୨୨
୧ ତାର୍ପଚେ ଦୁତ୍ ମକେ ଜିବନର୍ ପାନି ରଇବା ଗାଡ୍ ଦେକାଇଲା, ଜନ୍ଟା କି କାଁଚ୍ପାରା ଡିସ୍ତେରଇଲା । ପର୍ମେସରର୍ ବସ୍ବା ଜାଗାଇଅନି ଆରି ମେଣ୍ଡାପିଲାର୍ଟାନେଅନି ସେ ଗାଡର୍ ପାନି ଆଇତେରଇଲା । ୨ ନଅରର୍ ବାଟର୍ ମଜାଇ ସେଟା ବଇ ଆଇତେରଇଲା । ଗାଡର୍ ଦୁଇବାଟେ ଜିବନର୍ ଗଚ୍ ରଇଲା । ସେ ଗଚ୍ ମାସ୍କେ ଗଟେକ୍ ତର୍ ଅଇ ବରସ୍କେ ବାରତର୍ ପଲ୍ ଦାର୍ସି । ରାଇଜ୍ମନ୍ ନିକ ଅଇବାକେ ତାର୍ ପତର୍ମନ୍ ରଇଲା । ୩ ପର୍ମେସରର୍ ଅବିସାପ୍ ରଇବା କାଇଟାମିସା ସେ ନଅରେ ନ ଡିସେ । ପର୍ମେସରର୍ ଆରି ମେଣ୍ଡାପିଲାର୍ ବସ୍ବାଜାଗା ସେ ନଅରେ ରଇସି । ଆରି ତାର୍ ଦାଙ୍ଗ୍ଡାମନ୍ ତାକେ ଜୁଆର୍ କର୍ବାଇ । ୪ ସେମନ୍ ତାକେ ଦେକ୍ବାଇ ଆରି ତାର୍ ନାଉଁ ସେମନର୍ କାପାଲେ ଲେକାଅଇ ରଇସି । ୫ ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ ।
ଜିସୁ ଆରିତରେକ୍ ଆଇବାଟା
୬ ତାର୍ପଚେ ଦୁତ୍ ମକେ କଇଲା “ଏ ବାକିଅ ସବୁ ସତ୍ ଆରି ବିସ୍ବାସ୍ କରିଅଇସି । ମାପ୍ରୁ ପର୍ମେସର୍ ଜେ କି ତାର୍ ଆତ୍ମା ବବିସତ୍ବକ୍ତାମନ୍କେ ଦେଇରଇଲା, ସେ ତାର୍ ଦୁତ୍କେ ପାଟାଇଆଚେ । ଆଇବା ଦିନ୍ମନ୍କେ କାଇଟା ଅଇସି, ସେଟା ତାର୍ ଦାଙ୍ଗ୍ଡାମନ୍କେ ଦେକାଇସି ।” ୭ ଜିସୁ କଇଲାନି, “ସୁନା ମୁଇ ଦାପ୍ରେ ଆଇଲିନି । ଏ ବଇର୍, ଆଇବା ଦିନ୍ମନ୍କେ ଗଟ୍ବା କାତା, ଜେତ୍କି ଲକ୍ ନାମ୍ବାଇ, ସେମନ୍ କେଡେକ୍ କରମର୍ ଲକ୍ ।” ୮ ମୁଇ ଜଅନ୍ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍ଲା ପଚେ ଆରି ସୁନ୍ଲାପଚେ ଜନ୍ ଦୁତ୍ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍ ପାଦେ ଡାଣ୍ଡାସନ୍ ପଡ୍ଲି । ମୁଇ ତାକେ ଜୁଆର୍କର୍ବାକେ ଜାଇରଇଲି । ୯ ମାତର୍ ସେ ମକେ କଇଲା, “ନିଚୁ । କାଇକେବଇଲେ ମୁଇ ମିସା ତମର୍ପାରା ଗଟେକ୍ ଲକ୍ସେ । ତମର୍ ଜେତ୍କି ବବିସତ୍ବକ୍ତା ବାଇମନ୍ ଆରି ଜେତ୍କି ବଇଟାନେ ରଇବା ବାକିଅମନ୍ ଆଚେ, ସେଟାମନ୍ ମାନିକରି ରଇଲାଇନି । ତାକର୍ ପାରା ମୁଇ ମିସା ଗଟେକ୍ ସେବାକାରିଆ । ପର୍ମେସର୍କେ ଜୁଆର୍ କରା ।” ୧୦ ଆରି ସେ ମକେ କଇଲା, ଏ ବଇର୍ ଜେତ୍କି ବିସଇ ତକେ ଜାନାଇଅଇଲାଆଚେ, ସେଟା କେ ନାଜାନ୍ଲା ପାରା ଲୁଚାଇ ସଙ୍ଗନାଇ । କାଇକେବଇଲେ ଏ ସବୁ ଗଟ୍ବା ବେଲା ଲଗେଆଚେ । ୧୧ ଜେ କରାପ୍ ଚଲାଚଲ୍ତି କରି ଜିଉନା କାଉନା କଲାଇନି, ସେ ସେନ୍ତାରିସେ କାରାପ୍ କର୍ତେ ରଅ । ଜେ କି ନିକ ଚଲାଚଲ୍ତିକରି ଜିଉନା କାଉନା କଲାନି, ସେ ସେନ୍ତାରିସେ ନିକ କର୍ତେରଅ । ଜେ କି ସୁକଲ୍ ଆଚେ, ସେ ସେନ୍ତାରିସେ ସୁକଲ୍ ରଅ । ୧୨ ଜିସୁ କଇଲାନି “ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି । ୧୩ ✡ପର୍କାସିତ ୧:୮; ପର୍କାସିତ ୧:୧୭;୨:୮ମୁଇ ପର୍ତୁମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ଆରାମ୍ କର୍ବି ଆରି ମୁଇସେ ସାରାଇବି ।”
୧୪ ଜେତ୍କି ସବୁଲକ୍ ତାକର୍ ବସ୍ତର୍ ଦଇକରି ସୁକଲ୍ କର୍ବାଇ, ସେମନ୍ କେଡେକ୍ କରମର୍ ଲକ୍ ! ଜିବନର୍ ଗଚେଅନି ପଲ୍ କାଇକରି କାବାଟ୍ବାଟେ ଜାଇ କରି ନଅରେ ପୁର୍ବାକେ ସେମନ୍ ଅଦିକାର୍ ପାଇବାଇ । ୧୫ ମାତର୍ ଜନ୍ ଲକ୍ମନ୍ ଲାଜ୍ ଅଇବା କାମ୍ମନ୍ କର୍ବାଇ, ଜେନ୍ତିକି, ଜନ୍ତର୍ ମନ୍ତର୍ ଅବିଆସ୍ କର୍ବାଇ, ବେସିଆ କାମ୍ମନ୍ କର୍ବାଇ, ନର୍ ମରାଇବାଇ, ମୁର୍ତି ପୁଜା କର୍ବାଇ, ଆରି କାତାଇ ଆରି କାମେ ମିଚ୍ କଇବାଇ, ସେମନ୍ ନଅରର୍ ବାଇରେ ରଇବାଇ । ୧୬ “ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍କେ ସବୁ ଲକ୍କେ ଏ ବିସଇ ଜାନାଇବାକେ ମର୍ ଦୁତ୍କେ ପାଟାଇଆଚି । ମୁଇ ଦାଉଦର୍ କୁଟୁମେ ଆଚି । ମୁଇ କୁକ୍ଡା ଡାକ୍ବାବେଲେ ଉଜଲ୍ଦେବା ତାରା ।” ୧୭ ଆତ୍ମା ଆରି କନିଆ ଦାଙ୍ଗ୍ଡି କଇଲାନି ଆଉ, । ଜେତ୍କି ଲକ୍ ଏଟା ସୁନ୍ଲାଇନି, ସେମନ୍ ମିସା ଆଉ, ବଲି କଇବାର୍ଆଚେ । ଆସା ଜେତ୍କି ଲକ୍କେ ସସ୍ କଲାନି, ଜିବନର୍ ପାନି ଇନାମେ ନିଆ ।
ସାରାସାରିର୍ କାତା
୧୮ ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି । ୧୯ ଏ ବବିସତ୍ କାତାର୍ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍ ଗଚର୍ ପଲ୍ ଆରି ସୁକଲ୍ ନଅରେଅନି ସେମନ୍ ପାଇରଇବାଟା ତାକର୍ଟାନେଅନି ଦାରିଜାଇସି । ୨୦ ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି ! ସେନ୍ତାରିସେ ଅ ବେ ! ମାପ୍ରୁ ଜିସୁ ଆଉ ! ୨୧ ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍ !