୨
ଲକ୍ ଦେକି କର୍ବା କାମେ ଜାଗ୍ରତ୍
୧ ଏ ବାଇବଇନିମନ୍ ଆମର୍ ଡାକ୍ପୁଟା ମାପ୍ରୁ ଜିସୁ କିରିସ୍ଟକେ ବିସ୍ବାସ୍ କଲାର୍ଲାଗି, ଲକ୍ମନର୍ ଅଲ୍ଗା ପିନ୍ଦାଅଡା ଦେକିକରି, ନିଜର୍ ଚଲାଚଲ୍ତି ବାଦ୍ଲାଇବାଟା ଟିକ୍ ନାଇ ।
୨ ଜଦି ସବାଇ ଗଟେକ୍ ଲକ୍ ସୁନାର୍ ମୁନ୍ଦି ଆରି ଜକ୍ମକି ଜାଇତେରଇବା ବସ୍ତର୍ ପିନ୍ଦିକରି ତମର୍ଲଗେ ଆଇସି, ଆରି ଗଟେକ୍ ଲକ୍ ମୁର୍କି ରଇ ଚିର୍ବୁର୍ଅଇରଇବା ବସ୍ତର୍ ପିନ୍ଦିକରି ଆଇସି ।
୩ ଆରି ତମେ ସୁନ୍ଦର୍ ବସ୍ତର୍ ପିନ୍ଦିଆସି ରଇବା ଲକ୍କେ ଅଦିକ୍ ସନ୍ମାନ୍ ଦେଇକରି କଇସା, “ଆସା ଏ ନିକ କୁର୍ଚି ଉପ୍ରେ ବସା ।” ମାତର୍ ଅର୍କିତ୍ ଲକ୍କେ କଇସା “ତେଇ ଜାଇ ଟିଆ ଅ ।” ନଇଲେ “ତଲେ ବସ୍ ।” ବଲିକରି କଇସୁ ।
୪ ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।
୫ ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
୬ ମାତର୍ ତମେ ଅର୍କିତ୍ ଲକ୍ମନ୍କେ ସନ୍ମାନ୍ ଦିଆସ୍ ନାଇ । ସାଉକାର୍ ଲକ୍ମନ୍ସେ ତମ୍କେ କସ୍ଟ ଦେଲାଇନି । ସେମନ୍ସେ ତମ୍କେ ବିଚାର୍ନା ଜାଗାଇ ଜିକି ନେଲାଇନି ।
୭ ତମ୍କେ ଜନ୍ ନାଉଁ ଜିସୁ କିରିସ୍ଟ ଦିଆଅଇଆଚେ, ସେ ନାଉଁ ନେଇକରି ନିନ୍ଦା କଲାଇନି ।
୮ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ସାସ୍ତରେ ଲେକା ଅଇରଇଲାପାରା ପର୍ମେସରର୍ ରାଇଜର୍ ଏ ନିୟମ୍ ଜଦି ତମେ ମାନ୍ସା, ସେନ୍ତାର୍ ଆଲେ ଟିକ୍ କଲାସ୍ନି ।
୯ ମାତର୍ ତମେ ଜଦି ବଡ୍ ସାନ୍ ଦେକ୍ଲାସ୍ନି, ପାପ୍ କଲାସ୍ନି । ଆରି ସେ ରିତିନିତିର୍ ଲାଗି ଦସି ବଲାଇ ଅଇଲାସ୍ନି ।
୧୦ କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍ ନିୟମ୍ ଚାଡିଦେଲେ, କାଇ ନିୟମ୍ ନ ମାନ୍ଲା ଲକର୍ ପାରା ଦସିଅଇ ଡଣ୍ଡ୍ ପାଇସା ।
୧୧ କାଇକେବଇଲେ ପର୍ମେସର୍ କଇଲାଆଚେ “ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ ।
୧୨ ପର୍ମେସର୍ ବିଚାର୍ନା କର୍ସି ବଲି ଜାନିକରି ସେନ୍ତାରି କାତା କଇ କାମ୍ କରି ଦେକାଆ । ଜନ୍ ନିୟମ୍ ଆମ୍କେ ମୁକ୍ଲାଇସି, ସେ ନିୟମ୍ ଇସାବେ ଆମ୍କେ ବିଚାର୍ନା କର୍ସି ।
୧୩ କାଇକେବଇଲେ ଜନ୍ଲକ୍ ବିନ୍ ଲକ୍କେ ଦୟା ନ ଦେକାଏ, ପର୍ମେସର୍ ବିଚାର୍ନା କର୍ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍ ଲକ୍ମନ୍ ବିନ୍ ଲକ୍ମନ୍କେ ଦୟା କରିଆଚେ, ସେମନ୍ ବିଚାର୍ନାଟାନେ ଡର୍ବାର୍ ନାଇ ।
ବିସ୍ବାସ୍ ଆରି କାମ୍
୧୪ ଏ ମର୍ ବାଇବଇନିମନ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି ବଲି କଇସି । ମାତର୍ ତାର୍ କାମ୍ କଲାଟାନେ ସେଟା ନ ଡିସେ ବଇଲେ, ତାର୍ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍ବାସ୍ ତାକେ କାଇ ମୁକ୍ତି ଦେଇ ନାପାରେ ।
୧୫ ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ,
୧୬ ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ?
୧୭ ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।
୧୮ ମାତର୍ କେ ଆଲେ ମକେ କଇସି, ଗଟେକ୍ ଲକର୍ ବିସ୍ବାସ୍ ଆଚେ ଆରି ଗଟେକ୍ ଲକର୍ ନିକ କାମ୍ ଆଚେ, ମୁଇ ତାକେ କଇବି ନିକ କାମ୍ ଚାଡି, ଗଟେକ୍ ଲକ୍କେ କେନ୍ତି ବିସ୍ବାସ୍ ଅଇସି ? । ଅବ୍କା ବିସ୍ବାସ୍ କର୍ତେରଇବା ଲକ୍ ରଇଲେ ମକେ ଦେକାଆ । ମର୍ କର୍ବା ନିକ କାମ୍ ସଙ୍ଗ୍ ମର୍ ବିସ୍ବାସ୍ ମୁଇ ଦେକାଇବି ।
୧୯ ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ ।
୨୦ ମାତର୍ ଏ ନିଲ୍ଜାଇ ଲକ୍ମନ୍ ତମେ ବୁଜିନାପାରାସ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି, ବଲି କଇସି ଆରି ନିକ କାମ୍ ନ କରେ, ସେନ୍ତାର୍ଆଲେ ତାର୍ ବିସ୍ବାସ୍ କର୍ବାଟା ଚୁଚାଇସେ ।
୨୧ ଆମର୍ ପୁର୍ବର୍ ଆନିଦାଦି ଅବ୍ରାଆମ୍ କେ ଦେକା, ପର୍ମେସର୍ ତାକେ ଦରମ୍ ଲକ୍ ବଲି ଡାକ୍ଲା । ସେଟା ତାର୍ ନିକ କାମ୍ ପାଇ । ଜେଡେବେଲେ ନିଜର୍ ପିଲା ଇସାକ୍କେ ବେଦିଟାନେ ବଲି ଦେବାବେଲେ ନେଇରଇଲା ।
୨୨ ତମେ ଦେକ୍ଲାସ୍ନିଜେ, ତାର୍ ବିସ୍ବାସ୍ ଆରି କରମ୍ ମିସିକରି ରଇଲା । ସେ କରିରଇବା କରମର୍ ଲାଗି ବିସ୍ବାସ୍ ସିଦ୍ ଅଇଲା ।
୨୩ ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।
୨୪ ଅବ୍କା ବିସ୍ବାସ୍ କଲେସେ ଗଟେକ୍ ଲକ୍ ଦରମ୍ ବଲି ନାମାଇଅଇ ନଏଁ, ମାତର୍ ତାର୍ କର୍ବା ନିକ କାମର୍ ଲାଗି ଅଇସି । ଏଟା ତମେ ଦେକ୍ଲାସ୍ନି ।
୨୫ ସେନ୍ତାରିସେ ବେସିଆ ମାଇଜି ରାଆବ୍କେ ମିସା ଅଇଲା । ସେ ଇସ୍ରାଏଲର୍ ଦେକାଦେକି କର୍ବା ଲକ୍ମନ୍କେ ଡାକିନେଲା ଆରି ବିନ୍ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍ମେସର୍ ଦେକ୍ବା ଇସାବେ ଗଟେକ୍ ଦରମ୍ ଲକ୍ ବଲି ଜାନାଇଅଇଲା ।
୨୬ ତେବେ, ଆତ୍ମା ଚାଡିଗାଲେ ଲକ୍ମନର୍ ଗାଗଡ୍ ଜେନ୍ତିକି ମଲା ସମାନ୍, ସେନ୍ତାରିସେ ନିକ କାମ୍ ନ କଲେ, ବିସ୍ବାସ୍ ମିସା ମଲା ସମାନ୍ ଆଚେ ।