୩
ନୁଆ ନିୟମର୍ ଗତି
୧ ଆମେ ଆରିତରେକ୍ ନିଜ୍କେ ଉପର୍କେ ଉଟାଇବା କାତା କଇଲୁନି ବଲି ତମେ କୁଆ ନାଇ । ଆମେ ତେଇ ରଇବା କେତେଟା ଦରମ୍ ଗୁରୁମନର୍ ପାରା ନାଇ । ବିନ୍ ଲକର୍ ତେଇଅନି ଏ ଲକ୍ ନିକଟା ବଲି ଚିଟି ଆନ୍ଲେ, ତମେ ସେମନ୍କେ ଡାକି ନେଇସା, ଆରି ତମର୍ ଜାଗା ଚାଡିକରି ଗାଲେ, ଏ ଲକ୍ ନିକଟା ବଲିକରି ତମର୍ଟାନେଅନି ଏମନ୍ ଚିଟି ମାଙ୍ଗ୍ବାଇ । ଆମ୍କେ ସେନ୍ତାରି ଚିଟି ଦର୍କାର୍ ନାଇ ।
୨ ତମେସେ ଆମର୍ ମନ୍ ବିତ୍ରେ ଲେକିଅଇ ରଇବା ଚିଟି । ସବୁ ଲକ୍ ତମ୍କେ ଦେକ୍ବାଇ ଆରି ତମର୍ ଚଲାଚଲ୍ତି ଜାନ୍ବାଇ ।
୩ କିରିସ୍ଟ ଆମ୍କେ ଏ ଚିଟି ଲେକ୍ଲା ଆଚେ । ଏଟା ସିରା ସଙ୍ଗ୍ ଲେକା ଅଏନାଇ, ମାତର୍ ଜିବନ୍ ରଇବା ପର୍ମେସରର୍ ଆତ୍ମା ସଙ୍ଗ୍ ଲେକାଅଇଆଚେ । ଏଟା ପାକ୍ନାଇ ଲେକା ନ ଅଇକରି ଲକ୍ମନର୍ ମନ୍ବିତ୍ରେ ଲେକାଅଇଆଚେ ।
୪ ଆରି କିସ୍ଟର୍ ଲାଗି ପର୍ମେସର୍କେ ଆସା କରି ଆମେ ସାଆସ୍ ସଙ୍ଗ୍ କଇପାର୍ଲୁନି ।
୫ ଏ କାମ୍ ଆମେ ନିଜର୍ ବପୁ ସଙ୍ଗ୍ କରି ପାର୍ବୁ ବଲି କଉନାଇ । ପର୍ମେସର୍ ଆକା ଆମ୍କେ ବପୁ ଦେଇସି ।
୬ ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
୭ ମସାର୍ ନିୟମ୍ ପର୍ତମେ ଚେପ୍ଟା ପାକ୍ନାଇ ଲେକା ଅଇରଇଲା ଆରି ସେ ନିୟମ୍ ଦେଲାବେଲେ ପର୍ମେସରର୍ ମଇମା ଡିସ୍ତେରଇଲା । ମସାର୍ ମୁଏ ରଇଲା ସେ ମଇମା ଉନା ଉନା ଅଇଜାଇତେରଇଲା । ଅଇଲେ ମିସା ତାର୍ ଉଜଲର୍ପାଇ ଇସ୍ରାଏଲର୍ ଲକ୍ମନ୍ ତାର୍ ମୁଏ ଆଁକି ସଙ୍ଗଇ ନାପାର୍ତେରଇଲାଇ । ଜଦି ପର୍ମେସର୍ ମରନ୍ ଆନ୍ବା ସେ ନିୟମ୍ ମଇମା ସଙ୍ଗ୍ ପାଟାଇରଇଲା,
୮ ତେବେ ପର୍ମେସରର୍ ଆତ୍ମାଇ ଅନି ଆଇବା ନୁଆ ରାଜିନାମା ଆରି କେତେକ୍ ଅଦିକ୍ ମଇମାସଙ୍ଗ୍ ରଇସି ।
୯ ଲକ୍ମନ୍ ଡଣ୍ଡ୍ ପାଇବାଇ ବଲି ଜାନାଇ ଅଇବା କାମ୍, ଜଦି ମଇମା ସଙ୍ଗ୍ ଆଇଲା, ତେବେ ଆମର୍ ସବୁ ପାପ୍ କେମା ଅଇଲାଆଚେ ବଲି ଜାନାଇବା ବାକିଅ କେତେକ୍ ଅଦିକ୍ ମଇମା ଅଇରଇସି ?
୧୦ ପର୍ତୁମ୍ ନିୟମର୍ ମଇମା ବେସି ଉଜଲ୍ ରଇଲା, ମାତର୍ ଏବେ ନୁଆ ନିୟମର୍ ରାଜିନାମାର୍ ଲାଗି ପୁର୍ନା ନିୟମର୍ ମଇମା ଉନାଅଇଗାଲା ଆଚେ ।
୧୧ ଜଦି ଆଗର୍ ପର୍ମାନ୍ ନିୟମ୍ ପାକାଇ କାତା ଦେଇରଇବାଟା ଚନେକର୍ପାଇ ଅଇଲେ ମିସା ମଇମାସଙ୍ଗ୍ ରଇଲା, ତେବେ ନୁଆ ପର୍ମାନ୍ ନିୟମ୍ ପାକାଇ ଦେଇରଇବାଟା, ଜନ୍ଟା କି କେବେ ନ ସାରେ, ସେଟା କେତେକ୍ ଅଦିକ୍ ମଇମା ସଙ୍ଗ୍ ରଇସି !
୧୨ ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ ।
୧୩ ଆମେ ମସାର୍ ପାରା ନାଇ, ସେ ମୁ ଡାବିଅଇ ରଇଲା । ଜେନ୍ତିକି, ଲିବି ଆଇତେରଇବା ଆରି ଇସ୍ରାଏଲର୍ ଲକ୍ମନ୍ ତେଇର୍ ମଇମା ଉନା ଅଇକରି ପୁରାପୁରୁନ୍ ଜିବାଟା ନ ଦେକତ୍ ।
୧୪ ସେବେଲେ ଇସ୍ରାଏଲର୍ ଲକ୍ମନ୍ ନ ବୁଜ୍ତେରଇଲାଇ, ତାକର୍ ମନ୍ ଡାବ୍ଲା ପାରା ଅଇରଇଲା । ଆରି ସେମନ୍ ପୁର୍ନା ରାଜିନାମାର୍ ବଇମନ୍ ପଡ୍ଲାଇନି ଜେ ଏବ୍କେ ଜାକ ବୁଜତ୍ ନାଇ । ଜେଡେବେଲେ ଜାକ ସେମନ୍ କିରିସ୍ଟର୍ତେଇ ନ ମିସି ରଅତ୍, ସେ ବେଲା ଜାକ ତାକର୍ ମନର୍ ଡାବ୍ନା ନ ବେଟି ଅଏ ।
୧୫ ଏବେ ଜାକ ମିସା ସେମନ୍ ମସାର୍ ନିୟମ୍ ପଡ୍ବାବେଲେ, ତାକର୍ ମନ୍ ସେନ୍ତି ଡାବିସେ ଅଇରଇସି ।
୧୬ ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।”
୧୭ ଏ ଚିଟିତେଇ ମାପ୍ରୁ ବଲି କଇବାଟା ଅଇଲାନି ଆତ୍ମା ଆରି ମାପ୍ରୁର୍ ଆତ୍ମା ଜନ୍ତି ମିସା ରଇଲେ, ତେଇ ଆମେ ମୁକ୍ଲି କରି ଆଚୁ ।
୧୮ ତେବେ ଆମେ ଜେତ୍କି ଲକ୍ ସବୁ ମାପ୍ରୁକେ ବିସ୍ବାସ୍ କରିଆଚୁ, ଆମର୍ ମୁଁ ଡାବି ଅଏନାଇ । ପର୍ମେସରର୍ ବପୁ ଆରି ମଇମା ଦେକାଇଅଇବା ଗଟେକ୍ ଦର୍ପନ୍ ପାରା ଆମେ ଆଚୁ । ଆମେ ତାର୍ପାରା ଅଇବା ଜାକ ଦିରେ ଦିରେ ବାଦ୍ଲାଇ ଅଇ ଆଇଲୁନି । ପର୍ମେସରର୍ ଆତ୍ମାସେ ଆମ୍କେ ବାଦ୍ଲାଇଲାନି ।