୮
ସିସ୍ମନର୍ ସଙ୍ଗ୍ ଜିସୁ
୧ ତେଇଅନି ଚନେକ୍ ଗାଲାପଚେ, ଜିସୁ ନଅରେ ନଅରେ ଆରି ଗାଏଁ ଗାଏଁ ପର୍ମେସରର୍ ରାଇଜର୍ ସୁବ୍କବର୍ କଇ ବୁଲ୍ବାର୍ ଦାର୍ଲା, ଆରି ବାରଟା ସିସ୍ମନ୍ ତାର୍ ସଙ୍ଗ୍ ରଇଲାଇ ।
୨ ଜନ୍ ମାଇଜିମନ୍ ଡୁମାଦାର୍ଲା ଟାନେଅନି ଆରି ଜର୍ଦୁକା ଟାନେଅନି ନିକ ଅଇରଇଲାଇ, ସେମନ୍ ମିସା ତାର୍ ସଙ୍ଗ୍ ରଇଲାଇ । ମାଇଜିମନର୍ ବିତ୍ରେ ଅନି ମରିୟମ୍ ଜାକେ କି ମଗ୍ଦଲିନି ମରିୟମ୍ ବଲି କଇବାଇ । ଜାର୍ଟାନେଅନି ସାତ୍ଟା ଡୁମା ବାରଇ ଜାଇରଇଲାଇ ।
୩ ଏରଦ୍ ରାଜାର୍ ଗୁମସ୍ତା କୁଜାର୍ ମାଇଜି ଜଆନା, ସସନା, ଆରି କେତେକ୍ କେତେକ୍ ମାଇଜିମନ୍, ଜିସୁର୍ ସଙ୍ଗ୍ ରଇ ନିଜର୍ ନିଜର୍ ଦନ୍ ସାରାଇ ତାକେ ସେବା କର୍ତେରଇଲାଇ ।
ବିଅନ୍ ବୁନ୍ବା ଚାସିର୍ କାତା
(ମାତିଉ ୧୩:୧-୯; ମାର୍କ ୪:୧-୯)
୪ ଜେଡେବେଲେ ଲକ୍ମନ୍ ଗଟେକ୍ ଜାଗାଇ ଟୁଲ୍ଅଇଲାଇ, ଆରି ନଅରେ ନଅରେ ଅନି ତାର୍ଲଗେ ଆଇଲାଇଜେ ଜିସୁ ଏନ୍ତି ଉଦାଅରନ୍ ଦେଇ କଇଲା,
୫ “ଗଟେକ୍ ଚାସି ତାର୍ ବିଅନ୍ ବୁନ୍ବାକେ ବାରଇଲା । ସେ ବୁନୁ ବୁନୁ କେତେଟା ବିଅନ୍ ବାଟେ ଅଦର୍ଲା । ଲକ୍ମନ୍ ସେଟା ମାଣ୍ଡ୍ଚୁଣ୍ଡ କରିଦେଲାଇ ଆରି ଚଡଇମନ୍ ଆସି କାଇଦେଲାଇ ।
୬ କେତେଟା ପାକ୍ନା ବାଡି ରଇଲା ବୁଏଁ ଅଦର୍ଲା, ସେଟା ଆଁକ୍ରି ଗାଜା ଅଇଲା, ମାତର୍ ମାଟି ନ ବିଜିରଇଲାଜେ ସୁକିଗାଲା ।
୭ କେତେଟା କାଟାବୁଟାମନର୍ ମଜାଇ ଅଦର୍ଲା । କାଟାବୁଟାମନ୍ ଦାପ୍ରେ ବଡିକରି ଆଁକର୍ଲାଟାମନ୍କେ ଚାପିଦେଲା ।
୮ ଆରି ବାକି କେତେଟା ନିକ ଜମିଟାନେ ଅଦର୍ଲା ଆରି ସଏ ଗୁନ୍ ପଲ୍ ପଲ୍ଲା ।” ଏଟା କଇସାରାଇ ଜିସୁ ଆଉଲିଅଇକରି କଇଲା, “ଜାକେ ସୁନ୍ଲାପାରା କାନ୍ ଆଚେ, ସେ ସୁନ ।”
ଉଦାଅରନର୍ ଅରତ୍
(ମାତିଉ ୧୩:୧୦-୧୭; ମାର୍କ ୪:୧୦-୧୨)
୯ ତାର୍ ସିସ୍ମନ୍ ଏ ଉଦାଅରନ୍ ଦେଇରଇବାଟା କାଇଟା ଅଇରଇସି ବଲି ତାକେ ପାଚାର୍ବାର୍ ଦାର୍ଲାଇ ।
୧୦ ତେଇ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜର୍ ଟିକିନିକି ବିସଇ ଜାନତ୍ ବଲି ତମ୍କେ ଗିଆନ୍ ଦିଆଅଇଲାଆଚେ, ମାତର୍ ବିନ୍ଲକ୍ମନ୍କେ ଉଦାଅରନ୍ ଦେଇ କଇଅଇସି, ଜେନ୍ତାରିକି ସେମନ୍ ଦେକି ଦେକି ନ ଦେକତ୍ କି ସୁନି ସୁନି ମିସା ନ ବୁଜତ୍ ।”
ବିଅନ୍ ବୁନ୍ବାଟାର୍ ଅରତ୍
(ମାତିଉ ୧୩:୧୮-୨୩; ମାର୍କ ୪:୧୩-୨୦)
୧୧ “ଉଦାଅରନର୍ କାତା ଏନ୍ତାରି, ବିଅନ୍ ଅଇଲାନି ପର୍ମେସରର୍ ବାକିଅ ।
୧୨ ବାଟ୍ଲଗେ ଅଦର୍ଲା ବିଅନ୍, ଏନ୍ତାରି ଲକ୍ମନର୍ପାରା, ଜେମନ୍ ବାକିଅ ସୁନ୍ବାଇ । ତାର୍ପଚେ ସଇତାନ୍ ଆସି, ଜେନ୍ତିକି ସେମନ୍ ବିସ୍ବାସ୍ କରି ରକିଆ ନ ପାଅତ୍, ସେ ଲକ୍ମନର୍ ମନ୍ବିତ୍ରେଅନି ବାକିଅ ଜିକିନେଇସି ।
୧୩ ପାକ୍ନାବାଡି ବୁଏଁ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ସେମନ୍ ବାକିଅ ସୁନି ସାର୍ଦାସଙ୍ଗ୍ ମାନ୍ବାଇ, ମାତର୍ ସେମନ୍କେ ଚେର୍ ନ ରଇଲାର୍ପାଇ ବଲି ଚନେକ୍ ବିସ୍ବାସ୍ କର୍ବାଇ ଆରି କାଇଆଲେ ପରିକା ବେଲାଇ ବିସ୍ବାସ୍ ଚାଡିଦେବାଇ ।
୧୪ ଆରି କାଟାବୁଟାମନର୍ ମଜାଇ ଅଦର୍ଲା ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ଲକ୍ମନ୍ ବାକିଅ ସୁନ୍ବାଇ, ମାତର୍ ଜଗତର୍ ଚିନ୍ତା, ଦନ୍ ସଁପତିର୍ ଚିନ୍ତା କରି କରି ଚାପିଅଇଜିବାଇ । ତେଇ ନିକ ଦାନ୍ ନ ଅଏ ।
୧୫ ଆରି ନିମାନ୍ ବୁଏଁ ଅଦର୍ଲା, ବିଅନ୍ ଏନ୍ତାରି ଲକ୍ମନ୍କେ ବୁଜାଇସି । ଜନ୍ ଲକ୍ମନ୍ କି ନିମାନ୍ ଆରି ଦରମ୍ ମନେ ବାକିଅ ସୁନିକରି ସେଟା ଡାଟ୍ ସଙ୍ଗ୍ ଦାରି ସଙ୍ଗଇବାଇ ଆରି ଜାଗିରଇକରି ପଲ୍ପଲ୍ବାଇ ।”
ମାନ୍ ତଲେ ବତି
(ମାର୍କ ୪:୨୧-୨୫)
୧୬ “ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।”
୧୭ “କାଇକେବଇଲେ, ଏନ୍ତାରି ଲୁଚିରଇବା ବିସଇ କାଇଟା ନାଇ, ଜନ୍ଟା ଜାନା ନ ପଡେ । ଡାବିଅଇରଇବା ବିସଇ କାଇଟା ନାଇ ଜନ୍ଟା ଉଗାଡି ନଏଁ ।”
୧୮ “ସେଟାର୍ ପାଇ, ଜେନ୍ତାରି ସୁନ୍ସା, ସେ ବିସଇ ନେଇକରି ଜାଗ୍ରତ୍ ରୁଆ । କାଇକେବଇଲେ ଜାକେ ଆଚେ ତାକେ ଅଦିକ୍ ଦିଆଅଇସି । ଆରି ଜାକେ ନାଇ, ସେ ଜେତ୍କି ନିଜର୍ଟା ଆଚେ ବଲି ବାବ୍ସି, ସେ ଅଲପ୍ଟା ମିସା ତାର୍ଟାନେଅନି ନିଆଅଇସି ।”
ଜିସୁର୍ ମାଆ ଆରି ବାଇମନ୍
(ମାତିଉ ୧୨:୪୬-୫୦; ମାର୍କ ୩:୩୧-୩୫)
୧୯ ଜିସୁର୍ ମାଆ ଆରି ବାଇମନ୍ ତାର୍ ଲଗେ ଆଇଲାଇ । ମାତର୍ ଲକ୍ମନ୍ ଜବର୍ ରଇଲାଇକେ ତାର୍ ସଙ୍ଗ୍ ମିସିନାପାର୍ତେ ରଇଲାଇ ।
୨୦ ତେଇ ଜିସୁକେ ଏ କବର୍ ଦେଲାଇ, “ତମର୍ ମାଆ ଆରି ବାଇମନ୍ ତକେ ଦେକ୍ବାକେ ମନ୍କରି ବାଇରେ ଟିଆଅଇଲାଇ ଆଚତ୍ ।”
୨୧ ମାତର୍ ଜିସୁ ଲକ୍ମନ୍କେ କଇଲା, “ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ମାନ୍ବାଇ ସେମନ୍ ମର୍ ମାଆ ଆରି ବାଇମନ୍ ।”
ଜିସୁ ବାଉପବନ୍କେ ତେବାଇଲା
(ମାତିଉ ୮:୨୩-୨୭; ମାର୍କ ୪:୩୫-୪୧)
୨୨ ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ତେଇ ସେମନ୍ ଡଙ୍ଗା ମେଲ୍ଲାଇ ।
୨୩ ମାତର୍ ଡଙ୍ଗାଗାଟି ଗାଲାବେଲେ ଜିସୁ ସଇଦେଲା । ସେଡ୍କିବେଲେ ଗାଡେ ଅଟାତ୍ ବାଉପବନ୍ ଆଇଲା ଆରି ଡଙ୍ଗାଇ ପାନିପୁରି ବର୍ତି ଅଇବାର୍ ଦାର୍ଲା । ସେମନ୍ ବଡ୍ ବିପଦେ ପଡିଗାଲାଇ ।
୨୪ ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା “ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ !” ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା ।
୨୫ ସେ ସିସ୍ମନ୍କେ କଇଲା, “ତମର୍ ବିସ୍ବାସ୍ କେନେ ଅଇଲା ?” ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । “ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।”
ଜିସୁ ଗଟେକ୍ ଡୁମା ଦାରିରଇବା ଲକ୍କେ ନିକକଲା
(ମାତିଉ ୮:୨୮-୩୪; ମାର୍କ ୫:୧-୨୦)
୨୬ ପଚେ ଜିସୁ ଆରି ତାର୍ ସିସ୍ମନ୍ ଗାଲିଲି ମୁଆଟର୍ ସେପାଟେ ଗରାସିୟମନର୍ ଜାଗାଇ କେଟ୍ଲାଇ ।
୨୭ ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ, ସେ ନଅରର୍ ଗଟେକ୍ ଡୁମାଦାର୍ଲା ଲକ୍ ତାକେ ବେଟ୍ଅଇଲା । ସେ ବେସି ଦିନେଅନି କାଇଟା ନ ପିନ୍ଦିକରି ଗରେ ନ ରଇ, ମସ୍ନେ ରଇତେ ରଇଲା ।
୨୮ ସେ ଜିସୁକେ ଦେକି କିର୍କିରି ତାର୍ ପାଦେ ଅଦ୍ରି, ଆଉଲିଅଇ କଇଲା, “ଏ ବେସି ବପୁର୍ସଙ୍ଗ୍ ରଇବା ପର୍ମେସରର୍ ପଅ ଜିସୁ, ମର୍ ଲଗେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ବାବୁଜିଆ କରି କଇଲିନି, ମକେ କସ୍ଟ ନ ଦିଆ ।”
୨୯ କାଇକେ ବଇଲେ ଜିସୁ ଡୁମାକେ ସେ ମୁନୁସର୍ ଟାନେଅନି ବାରଇଜାଅ ବଲି ଆଦେସ୍ ଦେଇରଇଲା । ସେ ଡୁମା ସେଲକ୍କେ ଦାରିଲାଗିରଇଲା, ଆରି ଲକ୍ମନ୍ ତାକେ ସିକିଲି ସଙ୍ଗ୍ ବାନ୍ଦି ଜାଗ୍ତେ ରଇଲାଇ । ମାତର୍ ସେ ବାନ୍ଦ୍ଲାଟା ସବୁ ଚିଡାଇ ପାକାଇତେରଇଲା ଆରି ଡୁମା ତାକେ କିନରା ଜାଗାମନ୍କେ ଦାରିଜାଇତେରଇଲା ।
୩୦ ଜିସୁ ତାକେ ପାଚାର୍ଲା, “ତର୍ ନାଉଁ କାଇ ନାଉଁ ?” ସେ କଇଲା, ବାଇନି, କାଇକେ ବଇଲେ ତାକେ ଗାଦା ଡୁମାମନ୍ ଦାରି ରଇଲାଇ ।
୩୧ ଆରି ଜିସୁ ଜେନ୍ତିକି ସେମନ୍କେ ପାତାଲେ ଜିବାକେ ଆଦେସ୍ ନ ଦେଏ, ଏଟାର୍ ପାଇ ସେମନ୍ ତାକେ ବାବୁଜିଆ କର୍ବାର୍ ଦାର୍ଲାଇ ।
୩୨ ତେଇ କୁପ୍ଲି ଲଗେ ଗଟେକ୍ ମାନ୍ଦା ଗୁସ୍ରି ରାସି ଚାର୍ତେ ରଇଲାଇ । ଆରି ସେ ଜେନ୍ତାରି ସେମନ୍କେ ସେ ଗୁସ୍ରି ମାନ୍ଦାର୍ ମଜାଇ ପୁର୍ବାକେ ଆଦେସ୍ ଦେଇସି, ଏଟାର୍ ପାଇ ସେମନ୍ ଜିସୁକେ ବାବୁଜିଆ କଲାଇ ।
୩୩ ଜିସୁ ସେମନ୍କେ ଆଦେସ୍ ଦେଲା ଦାପ୍ରେ ଡୁମାମନ୍ ସେ ମୁନୁସର୍ଟାନେଅନି ବାରଇ ଗୁସ୍ରି ରାସିର୍ ମଜାଇ ପୁର୍ଲାଇ । ପୁର୍ଲାକେ ଗୁସ୍ରି ମାନ୍ଦା ଜବର୍ ପାଲାଇକରି ଗଡ୍ଗଡାବାଟେ ଜାଇ ଗାଡେ ଅଦ୍ରି ମରିଗାଲାଇ ।
୩୪ ଗୁସ୍ରି ଚାରାଇତେ ରଇଲା ଲକ୍ମନ୍ ସେ ଗଟ୍ନା ଦେକି ପାଲାଇକରି ନଅରେ ଆରି ଗାଉଁମନ୍କେ ଜାଇ ସେ କାତା ଜାନାଇଲାଇ ।
୩୫ ତେଇ ଲକ୍ମନ୍ ସେ ଗଟ୍ନା ଦେକ୍ବାକେ ବାରଇ ଆଇଲାଇ ଆରି, ସେମନ୍ ଜିସୁର୍ ଲଗେ ଆସି ଜନ୍ ମୁନୁସର୍ ଟାନେଅନି ଡୁମାମନ୍ ବାରଇଲାଇ, ସେ ଲକ୍ ଲୁଗା ପିନ୍ଦି ନିକ ମନର୍ ସଙ୍ଗ୍ ଜିସୁର୍ ପାଦ୍ ତଲେ ବସି ରଇବାଟା ଦେକି ଡରିଗାଲାଇ ।
୩୬ ଆରି ଜନ୍ଲକ୍ମନ୍ ଏଟା ସବୁ ଦେକି ରଇଲାଇ, ସେମନ୍ ସେ ଡୁମା ଦାର୍ଲା ଲକ୍ କେନ୍ତାରି ନିକ ଅଇଲା, ସେଟା ବିନ୍ ଲକ୍ମନ୍କେ ଜାନାଇଲାଇ ।
୩୭ ତେଇ ଗରାସିୟମନର୍ ଚାରିବେଡ୍ତିର୍ ଜାଗାର୍ ଲକ୍ମନ୍ ଜିସୁକେ ତାକର୍ଟାନେଅନି ଜିବାକେ ଗୁଆରି କଲାଇ । କାଇକେବଇଲେ ସେମନ୍ ବେସି ଡରିଜାଇ ରଇଲାଇ ଆରି, ଜିସୁ ଗଟେକ୍ ଡଙ୍ଗାଇ ବସି ବାଉଡି ଆଇଲା ।
୩୮ ମାତର୍ ଜନ୍ ଲକର୍ଟାନେଅନି ଡୁମାମନ୍ ବାରଇଜାଇ ରଇଲାଇ, ସେ ଜିସୁର୍ ସଙ୍ଗ୍ ରଇବି ବଲି ଗୁଆରି କର୍ବାର୍ଦାର୍ଲା ।
୩୯ ମାତର୍ ସେ ତାକେ କଇକରି ପାଟାଇଲା । “ତର୍ ଗରେ ବାଉଡି ଜା ଆରି ପର୍ମେସର୍ ତର୍ଲାଗି ଜନ୍ ଜନ୍ କାମ୍ କଲାଆଚେ ସେ ସବୁ କଇଦେସ୍ ।” ତେଇ ସେ ଲକ୍ ଇଣ୍ଡିଜାଇ ଜିସୁ ତାର୍ ପାଇ ଜନ୍ ଜନ୍ କାମ୍ କରିରଇଲା, ଗୁଲାଇ ନଅରେ ଜାନାଇବାର୍ ଦାର୍ଲା ।
ଜାଇରସର୍ ଟକି ଆରି ବନି ଜିବା ମାଇଜି ନିକ ଅଇଲାଇ
(ମାତିଉ ୯:୧୮-୨୬; ମାର୍କ ୫:୨୧-୪୩)
୪୦ ଜିସୁ ଗାଡ୍ ସେପାଟେ ଅନି ଏ ପାଟେ ଆରିତରେକ୍ ବାଉଡି ଆଇଲା ପଚେ, ଲକ୍ମନ୍ ତାକେ ସାର୍ଦା ସଙ୍ଗ୍ ମାନ୍ଲାଇ । କାଇକେ ବଇଲେ ସେମନ୍ ତାକେ ଜାଗି ରଇଲାଇ ।
୪୧ ଆରି ଏଦେ ଦେକା ! ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆଇଲା । ସେ ଜିଉଦି ଲକ୍ମନର୍ ପାର୍ତନା ଗରର୍ ମୁକିଆ ରଇଲା । ସେ ଜିସୁର୍ ପାଦ୍ ତଲେ ଅଦ୍ରି ତାର୍ ଗରେ ଆଇବାକେ ଗୁଆରି କଲା ।
୪୨ କାଇକେ ବଇଲେ ତାଉଁକେ ଗଟେକ୍ସେ ବାର ବରସର୍ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍ ଜିସୁ ଜାଇତେ ରଇବାବେଲେ ଲକ୍ମନ୍ ତାର୍ ଉପ୍ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।
୪୩ ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା କାର୍ ଲଗେ ଜାଇ ନିକ ଅଇ ନାପାର୍ଲା ।
୪୪ ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା ।
୪୫ ତେଇ ଜିସୁ କଇଲା, “କେ ମକେ ଚିଇଲା ?” ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, “ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।”
୪୬ ମାତର୍ ଜିସୁ କଇଲା, “କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।”
୪୭ ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା ।
୪୮ ତେଇ ଜିସୁ ତାକେ କଇଲା, “ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।”
୪୯ ସେ ଏ କାତା କଇବା ବେଲେ ଜିଉଦିମନର୍ ପାର୍ତନା ଗରର୍ ମୁକିଆ ଜାଇରସର୍ ଗରେଅନି ଗଟେକ୍ ଲକ୍ ଆସି କଇଲା, “ତମର୍ ଟକି ମରିଗାଲାବେ, ଗୁରୁକେ ଆରି କସ୍ଟ ଦିଆସ୍ ନାଇ ।”
୫୦ ମାତର୍ ଜିସୁ ଏଟା ସୁନି ଜାଇରସ୍କେ କଇଲା, “ଡରାନାଇ ଅବ୍କା ବିସ୍ବାସ୍ କରା, ସେ ବଁଚ୍ସି ।”
୫୧ ଜିସୁ ଜାଇରସର୍ ଗରେ ଆସି ପିତର୍, ଜଅନ୍ ଆରି ଜାକୁବ୍ ଆରି ଟକିର୍ ବାବା ମାଆ କେ ଚାଡିକରି କାକେ ମିସା ବିତ୍ରେ ଡାକିନେଏ ନାଇ ।
୫୨ ମାତର୍ ସବୁ ଲକ୍ ଟକିର୍ ଲାଗି କାନ୍ଦି କାନ୍ଦି କରି ବୁକେ ମାରିଅଇତେ ରଇଲାଇ । ତେଇ ଜିସୁ କଇଲା “କାନ୍ଦା ନାଇ, ସେ ମରେ ନାଇ, ମାତର୍ ସଇ ଦେଲାଆଚେ ।”
୫୩ ମାତର୍ ଟକି ମରିଗାଲାଆଚେ ବଲି ଜାନି ରଇଲାଇଜେ ଲକ୍ମନ୍ ଜିସୁକେ କିଜାଇବାର୍ ଦାର୍ଲାଇ ।
୫୪ ମାତର୍ ଜିସୁ ଟକିର୍ ଆତେ ଦାରି କଇଲା, “ଏ ନୁନି ଉଟ୍ ।”
୫୫ ତେଇ ଟକିର୍ ଜିବନ୍ ବାଉଡି ଆଇଲା, ଆରି ସେ ସେଡ୍କି ବେଲେସେ ଉଟ୍ଲା । ଜିସୁ ତାକେ କାଇଟା ଆଲେ କାଇବାକେ ଦିଆସ୍ ବଲି ଆଦେସ୍ ଦେଲା ।
୫୬ ତେଇ ଟକିର୍ ବାବା ମା କାବା ଅଇଗାଲାଇ, ମାତର୍ ଜିସୁ ସେ ଗଟ୍ନାର୍ କାତା କାକେ ଜାନାଆ ନାଇ ବଲି ଆଦେସ୍ ଦେଲା ।