ତିମଥିଙ୍କ ନିକଟକୁ ପାଉଲଙ୍କର ଦ୍ୱିତୀୟ ପତ୍ର
ପାଉଲ୍ ତିମତିକେ ଦୁଇପାଲି ଲେକିରଇବା ଚିଟି
ଏ ବଇ ବିସଇରେ ଜାନ୍ବାଟା
ତିମତି ବଇ ପାଉଲର୍ଟାନେଅନି ତର୍ସିସେ ତିମତିର୍ ଲଗେ ଲେକାଅଇରଇବା ଚିଟି । ଦୁତିଅ ତିମତି ପାଉଲର୍ ଜିବନର୍ ସାରାସାରିର୍ ବେଲେ ଲେକାଅଇ ରଇବା ଚିଟି ।
ଏ ଚିଟି ଲେକାଅଇଲା ବେଲେ ସେ ରମିୟରାଇଜେ ବନ୍ଦିଅଇ ରଇଲା ୧:୧୬ ପାଉଲ୍ ଆରି ତିମତି ଦୁଇଲକ୍ ସବୁବେଲେ ମିସିବିଡି ରଇଲାଇ ଆରି ପାଉଲ୍ ତିମତିକେ ପ ପାରା ଜାନାଇତେ ରଇଲା ପିଲିପିୟ ୨:୨୨୧ମ ତିମତି ୧:୨;୧:୧୮ ।
ଏଟା ପାଉଲର୍ ଚାର୍ଟା ଚିଟିଟାନେ ଅନି ଗଟେକ୍ଚିଟି । ଜନ୍ଟାନେକି ମଣ୍ଡଲିକେ ଗଟେକ୍ ଲକ୍ଇସାବେ ଜାନାଇ ଆଚେ । ଆରି ବିନ୍ ତିନ୍ଟା ଚିଟି ଅଇଲାନି ପର୍ତୁମ୍ ତିମତି, ତିତସ୍ ଆରି ପିଲିମନ୍ । ଦୁଇପାଲି ଚିଟିଲେକା ଅଇଲାବେଲେ ରମିୟରାଇଜେ କସ୍ଟ ଦେଇତେ ରଇଲା । ଏନ୍ତାରି ଅଇତେରଇଲାକେ ପାଉଲ୍ ବନ୍ଦିରଇଲା କାଇକି ଆରି ତିମତିକେ କସ୍ଟ ଆଇଲେ ମିସା ମୁର୍ଚିକରି ରଇବାକେ ଆଦେସ୍ ଦେଇତେ ରଇଲା । ପର୍ତୁମ୍ ତିମତିପାରା ପାଉଲ୍ ତିମତିକେ ମିଚ୍ ସିକିଆ ଦେଉ ଗୁରୁମନର୍ ବିସଇ ନେଇକରି କେତେଟା ଜାଗର୍ତା ରଇବା ବିସଇ ଜାନାଇଲା ଆଚେ । ପର୍ତୁମ୍ ତିମତି ୧:୧୬-୧୮ ପାଉଲ୍ ତିମତିକେ ଆଇବା ଦିନ୍ମନ୍କେ କେତେକ୍ କସ୍ଟ ପାଇବା ବେଲା ଆଚେ ବଲି କଇଲାନି । ୩:୧
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ତିମତିକେ ଆଲାଦ୍ ଜାନାଇକରି ସାସ୍ ଦେଇଆଚେ । ୧:୧-୧୮
୨. ପାଉଲ୍ ତିମତିକେ କେନ୍ତି ମୁର୍ଚିରଇ ଦେକାଇବାଇ ସେଟା ବପୁଦେଲାନି । ୨:୧-୧୩
୩. ସାରାସାରିପଚେ ପାଉଲ୍ କେତେଟା ଜାନାଇବା ବିସଇ କଇଆଚେ । ୨:୧୪-୧୬
୪. ଆଇବା ଦିନ୍ମନ୍କେ କେନ୍ତିଅଇ ଜାଗର୍ତା ଅଇବାର୍ ଆଚେ ଆରି ସତ୍ବାଟ୍ ବାଚ୍ବାକେ ଜାଗର୍ତା କଲାଆଚେ । ୩:୧–୪:୮
୫. ପତତୁଲ୍ ତିମତିକେ କେତେଟା ନିଜର୍ ବିସଇ ଜାନାଇ କରି ଲବ୍ ବିସଇ ଜାନାଇଆଚେ । ୪:୯-୨୨
୧
ପେରିତ୍ ପାଉଲ୍ ତିମତିକେ ଦୁଇପାଲି ଚିଟି ଦେବାଟା
୧ ମୁଇ ପାଉଲ୍ ଏ ଚିଟି ଲେକ୍ଲିନି । ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇବାକେ ପର୍ମେସର୍ ମକେ ବାଚ୍ଲା ଆଚେ । ନ ସାର୍ବା ଜିବନ୍ ପାଇବା ଜନ୍ ସୁବ୍ କବର୍ ପର୍ମେସର୍ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ ।
୨ ଏ ଚିଟି ତିମତି ମୁଇ ତକେ ଲେକ୍ଲିନି । ତୁଇ ମର୍ ଆଲାଦର୍ ପଅ ପାରା ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟ, ତକେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
ଦନିଅବାଦ୍ ଆରି ସାର୍ଦା କରାଇବାଟା
୩ ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ମର୍ ଆନିଦାଦିମନ୍ ଜେନ୍ତାର୍ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍ ବିବେକ୍ ମକେ ଦସ୍ ଦେଏ ନାଇ । ମୁଇ ତର୍ପାଇ ଦିନ୍ରାତି ପାର୍ତନା କଲିନି ।
୪ ଆମେ ଦୁଇ ଲକ୍ ବେଗଲ୍ଲାବେଲେ ତୁଇ ଦୁକ୍ ଅଇ ଆଁସୁ ଜରାଇଲୁସ୍, ସେଟା ମର୍ ମନେଆଚେ । ତେବର୍ପାଇ ତକେ ଦେକ୍ବି ବଲି ମୁଇ ବେସି ମନ୍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍ ସାର୍ଦା ଅଇବି ।
୫ ତୁଇ ସତଇସେ ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁସ୍ ବଲି ମର୍ ମନେଆଚେ । ତୁଇ ବିସ୍ବାସ୍ କର୍ବା ଆଗ୍ତୁ ତର୍ ଆମା ଲଇ ଆରି ତର୍ ଆୟା ଉନିସ୍ ତାକେ ବିସ୍ବାସ୍ କର୍ତେରଇଲାଇ । ସେନ୍ତାରିସେ ତୁଇ ବିସ୍ବାସ୍ କର୍ବାଟା ଡାଁଟ୍ ଆଚେବଲି ମୁଇ ଜାନ୍ଲିନି ।
୬ ତେବର୍ପାଇ ମୁଇ ମର୍ ଆତ୍, ତର୍ ମୁଣ୍ଡେ ସଙ୍ଗଇ ପାର୍ତନା କଲାବେଲେ, ଜନ୍ ଆତ୍ମାର୍ ଦାନ୍ ପର୍ମେସର୍ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି ।
୭ କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
୮ ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
୯ ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
୧୦ ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା ।
୧୧ ଜିସୁକିରିସ୍ଟର୍ ବିସଇ ରଇବା ଏ ସୁବ୍ କବର୍ ପର୍ମେସର୍ ମକେ ଜାନାଇବାକେ କଇଆଚେ । ଗଟେକ୍ ସିକାଇବା ଲକ୍ ଆରି ପେରିତ୍ ଇସାବେ, ସେ ମକେ ବାଚିଆଚେ ।
୧୨ ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।
୧୩ ତୁଇ ମର୍ଟାନେଅନି ସତ୍ ସିକିଆ ସୁନିଆଚୁସ୍ । ସେନ୍ତାରିସେ ଚଲାଚଲ୍ତି କର୍ । ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ଏଟା ବିସ୍ବାସ୍ ଆରି ଆଲାଦ୍ ସଙ୍ଗ୍ କର୍ ।
୧୪ ଜନ୍ ସୁବ୍କବର୍ ପର୍ମେସର୍ ତକେ ଦେଇଆଚେ, ସେଟାକେ ଦେକାରକା କର୍ । ଆମର୍ ବିତ୍ରେ ରଇବା ସୁକଲ୍ ଆତ୍ମାର୍ ବପୁସଙ୍ଗ୍ ସେଟା ଦେକାରକା କର୍ ।
୧୫ ଆସିଆ ଦେସେ ରଇବା ବେସି ବିସ୍ବାସିମନ୍ ମକେ ଚାଡିକରି ଗାଲାଇ ଆଚତ୍ ବଲି ତୁଇ ଜାନିଆଚୁସ୍ । ତେଇ ପୁଗେଲ୍ ଆରି ଅର୍ମଗେନା ମିସା ମକେ ଚାଡି ଉଟିଗାଲାଇ ।
୧୬ ଅନିସିପର୍ ଆରି ତାର୍ କୁଟୁମ୍କେ ମାପ୍ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍ବାକେ ଲାଜ୍ ଅଏନାଇ । ତାର୍ ବାଦୁଲେ ସେ ତର୍କେ ତର୍ ଆସି ମକେ ସାର୍ଦା କରାଇଲା ।
୧୭ ସେ ରମ୍ ଦେସେ ଆଇଲା ଦାପ୍ରେ ମକେ ବେଟ୍ ଅଇବାଜାକ ସବୁ ଜାଗାଇ କଜ୍ଲା ।
୧୮ ବଡ୍ ବିଚାର୍ନା ଦିନେ ତାକେ ଜେନ୍ତି ମାପ୍ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍ ଏପିସିତେଇ ସେ ମକେ କେତେକ୍ ସାଇଜ କଲା ।