ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଲେଖିଥିବା ସୁସମାଚାର
ଜିସୁକିରିସ୍ଟର୍ ବିସଇ ନେଇକରି ଜଅନ୍ ଲେକିରଇବା ନିମାନ୍ କବର୍
ଏ ବଇ ବିସଇରେ ଜାନ୍ବାଟା
ଜଅନ ବଇର୍ ସୁବ୍ କବରର୍ କାତା ମାପ୍ରୁ ପାଟାଇରଇବା ଜେବଦିର୍ ପ ଜଅନ୍ ଲେକିରଇଲା । ଏଟା କିରିସ୍ଟାଦ ୭୦ ଅନି ୯୦ ବିତ୍ରେ ଲେକାଅଇରଇଲା ବଲି କେତେକ୍ ବାଇବଲ୍ ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇ, ମାତର୍ ଏଟା କେବେ ଅଇଲାଆଚେ, ନିକସଙ୍ଗେ କେ ମିସା ନାଜାନତ୍ । ଜିସୁର୍ ସବୁ ସିସ୍ମନର୍ ବିତ୍ରେଅନି ଜଅନ୍ ଆକା ଗଟେକ୍ ମୁକିଅ ସିସ୍ ପାରା ବଲି ଲକ୍ମନ୍ ଜାନିରଇଲାଇ । ବିନ୍ ସିସ୍ମନର୍ ଟାନେଅନି ଜଅନ୍ ଜିସୁର୍ ମନର୍ ବିସଇ ନିକସଙ୍ଗ୍ ଜାନିରଇଲା । ସେଟାର୍ପାଇ ଏ ସୁବ୍ କବର୍ଟାନେ ଜିସୁ ମନ୍ ବିତ୍ରେଅନି ଚିନ୍ତାକରିରଇବାଟା ଆରି ତାର୍ କେତେକ୍ କେତେକ୍ କାତାମନ୍ ଆମର୍ପାଇ ଲେକିଦେଇଆଚେ । ଜଅନ୍ କୁଲ୍କୁଲା ଡକ୍ରା ଅଇବାଜାକ ବଁଚିରଇଲା । ସେ ଏପିସିୟ ତେଇ ବେସି ବରସ୍ ବାସା କରିରଇଲା । ତେଇ ବାସାକରି ରଇଲାବେଲେ ଆକା ଏ ସୁବ୍ କବର୍ ଲେକ୍ଲା ଆଚେବଲି କଇବାଇ । ନୁଆ ନିୟମେ ରଇବା ପର୍ତୁମ୍, ଦୁଇପାଲି ଆରି ତିନ୍ପାଲିର୍ ଚିଟିର୍ ବଇମନ୍ ମିସା ଜେବଦିର୍ ପ ଜଅନ୍ ଲେକିରଇଲା । ଜଅନର୍ ଜିବନ୍ ସାର୍ବା ବେଲାଇ, ବୁମଦ୍ ସାଗରେ ରଇବା ପାତ୍ମ ନାଉଁର୍ ଗଟେକ୍ ଚାରିବେଟ୍ତି ପାନି ରଇ ମଜାର୍ ସୁକ୍ଲା ଜାଗାର୍ ଦେସେ ତାକେ ପାଟାଇରଇଲାଇ । ତେଇ ରଇଲାବେଲେ ସେ ଜିସୁର୍ ଗଟେକ୍ ଦର୍ସନ୍ ପାଇରଇଲା । ଏ ଦର୍ସନ୍ ବିସଇର୍ ଟିକିନିକି କାତା ଜଅନ୍ ନୁଆ ନିୟମର୍ ସାରାସାରି ବଇ, ପର୍କାସିତ୍ ବାକିଅ ଟାନେ ଗଟେକ୍ ଗଟେକ୍ କରି ଲେକିଆଚେ । ଜଅନର୍ ସୁବ୍ କବର୍ ମାତିଉ, ମାର୍କ ଆରି ଲୁକ୍ ସୁସମାଚାର୍ ଟାନେଅନି ପୁରାପୁରୁନ୍ ବିନ୍ ଆଚେ । ଜଅନର୍ ସୁସମାଚାରେ ଆମେ ଜିସୁର୍ ମନ୍ ବିତ୍ରେ ରଇବାଟା ଆରି ଆତ୍ମାର୍ ବିସଇ ଅଦିକ୍ ଦେକିପାର୍ବାର୍ ଅଇସି । ଜଅନ୍ ଜିସୁ କେନ୍ତିରଇଲା, ତାର୍ ଅବସ୍ତା କାଇଟା, କେନ୍ତି ସବୁ ଟିକିନିକି ଲେକ୍ଲା ଆଚେ । ଜିସୁ ନିଜର୍ ବିସଇରେ ଦେଇରଇବା ସିକିଆ ସବୁ ଲେକିଆଚେ । ଜେନ୍ତାରିକି ମୁଇ ଜିବନ୍ ଦେବା କାଦି, ମୁଇ ଜଗତର୍ ଉଜଲ୍, ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍, ମୁଇ ଆକା ଦୁଆର୍, ମୁଇ ସେ ସତ୍ ଅଙ୍ଗୁର୍ମାଲ୍, ମୁଇ ବାଟ୍, ସତ୍ ଆରି ଜିବନ୍ ।
ଏ ବଇବିତ୍ରେ ରଇବା ବିସଇ
୧. ସୁସମାଚାରେ ଅନି ଆରାମ୍ ଅଇଲା ଜଅନ୍ । ୧:୧-୧୮
୨. ଜିସୁ କରିରଇବା କେତେଟା କାବାଅଇଜିବା କାମ୍ ଜଅନ୍ । ୧:୧୯–୧୨:୫୦
୩. ଜିସୁ ମରିକରି ଆରିତରେକ୍ ଉଟ୍ବାଟା ଜଅନ୍ । ୧୩:୧–୨୦:୩୧
୪. ଜିସୁ ଆରିତରେକ୍ ଜିବନ୍ ଅଇକରି ଲକ୍ମନ୍କେ ଦେକାଇ ଅଇବାଟା ଜଅନ୍ । ୨୧:୧-୨୫
୧
ଜିବନ୍ ବାକିଅ
୧ କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
୨ କାଇଟା ତିଆର୍ ନ ଅଇବା ଆଗ୍ତୁ ଏ ବାକିଅ ପର୍ମେସର୍ ସଙ୍ଗ୍ ରଇଲା ।
୩ ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା ।
୪ ସେ ବାକିଅ ନ ସାର୍ବା ଜିବନର୍ ଦାନ୍ ଦେଲା ଆରି ସେ ଜିବନ୍ ଦୁନିଆର୍ ଲକ୍ମନ୍କେ ଉଜଲ୍ ଦେକାଇଦେଲା ।
୫ ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
୬ ପର୍ମେସର୍, ଜଅନ୍ ନାଉଁର୍ ଗଟେକ୍ ଲକ୍କେ ତାର୍ କବର୍ନେଉ କରି ପାଟାଇଲା ।
୭ ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
୮ ଜଅନ୍ ନିଜେ ସେ ଉଜଲ୍ ନ ରଇଲା, ମାତର୍ ଲକ୍ମନ୍କେ ସେ ଉଜଲ୍ ବିସଇର୍ ସାକି ଦେବାକେ ଆସିରଇଲା ।
୯ ସେ ସତ୍ ଏବେ ଉଜଲ୍ ଅଇଲା, ଏ ଉଜଲ୍ ଦୁନିଆଇ ଆଇଲା ଆରି ସବୁ ଲକ୍ମନର୍ ମନ୍ବିତ୍ରେ ରଇବା ଆଁକି ଡିସାଇଲା ।
୧୦ ବାକିଅ ଏ ଦୁନିଆଇ ରଇଲା । ତାର୍ଟାନେଅନି ପର୍ମେସର୍ ଏ ଦୁନିଆ ତିଆର୍ କରିରଇଲେ ମିସା ଏ ଦୁନିଆର୍ ଲକ୍ମନ୍ ତାକେ ଚିନତ୍ ନାଇ ।
୧୧ ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
୧୨ ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
୧୩ ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
୧୪ ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
୧୫ ଡୁବନ୍ ଦେଉ ଜଅନ୍ ଜିସୁର୍ ବିସଇ ଲକ୍ମନ୍କେ ଆକ୍ମାରି କରି ଏନ୍ତାରି କଇଲା, “ଏ ଲକର୍ ବିସଇ ମୁଇ ଏନ୍ତି କଇରଇଲି, ଜେ ମର୍ପଚେ ଆଇଲାନି, ସେ ମର୍ତେଇଅନି ବେସି ମୁକିଅ, କାଇକେବଇଲେ ମୁଇ ଜନମ୍ ଅଇବା ଆଗ୍ତୁଅନି ସେ ଆଚେ ।”
୧୬ “ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
୧୭ କାଇକେ ବଇଲେ ପର୍ମେସର୍ ଆମ୍କେ ମସାର୍ଟାନେଅନି ନିୟମ୍ ଦେଲା ଆଚେ । ମାତର୍ ଜିସୁ କିରିସ୍ଟର୍ଟାନେଅନି ଆମ୍କେ ଜିବନ୍ ଦୁକାଇ ସତ୍ ବାଟ୍ ଆଇଲା ଆଚେ ।
୧୮ କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।”
ଡୁବନ୍ ଦେଉ ଜଅନର୍ ସାକି ଦେବାଟା
(ମାତିଉ ୩:୧-୧୨; ମାର୍କ ୧:୧-୮; ଲୁକ୍ ୩:୧-୧୮)
୧୯ ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ ?” ବଲି ପାଚାର୍ବାକେ ପାଟାଇଲାଇ ।
୨୦ ସେ ସତ୍ ବିସଇ କଇବାକେ ନ ନିଚିକରି, ସବୁ ଲକ୍ ବୁଜ୍ଲା ପାରା କଇଲା, “ମୁଇ କିରିସ୍ଟ ନଇ ।”
୨୧ ତେଇ ସେମନ୍ ପାଚାର୍ଲାଇ, “ସେନ୍ତି ବଇଲେ ତମେ କେ ତେବେ ? ବବିସତ୍ବକ୍ତା ଏଲିୟ କି ?”
ଜଅନ୍ କଇଲା, “ନଇ, ମୁଇ ଏଲିଅ ନଇ ।”
ଆରି ସେମନ୍ ପାଚାର୍ଲାଇ, “ତୁଇ ସେ ବବିସତ୍ବକ୍ତା କି ?”
ଜଅନ୍ କଇଲା, “ମୁଇ ସେ ନଇ ।”
୨୨ ତାର୍ ପଚେ ସେମନ୍ ପାଚାର୍ଲାଇ, “ସେନ୍ତାର୍ଆଲେ ତମେ କେ ? ଆମ୍କେ ପାଟାଇଲା ଲକ୍ମନ୍କେ ଆମେ ଜାଇ, କାଇଟା ବଲି କଇବୁ, ସେଟାର୍ପାଇ ତମର୍ ନିଜର୍ ବିସଇ ଅଲପ୍ କଇଦିଆ ।”
୨୩ ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା ।
“ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍
ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା !”
୨୪ ତାର୍ ପଚେ ପାରୁସିମନ୍ ପାଟାଇ ରଇଲା କବର୍ ନେଉମନ୍ ଜଅନ୍କେ ପାଚାର୍ଲାଇ ।
୨୫ “ତମେ ଜଦି କିରିସ୍ଟ ନୁଆସ୍, ଏଲିୟ ନୁଆସ୍, ଆରି ବବିସତ୍ବକ୍ତା ନୁଆସ୍, କାଇକେ ଲକ୍ମନ୍କେ ଡୁବନ୍ ଦେଲାସ୍ନି ?”
୨୬ ଜଅନ୍ ସେମନ୍କେ କଇଲା, “ମୁଇ ଲକ୍ମନ୍କେ ପାନିତେଇ ଡୁବନ୍ ଦେଲିନି, ଜନ୍ ଲକ୍କେ କି ତମେ ନାଜାନାସ୍, ମାତର୍ ସେ ତମର୍ ସଙ୍ଗ୍ ଆଚେ ।
୨୭ ସେ ମର୍ ପଚେ ଆଇଲାନି । ଆରି ତାର୍ ଗତିଦାଙ୍ଗ୍ଡା ଅଇ ତାର୍ ପାଣ୍ଡଇର୍ ପିତା ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।”
୨୮ ଏ ଗଟ୍ନା ଜର୍ଦନ୍ ଗାଡର୍ ସେପାଟେ ବେତ୍ନି ନାଉଁର୍ ଜାଗାଇ, ଜଅନ୍ ଲକ୍ମନ୍କେ ଡୁବନ୍ ଦେଲା ବେଲା ଅଇରଇଲା ।
ପର୍ମେସରର୍ ମେଣ୍ଡା ପିଲା
୨୯ ତାର୍ ଆର୍କର୍ ଦିନେ ଜିସୁ ତାର୍ ଲଗେ ଆଇବାଟା ଦେକିକରି ଜଅନ୍ କଇଲା, “ଏଦେ ଦେକା ! ପର୍ମେସରର୍ ମେଣ୍ଡାପିଲା ଜେ କି, ଏ ଦୁନିଆର୍ ସବୁ ଲକ୍ମନର୍ ପାପର୍ ଡଣ୍ଡ୍ ବଇକରି ନେଇସି ।
୩୦ ଏ ଲକର୍ ବିସଇ ମୁଇ ଆଗ୍ତୁ ଏନ୍ତି କଇରଇଲି, ମୁଇ ଆଇଲା ପଚେ ଜନ୍ ଲକ୍ ଆଇଲାନି ସେ ମର୍ତେଇଅନି ବେସି ବଡ୍ଲକ୍ ଆରି ମୁଇ ଜନମ୍ ଅଇଲା ବେସି ଆଗ୍ତୁଅନି ଆଚେ ।
୩୧ ମୁଇ ନିଜେ ମିସା ସେ କେ ଅଇରଇସି ବଲି ନାଜାନିରଇଲି । ମାତର୍ ଇସ୍ରାଏଲର୍ ଲକ୍ମନ୍ ତାର୍ ବିସଇ ଜାନତ୍ ବଲି ମୁଇ ପାନିତେଇ ଡୁବନ୍ ଦେବାକେ ଆସିଆଚି ।”
୩୨ ତାର୍ ପଚେ ଜଅନ୍ ଆରି ଏ ସାକି ଦେଇ କଇଲା, “ସୁକଲ୍ ଆତ୍ମା ପରୁଆପାରା ଅଇକରି ସର୍ଗେଅନି ଉତ୍ରି ଆସି ତାର୍ ଉପ୍ରେ ବସ୍ବାଟା ମୁଇ ଦେକିଆଚି ।
୩୩ ଏଲେମିସା ସେଡ୍କିବେଲା ଜାକ ଏ ଲକ୍ ସେ ଆକା ବଲି ମୁଇ ଜାନି ନ ରଇଲି । ମାତର୍ ପାନିତେଇ ଡୁବନ୍ ଦେବାକେ ପାଟାଇରଇଲା ପର୍ମେସର୍ ମକେ କଇରଇଲା, ଜେଡେବେଲା ଗଟେକ୍ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଆଇବାଟା ତୁଇ ଦେକ୍ସୁ, ସେସେ ଅଇଲାନି ତୁଇ କଜ୍ବା ଲକ୍ । ସେ ଲକ୍ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।
୩୪ ଏନ୍ତି ସୁକଲ୍ ଆତ୍ମା ତାର୍ ଉପ୍ରେ ଉତ୍ରି ଆଇବାଟା ମୁଇ ଦେକ୍ଲି ଆରି ସେ ପର୍ମେସରର୍ ପିଲା ବଲି ମୁଇ ତମ୍କେ ସାକିଦେଲିନି” ବଲି ଜଅନ୍ କଇଲା ।
ଜିସୁର୍ ପର୍ତୁମ୍ ସିସ୍ମନ୍
୩୫ ତାର୍ ଆର୍କର୍ ଦିନେମିସା ଜଅନ୍ ସେ ଜାଗାଇସେ ରଇଲା । ଆରି ତାର୍ ଦୁଇଟା ସିସ୍ମନର୍ ସଙ୍ଗ୍ ଟିଆ ଅଇରଇଲା ।
୩୬ ଆରି ଜିସୁ ସେ ବାଟେ ଜିବାଟା ଜଅନ୍ ଦେକିକରି କଇଲା, “ଏଦେ ଦେକା ! ପର୍ମେସରର୍ ମେଣ୍ଡାପିଲା ଗାଲାନି ।”
୩୭ ଜଅନର୍ ଦୁଇଟା ସିସ୍ମନ୍ ତାର୍ କାତା ସୁନି, ଜିସୁର୍ ପଚେ ପଚେ ଗାଲାଇ ।
୩୮ ଜିସୁ ପାସ୍ଲିକରି ଦେକ୍ବା ବେଲେ ସେ ଦୁଇଟା ସିସ୍ମନ୍ ତାର୍ ପଚେ ପଚେ ଜିବାଟା ଦେକି ସେମନ୍କେ ପାଚାର୍ଲା ତମେ କାଇଟା କଜ୍ଲାସ୍ନି ? ସେମନ୍ ଜିସୁକେ କଇଲାଇ, “ରାବି ତମେ କନ୍ ଜାଗାଇ ରଇଲାସ୍ନି ?” ରାବିର୍ ଅରତ୍ ଅଇଲାନି ସିକାଇ ଦେବା ଗୁରୁ ।
୩୯ ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା ମୁଇ ରଇବା ଜାଗା ଦେକ୍ସା ।” ସେଟାର୍ ପାଇ ସେମନ୍ ତାର୍ ସଙ୍ଗ୍ ଜାଇ ସେ ରଇବା ଜାଗା ଦେକ୍ଲାଇ । ଆରି ସେ ଦିନେ ତାର୍ ସଙ୍ଗ୍ ରଇଲାଇ । ସେବେଲା ସଞ୍ଜୁଆ ଚାର୍ଟା ଅଇରଇଲା ।
୪୦ ତାକର୍ ବିତ୍ରେଅନି ଗଟେକ୍ ଲକ୍ ଅଇଲାନି ସିମନ୍ ପିତରର୍ ବାଇ, ଆନ୍ଦ୍ରିୟ ।
୪୧ ସେ ଦାପ୍ରେ ସେ ତାର୍ ବାଇ ସିମନ୍ ପିତର୍କେ କଜିକରି ବେଟ୍ ପାଇ କଇଲା, “ପର୍ମେସର୍ ବାଚି ପାଟାଇଲା ମସିଅକେ ଆମେ ବେଟ୍ପାଇଲୁ ।”
୪୨ ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।” କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।
ଜିସୁ ପିଲିପ୍ ଆରି ନିତନିଏଲ୍କେ ଡାକ୍ବାଟା
୪୩ ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, “ମର୍ ସଙ୍ଗ୍ ଆଉ ।”
୪୪ ଆନ୍ଦ୍ରିୟ ଆରି ପିତର୍ ପାରା ପିଲିପ୍ ମିସା ବେତ୍ସାଇଦା ଗଡର୍ ଲକ୍ ରଇଲା ।
୪୫ ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”
୪୬ ନିତନିଏଲ୍ ପିଲିପ୍କେ ପାଚାର୍ଲା, “ନାଜରିତ୍ ଗଡେଅନି କାଇଆଲେ ନିକ ବିସଇ ଆଇସି କି ?”
ପିଲିପ୍ ତାକେ କଇଲା, “ତୁଇ ଆସିକରି ଦେକ୍ !”
୪୭ ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, “ଏଦେ ଦେକା ! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।”
୪୮ ନିତନିଏଲ୍ ଜିସୁକେ ପାଚାର୍ଲା “ମକେ କେନ୍ତି ଜାନୁସ୍ ?” ଜିସୁ କଇଲା, “ପିଲିପ୍ ତମ୍କେ ଡାକ୍ବା ଆଗ୍ତୁ ମୁଇ ତକେ ଡୁମ୍ରି ଗଚ୍ ତଲେ ଦେକି ରଇଲି ।”
୪୯ ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା !”
୫୦ ଜିସୁ ତାକେ କଇଲା, “ମୁଇ ତକେ ଡୁମ୍ରି ଗଚ୍ ତଲେ ଟିଆଅଇଲାଟା ଦେକ୍ଲି ବଲି କଇଲାକେ ବିସ୍ବାସ୍ କଲୁସ୍ନି କି ? ଇତିଅନି ଆରି ଅଦିକ୍ ବଡ୍ ବଡ୍ କାବା ଅଇଜିବା ବିସଇମନ୍ ଦେକ୍ସୁ ।”
୫୧ ଜିସୁ ଆରି ତରେକ୍ କଇଲା, “ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।”