ଜାକୁବଙ୍କ ପତ୍ର
ଜାକୁବ ଲେକିରଇବା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ଜାକୁବ୍ ବଇ ଜାକୁବ୍ ନାଉଁ ଡାକ୍ତେରଇବା ଗଟେକ୍ ଲକ୍ ଲେକିଆଚେ । ଦେକ୍ବାକେ ଗାଲେ ଏ ଜାକୁବ୍ ଜିସୁକିରିସ୍ଟର୍ ବାଇ ରଇଲା । ଜେ କି ଆଦିଅ ମଣ୍ଡଲିର୍ ଗଟେକ୍ ନେତା ରଇଲା ଆରି ଜିରୁସାଲମ୍ ସବାର୍ ଗଟେକ୍ ମେମର୍ ରଇଲା ପେରିତ୍ ୧୫:୧୩ । ପେରିତ୍ ପାଉଲ୍ ମିସା ଜାକୁବ୍କେ ମଣ୍ଡଲିର୍ ମୁଲ୍ ଡେଲି ବଲି ଡାକ୍ତେରଇଲା ଗାଲାତିୟ ୨:୯ ।
ଜାକୁବ୍ ବଇ ଜିସୁକିରିସ୍ଟ ଜନମ୍ ଅଇକରି ୫୦ ବରସ୍ ପଚେ ଲେକାଅଇଆଚେ ବଲି ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇ । ଜାକୁବ୍ ଜିରୁସାଲମ୍ ମଣ୍ଡଲିର୍ ନେତା ରଇଲା । ତେବର୍ପାଇ ସେ ତେଇ ବାସାଅଇକରି ରଇଲାବେଲେ ସେ ଏ ବଇ ଲେକିରଇଲା । ଜାକୁବ୍ ବିନ୍ ବିନ୍ ଦେସେ ଚିନ୍ବିନ୍ ଅଇଜାଇରଇବା ବାର୍ଟା କୁଟୁମ୍କେ ତାର୍ ବଇଟାନେ ନିଜେ ଜାନାଇଅଇଆଚେ ୧:୧ ।
ଜାକୁବର୍ ଏ ବଇ ସବୁ ବିସ୍ବାସିମନ୍ ନିଜେ ବାଇବାର୍ ବିସଇ ଆଚେ । ମାତର୍ ଜାକୁବ୍ ବାର୍ଟା କୁଟୁମ୍ ବିସଇ ନେଇକରି ସିଦା ସିଦା ଜିଉଦି ବିସ୍ବାସିମନ୍କେ ଲେକ୍ଲାଆଚେ । କାଇକେବଇଲେ ଏ ବଇ ଚିନ୍ବିନ୍ ଅଇଜାଇରଇବା ପଡ୍ବା ଲକ୍ମନ୍କେ କେଟାଇବା ବିସଇରେ ଜାନାଇଲାଇନି ।
ଜାକୁବ୍ ବିସ୍ବାସ୍ ଆରି କରମର୍ ନିକ ମିସିରଇବା ବିସଇ ଜାନାଇଲାନି ଜେ, ସତ୍ ବିସ୍ବାସ୍ କର୍ବା କରମ୍ତେଇ ଜାନାପଡ୍ସି ୩:୧-୧୨ ।
ଦେକିଚାଇଁ କରି କାତା କଇବାକେ ମିସା ଜାଗ୍ରତ୍ କରାଇଲାନି ।
ଏ ବଇ ବିତ୍ରେ ରଇବାଟା
୧. ଜାକୁବ୍ ତାର୍ ଚିଟି ପଡ୍ବା ଲକ୍ମନ୍କେ ଜୁଆର୍ ଜାନାଇଆଚେ । ୧:୧
୨. ସେ ବିସ୍ବାସିମନ୍କେ ଦୁକ୍ ଅଇଲାବେଲେ ଡାଟ୍ସଙ୍ଗେ ରଇବାକେ ସାଆସ୍ ଦେଇଆଚେ । ୧:୨-୨୭
୩. କରମ୍ କରି କେନ୍ତାରି ବିସ୍ବାସ୍ ଦେକାଇ ଅଇସି, ସେ ବିସଇରେ କଇଆଚେ । ୨:୧-୨୬
୪. ବାକିଅ କେନ୍ତାରି ଅଦିକ୍ ବପୁ ଅଇସି, ସେଟା ସେ ଜାନାଇଆଚେ । ୩:୧-୧୨
୫. ଜାକୁବ୍ ପର୍ମେସରର୍ ଗିଆନ୍ ଜଗତର୍ ଗିଆନ୍ ଟାନେ ଅନି ବିନ୍ ଆଚେ ବଲି ଟିକି ନିକି ଜାନାଇଆଚେ । ୩:୧୩–୪:୧୦
୬. ପଚେ ସେ ପଡ୍ବା ଲକ୍ମନ୍କେ ବଡ୍ପନ୍ ନ ଅଇବାକେ ଜାଗ୍ରତ୍ କରାଇଲାନି । ୪:୧୧–୫:୬
୭. ସାରାସାରି ଜାକୁବ୍, କେତେଟା ସାନ୍ ସାନ୍ ମାନ୍ବା ଆଦେସ୍ ଦେଇକରି ତାର୍ ଲେକା ସାରାଇଆଚେ । ୫:୭-୨୦
୧
୧ ମୁଇ ଜାକୁବ ମାପ୍ରୁ ଜିସୁକିରିସ୍ଟ ଆରି ବାବା ପର୍ମେସରର୍ ଗଟେକ୍ ଗତିଦାଙ୍ଗ୍ଡା ।
ଗୁଲାଇ ଜଗତେ ଚିନ୍ଚତର୍ ଅଇଜାଇରଇବା ପର୍ମେସରର୍ ବାର୍ଟା କୁଟୁମର୍ ଲକ୍ମନ୍କେ ମୁଇ ଜୁଆର୍ ଜାନାଇକରି ଏ ଚିଟି ଲେକ୍ଲିନି ।
ବିସ୍ବାସ୍ ଆରି ଗିଆନ୍
୨ ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ ।
୩ କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ ।
୪ ତମେ ସାରାସାରିଜାକ ମୁର୍ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍ ସିଦ୍ ଅଇସା ।
୫ ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
୬ ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ ।
୭ ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
୮ ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।
ସାଉକାର୍ ଆରି ଅର୍କିତ୍
୯ ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ ।
୧୦ ସେନ୍ତାରିସେ ଗଟେକ୍ ସାଉକାର୍ ବିସ୍ବାସିକେ ସେ ଅର୍କିତ୍ କଲେ, ସେ ମିସା ସାର୍ଦା ଅ । କାଇକେବଇଲେ ସାଉକାର୍ ଲକ୍ ପଦାର୍ ଗାଁସର୍ ପୁଲ୍ ପାରା ଜାଉଁଲି ଜାଇସି ।
୧୧ ଜେନ୍ତି କି ବେଲ୍ ଉଦିକରି ବେସି ତାତିକଲେ ଗାଁସ୍ ସୁକିଜାଇସି, ତାର୍ ପୁଲ୍ ଜଡିଜାଇସି ଆରି ତାର୍ ବାନିମୁର୍ତି ନସି ଜାଇସି । ସେନ୍ତାରିସେ, ସାଉକାର୍ ଲକ୍ମନ୍ କାମ୍ କରି କରି ମରିଜିବାଇ ।
ପରିକା ଆରି ଦୁକ୍କସ୍ଟ
୧୨ ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ ।
୧୩ କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
୧୪ ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
୧୫ ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।
୧୬ ଏ ମର୍ ଆଲାଦର୍ ବାଇବଇନିମନ୍, ତମେ ନାଡାଇଉଆ ନାଇ ।
୧୭ ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
୧୮ ତାର୍ ସତ୍ ବାକିଅ ଆମ୍କେ ଜାନାଇକରି ତାର୍ତେଇଅନି ଆମ୍କେ ଜିବନ୍ ଦେବାକେ ସେ ମନ୍ କଲା । ଜେତ୍କି ସବୁ ବିସଇ ସେ ତିଆର୍କଲା ମିସା ଆମେ ଅବ୍କା ତାର୍ପାଇସେ ଅଇବାକେ ସେ ମନ୍ କଲା ।
ସୁନ୍ବାଟା ଆରି କାମ୍ କର୍ବାଟା
୧୯ ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ ।
୨୦ କାଇକେବଇଲେ ମୁନୁସର୍ ରିସାର୍ ଲାଗି ପର୍ମେସର୍ ସୁକଲ୍ସଙ୍ଗ୍ ଜଜ୍ନା କଲାଟା ନସିଜାଇସି ।
୨୧ ସେଟାର୍ ପାଇ ତମର୍ ଚଲାଚଲ୍ତି ଟାନେଅନି ବାରଇବା ସବୁ ରକାମର୍ କାରାପ୍ ଅବିଆସ୍ ଚାଡିଦିଆସ୍ । ପର୍ମେସର୍କେ ନିଜର୍ ମନ୍ ସର୍ପି ଦିଆସ୍ । ତମର୍ ମନ୍ ବିତ୍ରେ ସେ ଜନ୍ ବାକିଅ ରପିଆଚେ ସେଟାକେ ଦିଆନ୍ ଦିଆ । ସେ ବାକିଅ ତମ୍କେ ରକିଆ କର୍ସି ।
୨୨ ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି ।
୨୩ ଜନ୍ଲକ୍ ପର୍ମେସରର୍ ବାକିଅ ଅବ୍କା ସୁନ୍ସି, ମାତର୍ ତେଇର୍ କାତା ନ ନାମେ, ସେ ତାର୍ ମୁଏ ରଇବା ଆର୍ଲା, ଦର୍ପନେ ଦେକ୍ବା ଲକ୍ ପାରା ।
୨୪ ସେ ନିକ କରି ନିଜର୍ ଚାଁଇ ଦେକି ଅଇତେରଇସି । ମାତର୍ ତେଇଅନି ଉଟିଗାଲା ପଚେ ତାର୍ ବାନିମୁର୍ତି ପାସ୍ରି ଜାଇସି ।
୨୫ ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି ।
୨୬ କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।
୨୭ ପର୍ମେସର୍ ଦେକ୍ବା ଇସାବେ ଜନ୍ ରିତିନିତି ସତ୍ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍ ଆରି ରାଣ୍ଡିଜୁଣ୍ଡିମନର୍ ଜତନ୍ କର୍ବାଟା । ପଚେ ଜଗତର୍ ଜଞ୍ଜାଲେଅନି ମୁକଲ୍ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।