କରାଇଲେ, ତେଇର୍ ସତ୍ ବିସଇ ଲକ୍ମନ୍ ଦେକ୍ବାଇ ।
୧୪ କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ,
“ଏ ଗୁନେରାମନ୍ ଉଟା,
ମଲାପାରା ନ ରଇକରି ଜିବନ୍ ରୁଆ,
କିରିସ୍ଟ ତମ୍କେ ଉଜଲ୍ ଦେଇସି ।”
୧୫ ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ ।
୧୬ ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।
୧୭ ତେବର୍ପାଇ ବୁଦିନଇଲା ଲକ୍ ପାରା ନଅଇ ମାପ୍ରୁର୍ ମନ୍କଲାଟା କଜିକରି ମିଲାଆ ।
୧୮ ମଦ୍ ପେଣ୍ଡମ୍ କାଇ ମାତା ନାଇ । କାଇକେବଇଲେ ସେଟା ତମ୍କେ ଡିଲା ଚାଡ୍ବା ଗରୁଗାଇର୍ ପାରା ଚଲାଚଲ୍ତି କର୍ବାକେ ଡାକିନେଇସି । ତାର୍ବାଦୁଲେ ସୁକଲ୍ଆତ୍ମା ବାନ୍ଦିନେବାକେ ସର୍ପିଉଆ ।
୧୯ ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।
୨୦ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ମାଇଜି ମୁନୁସ୍
୨୧ କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।
୨୨ ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ ।
୨୩ କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।
୨୪ ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
୨୫ ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
୨୬ କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା ।
୨୭ ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କରାଇସି ।
୨୮ ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।
୨୯ କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
୩୦ କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
୩୧ ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ ।
୩୨ ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି ।
୩୩ ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।