୨
କାରାପ୍ କର୍ବା ଲକ୍
୧ ଏ ବାଇବଇନିମନ୍, ମାପ୍ରୁ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଆରି ତାର୍ଲଗେ ଆମେ ସବୁଲକ୍ ରୁଣ୍ଡ୍ଅଇବା ବିସଇ, ତମ୍କେ ଆମେ ବାବୁଜିଆ କଲୁନି ।
୨ କାର୍ଲଗେଅନି ମିସା ମାପ୍ରୁର୍ ଦିନ୍ କେଟ୍ଲାବେ, ବଲିକରି ସୁନିଦେଇ କିଲ୍ବିଲ୍ ଉଆନାଇ । ଜଦି ସେ କବର୍ ଆମେ ବବିସତ୍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍ ବଲି ସୁନ୍ଲେ ମିସା ସେନ୍ତାର୍ ଉଆନାଇ ।
୩ କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି ।
୪ ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
୫ ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି ?
୬ ଅଇଲେମିସା ସେ ବିପଦ୍ ଏବେ ନ ଗଟେତା । କାଇକେବଇଲେ ତାର୍ସଙ୍ଗ୍ ଜୁଜ୍ବାକେ ଏବେ ଗଟେକ୍ ବପୁ ଆଚେ । ସେଟା କାଇ ତମେ ଜାନାସ୍ କି ? ସମାନ୍ ବେଲାଇ ସେ କାରାପ୍ ଲକ୍ ବାରଇସି ।
୭ କାଇକେବଇଲେ ଏବେ ମିସା ଲୁଚ୍ତେ ଅନିଆଇର୍ ପାପ୍ କାମ୍ ଚାଲିଆଚେ । ଜନ୍ କାରାପ୍ ଲକ୍ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ବିରଦ୍ କଲାନି, ସେ ଲକ୍ ବିନାସ୍ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
୮ ସେଡ୍କିବେଲେ ସେ କାରାପ୍ ଲକ୍ ଦେକାଇ ଅଇସି । ତାକେ ମାପ୍ରୁ ଜିସୁ ତାର୍ ନିଜର୍ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍ ନାସ୍ କର୍ସି । ଆରି ତରେକ୍ ସେ ଡାକ୍ପୁଟା ସଙ୍ଗ୍ ଆଇବାବେଲେ ସେ କାରାପ୍ ଲକ୍ ବିନାସ୍ ଅଇଜାଇସି ।
୯ ସେ କାରାପ୍ ଲକ୍, ସଇତାନର୍ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍ମନ୍ କରି ଦେକାଇସି ।
୧୦ କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।
୧୧ ସେମନ୍ ଜେନ୍ତିକି ମିଚ୍ କାତା ବିସ୍ବାସ୍ କର୍ବାଇ, ସେଟାର୍ପାଇ ପର୍ମେସର୍ ସେମନର୍ଟାନେ ସତ୍ ନଇବା ବପୁ ପାଟାଇସି ।
୧୨ ଜେନ୍ତିକି ଜନ୍ ଲକ୍ମନ୍ ସତ୍ ବିସଇ ବିସ୍ବାସ୍ ନ କରି ମିଚ୍ ବିସଇ ବିସ୍ବାସ୍ କରି ସାର୍ଦା ଅଇବାଇ, ସେମନ୍ ସବୁଲକ୍ ଏ ରକାମ୍ ଡଣ୍ଡ୍ ପାଇବାଇ ।
ବିସ୍ବାସେ ତବିର୍ ଅଇରଇବାର୍
୧୩ ତେବର୍ପାଇ ଏ ବାଇବଇନିମନ୍, ତମର୍ପାଇ ସବୁବେଲେ ପର୍ମେସର୍କେ ଦନିଅବାଦ୍ ଦେବାର୍ ଆଚେ । କାଇକେ ବଇଲେ ପର୍ମେସର୍ ତମ୍କେ ଆଲାଦ୍ କଲାନି ଆରି ଆଗେଅନି ସେ ତମ୍କେ ବାଚ୍ଲା ଆଚେ । ଜେନ୍ତିକି ସେ ତମ୍କେ ରକିଆ କରି ପାର୍ସି । ସୁକଲ୍ ଆତ୍ମାର୍ କାମର୍ ଲାଗି ତମେ ସୁକଲ୍ ଅଇ ସତ୍ ବିସଇ ବିସ୍ବାସ୍ କରି ପାର୍ସା ।
୧୪ ଆମେ ତମର୍ଟାନେ ଜନ୍ ନିମାନ୍ କବର୍ ଜାନାଇଆଚୁ, ସେଟାର୍ଲାଗି ପର୍ମେସର୍ ତମ୍କେ ବାଚ୍ଲା ଆଚେ । ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଡାକ୍ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
୧୫ ତେବେ ଏ ବାଇବଇନିମନ୍, ତମେ ତବିର୍ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍ଟା ସିକିଆଚାସ୍, ସେ ସବୁ ଚାଡାନାଇ ।
୧୬ ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ ।
୧୭ ସେ ସବୁବେଲେ ସତ୍ କାମ୍ କର୍ବାକେ ଆରି ବାକିଅତେଇ ତବିର୍ ଅଇ ରଇବାକେ ସାଇଜ କର ।