୪
୧ କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
୨ ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
୩ ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ ।
୪ ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ ।
୫ ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
୬ ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, “ବାବା ! ଏ ମର୍ ବାବା !”
୭ ସେଟାର୍ପାଇ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
ଗାଲାତିଅମନର୍ ପାଇ ପାଉଲର୍ ଚିନ୍ତା
୮ ଆଗ୍ତୁ ତମେମନ୍ ପରମେସର୍କେ ଜାନି ନ ରଇଲାସ୍, ସେଟାର୍ ପାଇ ତମେ ମିଚ୍ ଦେବିଦେବ୍ତାମନର୍ ଗତି ଅଇରଇଲାସ୍ ।
୯ ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି ? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି ?
୧୦ ଦୁକର୍ କାତା, ତମେ କେତେଟା ଦିନ୍, ମାସ୍, ପାଗ୍ ଆରି ବରସ୍କେ ବେସି ମନ୍ଦିଆନ୍ ଦେଲାସ୍ନି ।
୧୧ ମୁଇ ତମର୍ ପାଇ ବେସି ଚିନ୍ତା କଲିନି । ତମର୍ପାଇ ମର୍ ସବୁ କାମ୍ ବେକାର୍ ଅଇଲା କି ?
୧୨ ବାଇମନ୍, ମୁଇ ତମ୍କେ ଜୁଆର୍ କରି କଇଲିନି, ମୁଇ ଜେନ୍ତାର୍ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍ପାରା ଜିଉଦି ନଇଲା ଲକ୍ ପାରା ଅଇକରି, ମସାର୍ ନିୟମେଅନି ମୁକ୍ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍ ନାଇ ।
୧୩ ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି ।
୧୪ ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
୧୫ ସେବେଲା ତମେ କେତେକ୍ ସାର୍ଦା ରଇଲାସ୍ ! ମାତର୍ ଏବେ ଆମର୍ ବିତ୍ରେ ରଇବା ସେ ସାର୍ଦା କେନେ ଗାଲା ? ତମର୍ ବିସଇ ମୁଇ ଡାଟ୍ସଙ୍ଗ୍ କଇଲିନି ଜେ, ଜଦି ଅଇପାର୍ତା ଆଲେ, ତମର୍ ନିଜର୍ ନିଜର୍ ଆଁକି ବେଟି ଆନି ମକେ ଦେଇତାସ୍ !
୧୬ ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି ?
୧୭ ସେ ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ ଦେଲାଇନି । ମାତର୍ ସେମନର୍ ଦିଆନ୍ ଦେବାଟା ସତ୍ ଇସାବେ ନାଇ । ସେମନ୍ ଏଟା ମନ୍ କଲାଇନି, ଜେନ୍ତିକି ମର୍ବାଟେଅନି ତମ୍କେ ବିନେ କଲେ, ତମେ ତାକର୍ବାଟେ ମନ୍ କର୍ସା ।
୧୮ ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ କର୍ବାଟା ନିକ ବିସଇ । ମୁଇ ରଇଲା ବେଲେ କି ନ ରଇଲା ବେଲେ ସେମନ୍ ତମର୍ଟାନେ ଦିଆନ୍ ଦେବାଟା ନିକ ବିସଇ, ମାତର୍ ତାକର୍ ଦିଆନ୍ ଦେବାଟା ଟିକ୍ ରଇବାର୍ ଆଚେ ।
୧୯ ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
୨୦ ଜେନ୍ତାରିକି ମୁଇ ଏବେ ତମର୍ ଲଗେ ରଇକରି ଦାକାପୁକା ନ କରି, ବିନ୍ ଇସାବେ କାତା ଅଇବାକେ ମନ୍ କଲିନି । କାଇକେବଇଲେ ମୁଇ ତମର୍ ବିସଇନେଇ ବେସି ଚିନ୍ତା କଲିନି ।
ଆଗାର୍ ଆରି ସାରାର୍ ବିସଇନେଇ କଇବାଟା
୨୧ ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି ? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି ?
୨୨ ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
୨୩ ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
୨୪ ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।
୨୫ ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
୨୬ ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
୨୭ ଜେନ୍ତାରିକି ସାସ୍ତରେ ଲେକାଅଇଆଚେ,
“ ଅଇରେ ବାଞ୍ଜି ମାଇଜି, ତୁଇ ସାର୍ଦା ଅ,
କେବେମିସା ପିଲାଜିଲା ପାଇବା ଦୁକାସୁକା
ଦାରାଇ ଅଇବାଟା ନାଜାନିରଇଲେ ମିସା
ଆଉଲି ଅଇ ତର୍ ସାର୍ଦା ସବୁକେ ଜାନାଇଦେସ୍ । କାଇକେବଇଲେ ମୁନୁସ୍ ସଙ୍ଗ୍
ବାସା ଅଇରଇବା ମାଇଜିର୍ ଟାନେଅନି ଗଟେକ୍ ଚାଡ୍ରି
ମାଇଜିର୍ ପିଲାଜିଲା ଅଦିକ୍ ଅଇସି । ”
୨୮ ଏ ବାଇବଇନିମନ୍ ତମେ ଇସାକର୍ ପାରା ପର୍ମେସର୍ ସପତ୍ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍ ।
୨୯ ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।
୩୦ ମାତର୍ ଏ ବିସଇନେଇ ସାସ୍ତର୍ କାଇଟା କଇଲାନି ? ତେଇ ଲେକାଅଇଆଚେ, କୁଲିଆର୍ନି ଆରି ତାର୍ ପଅକେ ବାର୍କରାଇ ଦିଆସ୍ । କାଇକେବଇଲେ କୁଲିଆର୍ନିର୍ ପଅ ବିବାଇ ମାଇଜିର୍ ପଅର୍ ସଙ୍ଗ୍ ବାବାର୍ ଦନ୍ ସଁପତି ପାଇନାପାରେ ।
୩୧ ତେବେ ଏ ମର୍ ବାଇବଇନିମନ୍ ଆମେ କୁଲିଆର୍ନିର୍ ପିଲାଜିଲା ନଉଁ, ବିବାଇ ମାଇଜିର୍ ପିଲାଜିଲା ।