୨
କାନା ଗଡେ ବିବା
୧ ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା ।
୨ ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ ।
୩ ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, “ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।”
୪ ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
୫ ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, “ଜିସୁ ତମ୍କେ ଜାଇଟା କଇସି ସେଟା କରା ।”
୬ ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା ।
୭ ଜିସୁ ବାଣ୍ଡାର୍ଗରିଆମନ୍କେ “ସେ କୁଣ୍ଡ୍ମନ୍କେ ପାନି ବର୍ତି କରା” ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ ।
୮ ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ ।
୯ ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା,
୧୦ “ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍ ?”
୧୧ ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
୧୨ ତାର୍ ପଚେ ଜିସୁ, ତାର୍ ମାଆ ତାର୍ ବାଇମନ୍ ଆରି ତାର୍ ସିସ୍ମନର୍ ସଙ୍ଗ୍ କପର୍ନାଉମ୍ ଗଡେ ଜାଇ ତେଇ କେତେ ଦିନ୍ ପାରା ରଇଲାଇ ।
ଜିସୁ ଜିରୁସାଲମ୍ ମନ୍ଦିରେ ଗାଲା
(ମାତିଉ ୨୧:୧୨-୧୩; ମାର୍କ ୧୧:୧୫-୧୭; ଲୁକ୍ ୧୯:୪୫-୪୬)
୧୩ ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା ।
୧୪ ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା ।
୧୫ ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା ।
୧୬ ପରୁଆ ବିକ୍ବା ଲକ୍ମନ୍କେ କଇଲା, “ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।”
୧୭ ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
୧୮ ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି ?”
୧୯ ଜିସୁ ସେମନ୍କେ କଇଲା, “ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।”
୨୦ ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, “କାଇଟା ! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି ? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।”
୨୧ ମାତର୍ ଜିସୁ ତାର୍ ନିଜର୍ ଗାଗଡର୍ ବିସଇ ମନ୍ଦିର୍କେ ଦେକାଇ କରି ଏ କାତା କଇରଇଲା ।
୨୨ ସେ ମରିକରି ଆରିତରେକ୍ ଜିବନ୍ ଅଇ ଉଟ୍ଲା ପଚେ ସିସ୍ମନର୍ ମନେ ପଡ୍ଲା ଜେ, ସେ ଏନ୍ତାରି କଇରଇଲା । ତେବର୍ପାଇ ସେମନ୍ ଦରମ୍ ସାସ୍ତର୍ ଆରି ଜିସୁର୍ ବାକିଅ ବିସ୍ବାସ୍ କଲାଇ ।
ଜିସୁ ମୁନୁସ୍ମନର୍ ଗୁନ୍ ଜାନେ
୨୩ ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ ।
୨୪ ମାତର୍ ଜିସୁ ସେ ଲକ୍ମନ୍ ବିସ୍ବାସ୍ କରିରଇବାଟା ସତ୍ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍ ବିସଇ ସେ ନିକସଙ୍ଗ୍ ଜାନି ରଇଲା ।
୨୫ ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।